ଭଦ୍ରକରେ ପଞ୍ଚାୟତ ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିଲା ବିଜେପି, ବିଧାନସଭା ନିର୍ବାଚନରେ ନୈରାଶ୍ୟ ଜନକ ପ୍ରଦର୍ଶନ କରିଛି ଦଳ

Published By : Prameya-News7 Bureau | May 28, 2019 IST

ଭଦ୍ରକ ୨୮|୫: ଭଦ୍ରକରେ ଏଥର ବିଜେପିକୁ ନିରାଶ ହେବାକୁ ପଡ଼ିଛି ।୨୦୧୪ ନିର୍ବାଚନରେ ଦଳ ତୃତୀୟ ସ୍ଥାନରେ ଥିବା ବେଳେ, ଏଥର ଦ୍ବିତୀୟ ସ୍ଥାନକୁ ଉନ୍ନୀତ ହୋଇଛି । ଧାମନଗରରେ ପଦ୍ମ ଫୁଟିଥିବା ବେଳେ, ଚାନ୍ଦବାଲିରେ ଦଳ କଡ଼ା ଫାଇଟ୍ ଦେଇଥିଲା । ତେବେ ବାସୁଦେବପୁର, ଭଣ୍ଡାରି ପୋଖରୀ, ଭଦ୍ରକ ବିଧାନସଭା କ୍ଷେତ୍ରରେ ଦଳ ନୈରାଶ୍ୟ ଜନକ ପ୍ରଦର୍ଶନ କରିଛି । 

{"id":116977}

ଭଦ୍ରକରେ ପଞ୍ଚାୟତ ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିଥିଲା । ତେଣୁ ଲୋକସଭା, ବିଧାନସଭା ନିର୍ବାଚନରେ ଦଳ ଭଲ କରିବ ବୋଲି ଆଶା ଥିଲା ।ହେଲେ ସବୁ ଆଶା ଧୂଳିସାତ୍ ହୋଇଯାଇଛି । ଧାମନଗର ବିଧାନସଭା ସିଟ୍‌ ରେ ବିଜେପି ପ୍ରାର୍ଥୀ ବିଷ୍ଣୁ ସେଠୀ ଜିତିକି ଜିଲ୍ଲାରେ କେବଳ ଖାତା ଯାହା ଖୋଲିଛନ୍ତି ।

{"id":116978}

ଚାନ୍ଦବାଲିରେ ବିଜେପି ପ୍ରାର୍ଥୀ ମନମୋହନ ସାମଲ କଡ଼ା ଟକ୍କର କେବଳ ଯାହା କଡ଼ା ଟକ୍କର ଦେଇଛନ୍ତି । ଭଦ୍ରକ ବିଧାନସଭା ଆସନରେ ଦଳ ଦ୍ବିତୀୟ ସ୍ଥାନରେ ଅଛି ସତ । ହେଲେ ଏଠି ବିଜୟ ବ୍ୟବଧାନ ରହିଛି  ୩୩ ହଜାର ଭୋଟ୍ । ବାସୁଦେବପୁର ଏବଂ ଭଣ୍ଡାରୀ ପୋଖରୀରେ ବିଜେପିକୁ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି ।

{"id":116980}

ବାସୁଦେବପୁର ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ହୋଇଥିଲେ ମାଧବାନନ୍ଦ ମଲ୍ଲିକ ।ସେ ସାତ ମାସ ପୂର୍ବରୁ ହାତ ଛାଡ଼ି ପଦ୍ମ ଧରିଥିଲେ । ସେହିପରି ବିଜେପି ପ୍ରାର୍ଥୀ ଭଣ୍ଡାରୀପୋଖରୀର ବଦ୍ରି ନାରାୟଣ ଧଳ ଓ ଭଦ୍ରକର ଡାକ୍ତର ପ୍ରଦୀପ ନାୟକ ୨୦୧୪ରେ କଂଗ୍ରେସ ଛାଡି ବିଜେପିରେ ମିଶିଥିଲେ । ଆଉ ଏହି ତିନି ଜଣ ପ୍ରାର୍ଥୀ ଭଲ ଫାଇଟ୍ ଦେଇ ପାରି ନାହାଁନ୍ତି । ବିଜେପିର ସାଂସଦ ପ୍ରାର୍ଥୀ ଅଭିମନ୍ୟୁ ସେଠୀ ଶେଷ ମୁହୂର୍ତରେ ପଦ୍ମ ପୋଖରୀରେ ସାମିଲ ହୋଇଥିଲେ । ବିଜେଡିକୁ କଡା ଟକ୍କର ଦେଇଥିଲେ ମଧ୍ୟ ୨୮ ହଜାର ଭୋଟ ବ୍ୟବଧାନରେ ପରାସ୍ତ ହୋଇଛନ୍ତି । 

{"id":116979}

ବିଜେପି ତ ନିଜ ପରାଜୟର ପୋଷ୍ଟ ମର୍ଟମ କରି ନାହିଁ । ତେବେ ଜିଲ୍ଲାର ଧାମନଗର ବିଧାୟକ ବିଷ୍ଣୁ ସେଠୀ ଓ ଚାନ୍ଦବାଲିରେ ପ୍ରାର୍ଥୀ ହୋଇଥିବା ମନମୋହନ ସାମଲଙ୍କୁ ବାଦ୍ ଦେଲେ ଅନ୍ୟ ସବୁ ପ୍ରାର୍ଥୀ ଅଣବିଜେପି ଥିଲେ । ମୋଦି ଲହରି ଥିବାବେଳେ ବି ସେମାନେ ରେସ୍ କୁ ଆସି ପାରି ନଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.