କର୍ଣ୍ଣାଟକ ବିଦ୍ରୋହୀ ନେତା କେଏସ୍‌ ଈସ୍ୱରପ୍ପାଙ୍କୁ ଦଳରୁ ନିଲମ୍ବିତ କଲା ବିଜେପି

Published By : Prameya-News7 Bureau | April 22, 2024 IST

indiatoday

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଜେପି ବିଦ୍ରୋହୀ ନେତା କେଏସ୍ ଈଶ୍ୱରପ୍ପାଙ୍କୁ ନିଲମ୍ବିତ କଲା ଦଳ। ସୋମବାର ଈଶ୍ୱରପାଙ୍କୁ ୬ ବର୍ଷ ପାଇଁ ବିଜେପିରୁ ନିଲମ୍ବିତ କରାଯାଇଛି। ଲୋକସଭା ନିର୍ବାଚନରେ ସେ ଦଳ ବିରୋଧରେ ଯାଇ ସ୍ୱାଧୀନ ପ୍ରାର୍ଥୀ ଭାବେ ଶିବମୋଗାରୁ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେବା ପରେ ତାଙ୍କୁ ନିଲମ୍ବିତ କରାଯାଇଛି।   

ପୂର୍ବତନ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ତଥା ଦଳର ପୂର୍ବତନ ଅଧ୍ୟକ୍ଷ ଈଶ୍ୱରପ୍ପାଙ୍କର ଦଳର ବରିଷ୍ଠ ନେତା ୟେଦିୟୁରପ୍ପାଙ୍କ ମଧ୍ୟରେ ବିବାଦ ରହିଛି। ଈଶ୍ୱରପ୍ପା ତାଙ୍କ ପୁଅଙ୍କୁ ହାବେରି ଆସନରୁ ଟିକେଟ୍ ଦେବାକୁ ରାଜ୍ୟ ନେତୃତ୍ୱ ପାଖରେ ଲବି କରିଥିଲେ। ହେଲେ ପୁଅକୁ ଟିକେଟ୍ ନ ମିଳିବାରୁ ସେ ଏକାକୀ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଥିଲେ।

ପଢ଼ନ୍ତୁ- ଗୋମାଂସ ଭକ୍ଷଣକୁ ପ୍ରୋତ୍ସାହନ ଅଭିଯୋଗରେ ଓୱେସୀଙ୍କ ବିରୋଧରେ ଇସିଙ୍କ ପାଖରେ ଫେରାଦ ହେଲେ ମାଧବୀ ଲତା

ନିଲମ୍ବିତ ନିର୍ଦ୍ଦେଶ ନେଇ ରାଜ୍ୟ ବିଜେପି ଶୃଙ୍ଖଳା କମିଟି ଅଧ୍ୟକ୍ଷ ଲିଙ୍ଗରାଜ ପାଟିଲ କହିଛନ୍ତି ଯେ ଦଳର ନିର୍ଦ୍ଦେଶକୁ ଭୃକ୍ଷେପ ନ କରି ଆପଣ ବିଦ୍ରୋହୀ ଭାବରେ ଶିବମୋଗାରୁ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ୁଛନ୍ତି। ଯାହା ଦଳ ପାଇଁ ଲଜ୍ଜିତ କରିଛି। ଏହା ଦଳର ଶୃଙ୍ଖଳାର ଉଲ୍ଲଂଘନ। ତେଣୁ ଆପଣଙ୍କୁ ସବୁ ବନ୍ଧନରୁ ମୁକ୍ତ କରାଯାଇ ଦଳର ୬ ବର୍ଷ ପାଇଁ ନିଲମ୍ବିତ କରାଯାଉଛି ବୋଲି ଶ୍ରୀ ପାଟିଲ୍ କହିଛନ୍ତି।   

ଅନ୍ୟପଟେ ଈଶ୍ୱରପ୍ପା କହିଛନ୍ତି ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବା ମାନେ ଦଳରୁ ବାହାରିଯିବା। ଦଳରୁ ବାହାରିବା ଯିବା ପରେ ଆଉ କଣ ନିଲମ୍ବନ ନିର୍ଦ୍ଦେଶ ବୋଲି ଈଶ୍ୱରପ୍ପା କହିଛନ୍ତି। ଯାହା କାର୍ଯ୍ୟାନୁଷ୍ଠାନ ନିଅ ମୋ ଏସବୁ ଭୟ କରେ ନାହିଁ ବୋଲି ଈଶ୍ୱରପ୍ପା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.