ଡାକ୍ତର ବିଧାୟକଙ୍କ ନିଆରା ପ୍ରୟାସ, ପ୍ରଚାର ସହ କରୁଛନ୍ତି ରୋଗୀ ଚିକିତ୍ସା

Published By : Prameya-News7 Bureau | October 23, 2022 IST

ଭଦ୍ରକ, ୨୩/୧୦: ଡାକ୍ତର ବିଧାୟକଙ୍କର ନିଆରା ପ୍ରଚାର । ଉପନିର୍ବାଚନ ପାଇଁ ପ୍ରଚାର ପାଇଁ ଆସି କରୁଛନ୍ତି ରୋଗୀ ସେବା । ଧାମନଗର ଉପନିର୍ବାଚନ ପାଇଁ ଗଢିଆଳି ପଞ୍ଚାୟତର ଦାୟିତ୍ୱରେ ଅଛନ୍ତି ମୟୁରଭଞ୍ଜ ଜିଲ୍ଲା ସାରସକଣା ବିଧାୟକ ଡକ୍ଟର ଭୂଦାନ ମୁର୍ମୁ । ସେ ମଧ୍ୟ ବିଜେପିର ଷ୍ଟାର କ୍ୟାମ୍ପେନର । କିନ୍ତୁ ପ୍ରଚାର ପୂର୍ବରୁ ସେ ରୋଗୀ ଦେଖୁଛନ୍ତି । ଗାଁ ଗହଳିରୁ ରୋଗୀ ସକାଳୁ ସକାଳୁ  ଭିଡ଼ ଜମାଉଛନ୍ତି । ଡାକ୍ତର ବାବୁ ରୋଗୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି । ପ୍ରେସକ୍ରିପ୍ସନ ଦେଖୁଛନ୍ତି, ଔଷଧ ଲେଖୁଛନ୍ତି ଓ ନିଜ ନିକଟରେ ଥିବା ଔଷଧ ମଧ୍ୟ ଦେଉଛନ୍ତି । ଏବେ ଡାକ୍ତର ବିଧାୟକଙ୍କ କଥା ଶୁଣି ପ୍ରଚାର ସମୟରେ ମଧ୍ୟ ରୋଗୀମାନେ ଗାଁ ଦାଣ୍ଡରେ ଡାକ୍ତର ବିଧାୟକ ଙ୍କ ନିକଟ ରେ ପରାମର୍ଶ ନେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.