ଆମ ଗାଁ, ଆମ ବିକାଶ ଏବଂ ବିଜୁ ଯୁବ ବାହିନୀ ପାଇଁ ଖର୍ଚ୍ଚର ସ୍ବତନ୍ତ୍ର ଅଡିଟ ଦାବୀ କଲା ବିଜେପି
4/09/2018 at 6:33 PM

ଭୁବନେଶ୍ବର ୪|୯: ଆମ ଗାଁ, ଆମ ବିକାଶ ଏବଂ ବିଜୁ ଯୁବ ବାହିନୀ ଯୋଜନାରେ ଖର୍ଚ୍ଚ ହେଉଥିବା ଅର୍ଥର ସ୍ବତନ୍ତ୍ର ଅଡିଟ ହେଉ । ଏହି ୨ ଯୋଜନା ଖର୍ଚ୍ଚରେ ଗାଇଡ୍ ଲାଇନ୍ ଉଲ୍ଲଘଂନ ହେଉଛି । ସିଏଜିଙ୍କୁ ଭେଟି ଏଭଳି ଅଭିଯୋଗ କରିଛି ବିଜେପି ବିଧାୟକ ଦଳ । ବିଜେପି ବିଧାୟକ ଦଳ ନେତା କେ. ଭି. ସିଂହଦେଓଙ୍କ ନେତୃତ୍ବରେ ବିଧାୟକମାନେ ସିଏଜିଙ୍କୁ ଭେଟି ଏହି ୨ ଯୋଜନାରେ ହେଉଥିବା ଅର୍ଥ ଖର୍ଚ୍ଚର ସ୍ବତନ୍ତ୍ର ଅଡିଟ ଦାବି କରିଛନ୍ତି । ଏହା ସହ ଆମ ଗାଁ, ଆମ ବିକାଶ ଯୋଜନାରେ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ସାମିଲ କରାଯାଉ ନଥିବା ଆରୋପ ଆଣିଛି ବିଜେପି । ସେପଟେ ଜବାବରେ ବିଜେଡି କହିଛି, ଏହା ଏକ ବିକାଶଶୀଳ କାର୍ଯ୍ୟକ୍ରମ । ବିଜେପି ଏତେ ଭୟଭୀତ ହେଉଛି କାହିଁକି ?
Related Posts
ବିପୁଳ ପରିମାଣର କାଠ ଜବତ, ବିଳମ୍ବିତ ରାତିରେ ହେଉଥିଲା ଚାଲାଣ
12 August 2022
ଲଘୁଚାପ ପରେ ଲଘୁଚାପ, ଅଗଷ୍ଟ ୧୯ ଯାଏଁ ଛାଡିବନି ବର୍ଷା
12 August 2022
ଓଡ଼ିଶା ପୋଲିସର ୯ ପୋଲିସ କର୍ମଚାରୀଙ୍କୁ ମିଳିବ ପୋଲିସ ସାହସିକତା ପଦକ
12 August 2022