ଆବାସିକ ବିଦ୍ୟାଳୟର ୮ମ ଶ୍ରେଣୀ ଛାତ୍ରୀ ପ୍ରସବ ଘଟଣାରେ ବିଭାଗୀୟ ମନ୍ତ୍ରୀ ରମେଶ ମାଝୀଙ୍କ ଇସ୍ତଫା ଦାବି କଲା ବିଜେପି

Published By : Prameya-News7 Bureau | January 14, 2019 IST

ଭୁବନେଶ୍ବର ୧୪|୧: କନ୍ଧମାଳରେ ଆବାସିକ ବିଦ୍ୟାଳୟରେ ଛାତ୍ରୀଙ୍କ ସନ୍ତାନ ପ୍ରସବ ଘଟଣାରେ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ପ୍ରେସମିଟ୍ କରିଛି ।କନ୍ଧମାଳ ଜିଲ୍ଲାପାଳ ଓ ବିଭାଗୀୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ।ଘଟଣାକୁ ନେଇ ମୋର୍ଚ୍ଚା ରାଜ୍ୟପାଳଙ୍କ ନିକଟରେ ଫେରାଦ ହେବ ବୋଲି କହିଛି । ଆସନ୍ତା ୨ ଦିନ ମଧ୍ୟରେ ମୋର୍ଚ୍ଚାର ଏକ ଟିମ୍ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବ ବୋଲି ବିଜେପିର ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ରବି ନାୟକଙ୍କ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗ୍ରୀନବାଡି ଆବାସିକ ବିଦ୍ୟାଳୟର ଜଣେ ଅଷ୍ଟମଶ୍ରେଣୀ ଛାତ୍ରୀ ଗତକାଲି କନ୍ୟା ସନ୍ତାନ ପ୍ରସବ କରିବାପରେ ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । ବିଦ୍ୟାଳୟର ୬ଜଣ କର୍ମଚାରୀଙ୍କୁ ଚାକିରୀରୁ ବରଖାସ୍ତ କରାଯିବା ସହ ୪ଜଣଙ୍କୁ ନିଲମ୍ବିତ କରାଯାଇଛି । ବିଭାଗୀୟ ମନ୍ତ୍ରୀ ଗଟମାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ସବୁ ଆବାସିକ ବିଦ୍ୟାଳୟରେ ସିସିଟିଭି ଲଗାଇବାକୁ ମଧ୍ୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ମନ୍ତ୍ରୀଙ୍କ ଏହି କାର୍ଯ୍ୟାନୁଷ୍ଠାନ ବିରୋଧୀଙ୍କୁ ସନ୍ତୁଷ୍ଟ କରିପାରି ନାହିଁ । ସରକାରଙ୍କୁ ଘେରିବାକୁ ବିରୋଧୀ ଦଳକୁ ମୋକା ମିଳିଯାଇଛି ଯେମିତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.