ଆରୋଗ୍ୟ ସେତୁ ଆପ୍ ନେଇ ରାହୁଲଙ୍କ ରିଆକସନ୍ ଉପରେ ଏମିତି ଟ୍ବିଟ୍ କଲା ବିଜେପି, କିନ୍ତୁ କେଇ ମିନିଟ୍ରେ ହୋଇଗଲା ଡିଲିଟ୍
3/05/2020 at 8:59 AM

ନୂଆଦିଲ୍ଲୀ ୩।୫: କରୋନା ଭାଇରସ୍ ସଙ୍କଟ ସମୟରେ ମଧ୍ୟ ରାଜନୈତିକ ଦଳ ପରସ୍ପରକୁ ଟାର୍ଗେଟ୍ କରିବାକୁ ପଛାଉନାହାନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆରୋଗ୍ୟ ସେତୁ ଆପ୍ ଉପରେ ଟ୍ବିଟରରେ ପ୍ରଶ୍ନ କରିଥିଲେ । ଏହାପରେ ବିଜେପି ସରକାରୀ ଟ୍ବିଟର ହ୍ୟାଣ୍ଡେଲରୁ ରାହୁଲ ଗାନ୍ଧୀଙ୍କ ଟ୍ବିଟ୍ ଉପରେ ଏମିତି ଜବାବ ଦେଇଥିଲା ଯେ ଟ୍ବିଟକୁ କିଛି ମିନିଟରେ ହଟାଇବାକୁ ପଡିଥିଲା ।
ବାସ୍ତବରେ କେନ୍ଦ୍ର ସରକାରଙ୍କ ତରଫରୁ ଆରୋଗ୍ୟ ସେତୁ ଆପ୍ କରୋନା ଭାଇରସ୍ ବିରୋଧରେ ଲଢିବାରେ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି । ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ୍ କରିବାକୁ ସରକାର କ୍ରମାଗତ ଭାବରେ ଲୋକଙ୍କୁ ନିବେଦନ କରୁଛନ୍ତି । ଏହି ସମୟରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଟ୍ବିଟ୍ କରି ଆରୋଗ୍ୟ ସେତୁ ଆପ୍ ଉପରେ ପ୍ରଶ୍ନ ଉଠାଇଥିଲେ ଏବଂ ଡାଟା ସୁରକ୍ଷା ଏବଂ ଗୋପନୀୟତା ବିଷୟରେ ଚିନ୍ତା ପ୍ରକଟ କରିଥିଲେ ।

ରାହୁଲ ଗାନ୍ଧୀଙ୍କ ଏହି ଟ୍ବିଟରେ ଭାରତୀୟ ଜନତା ପାର୍ଟିର ଅଫିସିଆଲ ଟ୍ବିଟର ହ୍ୟାଣ୍ଡେଲରୁ ଏକ ଟୁଇଟ୍ କରାଯାଇଥିଲା । ଏହି ଟୁଇଟ୍ କରିବାବେଳେ ପ୍ରଶ୍ନ କରାଯାଇଥିଲା, ‘ତୁମେ କ’ଣ କହୁଛ ?’ ଏହାସହ ଟ୍ବିଟରେ ଏକ ଫଟୋ ମଧ୍ୟ ପୋଷ୍ଟ କରାଯାଇଥିଲା । ତେବେ କିଛି ମିନିଟ୍ ପରେ ବିଜେପି ଏହାକୁ ଟ୍ବିଟର ହ୍ୟାଣ୍ଡେଲରୁ ହଟାଇ ଦେଇଛି । ଏହି ଟ୍ବିଟ୍ ରେ ପୋଷ୍ଟ ହୋଇଥିବା ଫଟୋରେ ପାଣି ଟାଙ୍କି ଉପରେ ଗୋଟିଏ ପଶୁ ଅଛି । ଟାଙ୍କି ଉପରେ କଂଗ୍ରେସ ଲେଖାହୋଇଛି ।
ରାହୁଲ ଗାନ୍ଧୀ ଆରୋଗ୍ୟ ସେତୁ ଆପ୍ ଉପରେ ପ୍ରଶ୍ନ ଉଠାଇଛନ୍ତି । ରାହୁଲ ଗାନ୍ଧୀ କହିଛନ୍ତି, ‘ଆରୋଗ୍ୟ ସେତୁ ଆପ୍ ଏକ ଜଟିଳ ମନିଟରିଂ ସିଷ୍ଟମ, ଯାହା ଏକ ଘରୋଇ ଅପରେଟର ପାଇଁ ଆଉଟସୋର୍ସ ଅଟେ, ଯେଉଁଥିରେ କୌଣସି ଅନୁଷ୍ଠାନିକ ତଦାରଖ ନାହିଁ । ଏହା ଦ୍ବାରା ଗମ୍ଭୀର ତଥ୍ୟ ସୁରକ୍ଷା ଏବଂ ଗୋପନୀୟତା ସମ୍ବନ୍ଧୀୟ ଚିନ୍ତା ବଢିଥାଏ ।’