Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

ମରୁଡି ପ୍ରବଣ ଅଞ୍ଚଳକୁ ଯିବେ ବିଜେପି ପ୍ରତିନିଧି ଦଳ, ଟାସ୍କ ଫୋର୍ସ ଗଠନ ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି

23/08/2021 at 5:42 PM

ଭୁବନେଶ୍ବର ୨୩।୮: ରାଜ୍ୟର ବିଭିନ୍ନ ମରୁଡି ପ୍ରବଣ ଅଞ୍ଚଳକୁ ଯିବେ ବିଜେପି ପ୍ରତିନିଧି ଦଳ । ଏଥିପାଇଁ ୪ଟି କମିଟି ଗଠନ କରିଛି ବିଜେପି । ରାଜ୍ୟରେ ଆସନ୍ନ ମରୁଡି ପରିସ୍ଥିତିକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି । ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ କାମାକ୍ଷା ପ୍ରସାଦ ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ ।

ପୂର୍ବତନ ରାଜ୍ୟ ସଭାପତି ତଥା ସାଂସଦ ବସନ୍ତ ପଣ୍ଡା, ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ଓ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝିଙ୍କ ନେତୃତ୍ବରେ ଗଠନ ହୋଇଛି ୪ଟି କମିଟି ।

ରାଜ୍ୟ ସରକାର ଟାସ୍କ ଫୋର୍ସ ଗଠନ କରନ୍ତୁ । ଯେଉଁ ଜମିକୁ ପାଣି ଯାଇପାରିବ ତୁରନ୍ତ ଚାଷୀଙ୍କୁ ପାଣି ଯୋଗାଇ ଦିଅନ୍ତୁ । ସଚିବମାନଙ୍କୁ ପଠାଇ ତୁରନ୍ତ ସମୀକ୍ଷା କରି ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଛି ବିଜେପି ।

   Related Posts