ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମିଶନ୍‌ ଶକ୍ତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢ଼ିଲା ଋଣ ପରିମାଣ
  • ||

ମମତାଙ୍କ ‘ଜିହାଦ’ ବୟାନ ବିରୋଧରେ ରାଜ୍ୟପାଳଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି

29/06/2022 at 9:09 PM

କୋଲକାତା: ମମତାଙ୍କ ଜିହାଦ ବୟାନ ବିରୋଧରେ ସ୍ୱର ଶାଣିତ କଲା ବିଜେପି। ଆଜି ଏ ନେଇ ବିଜେପିର ୧୦ ଜଣିଆ ପ୍ରତିନିଧିମଣ୍ଡଳ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକଡ଼ଙ୍କୁ ଭେଟି ଅଭିଯୋଗ କରିଛନ୍ତି। ମମତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ବିଜେପି ଅଭିଯୋଗ କରିଛି।

ଆଜି ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ବିଜେପି ଟିମ୍ ରାଜ୍ୟପାଳଙ୍କୁ ଭେଟିଥିଲା। ମମତା ଆସାନ ସୋଲ୍‌ରେ ବକ୍ତବ୍ୟ ଦେଇ ବିଜେପି ବିରୋଧରେ ଜିହାଦ ଘୋଷଣା କରୁଛି ବୋଲି ମନ୍ତବ୍ୟ ଦେଇଥିଲେ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା। ଏନେଇ ନିଜେ ରାଜ୍ୟପାଳ ତାଙ୍କ ଅଫିସିଆଲ୍ ଟ୍ୱିଟର ସାଇଟ୍‌ରେ ଭିଡିଓ ପୋଷ୍ଟ କରି ସୂଚନା ଦେଇଛନ୍ତି।

ଏନେଇ ଶୁଭେନ୍ଦୁ ଅଧିକାରୀ କହିଛନ୍ତି “ଗତକାଲି ମୁଖ୍ୟମନ୍ତ୍ରୀ ପବ୍ଲିକ୍ ମିଟିଂରେ ଯାହା କହିଲେ ତାହା ନେଇ ଆମେ ଚିନ୍ତିତ ଅଛୁ। ତେଣୁ ରାଜ୍ୟାପଳ ଏଥିରେ ହସ୍ତକ୍ଷେପ କରନ୍ତୁ ବୋଲି ଆମେ ଚାହୁଁଛୁ। ”

ଅନ୍ୟଟେ ରାଜ୍ୟପାଳ ଧନକଡ଼ ମମତାଙ୍କୁ ଏଭଳି ମନ୍ତବ୍ୟକୁ ଫେରାଇ ନେବାକୁ ଅନୁରୋଧ କରିଛନ୍ତି। ତା ସହ ମମତାଙ୍କ ବୟାନକୁ ନିନ୍ଦା କରିଛନ୍ତି ରାଜ୍ୟାପାଳ।

ସୂଚନା ଥାଉକି, ଗତକାଲି ଆସାନସୋଲ୍‌ରେ ମମତା ଲୋକଙ୍କୁ ସମ୍ବୋଧ କରୁଥିବା ବେଳେ ବିଜେପି ବିରୋଧରେ ଜିହାଦ ଘୋଷଣା କରିଥିଲେ ମମତା। ଏହି ଭିଡିଓ ଭାଇରାଲ୍ ହୋଇଥିଲା। ଏଥିରେ ମମତା କହୁଥିଲେ ଯେ ଜୁଲାଇ ୨୧ ତାରିଖ ସହିଦ ଦିବସ। ଏହା ବିଜେପି ବିରୋଧରେ ଜିହାଦ ଘୋଷଣା କରିବାର ଦିନ ବୋଲି ମମତା କହିଥିଲେ।

   Related Posts