Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସମ୍ବଲପୁର ଯିବାବେଳେ ବିଜେପି ନେତାଙ୍କୁ ଗିରଫ କଲା ପୋଲିସ

18/04/2023 at 2:40 PM

ସମ୍ବଲପୁର ୧୮।୪: ସମ୍ବଲପୁର ଯାଉଥିବା ବିଜେପି ଟିମ୍ କୁ ଗିରଫ କଲା ସମ୍ବଲପୁର ପୋଲିସ । ସମ୍ବଲପୁର ସ୍ଥିତି ଅନୁଧ୍ୟାନ ପାଇଁ ଯାଉଥିବା ବେଳେ ବିଜେପି ଟିମ୍‌କୁ ପୋଲିସ ଗିରଫ କରିଛି ।

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନେତୃତ୍ବରେ ମଙ୍ଗଳବାର ଏହି ଟିମ୍ ସମ୍ବଲପୁର ଯାଇଥିଲେ । ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ, ସାଂସଦ ସୁରେଶ ପୂଜାରୀ, ଜୁଏଲ ଓରାମ୍, ବସନ୍ତ ପଣ୍ଡା, ବିଧାୟକ ନାଉରୀ ନାଏକ, ଶଙ୍କର ଓରାମ, କୁସୁମ ଟେଟେ, ପୂର୍ବତନ ସଭାପତି ସମୀର ମହାନ୍ତି, ବରିଷ୍ଠ ନେତା କନକ ବର୍ଦ୍ଧନ ସିଂଦେଓ ପ୍ରମୁଖ ଥିଲେ । ସମ୍ବଲପୁର ସୀମା ଠେଲକୁଲେଇ ଠାରେ ପହଞ୍ଚିବା ପରେ ସେମାନଙ୍କୁ ପୋଲିସ ଅଟକାଇଥିଲା । ପୋଲିସ ସହ ଯୁକ୍ତିତର୍କ ପରେ ବିଜେପି ନେତାଙ୍କୁ ଠେଲକୁଲେଇ ଥାନାରେ ଅଟକ ରଖାଯାଇଥିଲା । ଏହାପରେ ସେମାନଙ୍କୁ ଗିରଫ କରାଯାଇଛି ।

   Related Posts