କ୍ରାଉଡଫଣ୍ଡିଂ ମଧ୍ୟରେ ସିଦ୍ଦରମୈୟାଙ୍କ ପ୍ରାଇଭେଟ୍ ଜେଟରେ ଯାତ୍ରାର ଭିଡିଓ ଭାଇରାଲ, ବିଜେପି କଲା କଟାକ୍ଷ

Published By : Prameya-News7 Bureau | December 22, 2023 IST

ନୂଆଦିଲ୍ଲୀ: କଂଗ୍ରେସର କ୍ରାଉଡଫଣ୍ଡିଂ ଅଭିଯାନ ଭିତରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଓ ରାଜ୍ୟର ମନ୍ତ୍ରୀ ଜମୀର ଅହମଦ ଖାନଙ୍କୁ ନେଇ ବିଜେପି କଟାକ୍ଷ କରିଛି । କଂଗ୍ରେସକୁ ଟାର୍ଗେଟ୍ କରି ବିଜେପି କହିଛି ଯେ ପାର୍ଟି ଚାନ୍ଦା ମାଗୁଥିବା ବେଳେ ଏହାର ନେତା ପ୍ରାଇଭେଟ୍ ଜେଟରେ ବୁଲୁଛନ୍ତି ।

ବିଜେପି ନେତା ଅମିତ୍ ମାଲଭୀୟ କର୍ଣ୍ଣାଟକ କଂଗ୍ରେସକୁ ସମାଲୋଚନା କରି କହିଛନ୍ତି ଯେ କେନ୍ଦ୍ରୀୟ ଅନୁଦାନ ପାଇଁ ଦିଲ୍ଲୀ ଆସିବା ବେଳେ, ଦୁଇ ନେତା ପ୍ରାଇଭେଟ୍ ଜେଟରେ ଆରାମଦାୟକ ଯାତ୍ରା କରୁଛନ୍ତି ।

ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କର୍ଣ୍ଣାଟକ ମନ୍ତ୍ରୀ ଜମୀର ଅହମଦଙ୍କ ଭିଡିଓ ପୋଷ୍ଟ କରି ଅମିତ୍ ମାଲଭୀୟ ଲେଖିଛନ୍ତି, 'ଗୋଟିଏ ପଟେ କଂଗ୍ରେସ କ୍ରାଉଡଫଣ୍ଡିଂ ନାଁ ନାଟକ କରୁଛି ଏବଂ ଇଣ୍ଡି ମେଣ୍ଟର ବୈଠକରେ ସଙ୍ଗଡା ବି ଦିଆଗଲା ନାହିଁ । ଏପରି ଏକ ସମୟରେ କର୍ଣ୍ଣାଟକ ସରକାରରେ ୱଫ୍ ଓ ଅଳ୍ପସଂଖ୍ୟକ ମାମଲାରେ କ୍ୟାବିନେଟ୍ ମନ୍ତ୍ରୀ ଜମୀର ଅହମ୍ମଦ ଖାନ ଏକ ପ୍ରାଇଭେଟ୍ ଜେଟରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ସହ ନିଜ ଫଟୋ ସେୟାର କରୁଛନ୍ତି'।

wp:html /wp:html

ମାଲଭୀୟ କହିଛନ୍ତି, କର୍ଣ୍ଣାଟକ କୁଶାସନ ସହ ଲଢୁଛି, କିନ୍ତୁ କଂଗ୍ରେସର ଲୁଟ୍ ଜାରି ରହିଛି । କର୍ଣ୍ଣାଟକ ବିଜେପି ନେତା ସିଟି ରବି ମଧ୍ୟ ଏହି ଭିଡିଓକୁ ସେୟାର କରି କହିଛନ୍ତି, 'ରାଜ୍ୟ ସରକାରଙ୍କ ନିକଟରେ ମରୁଡ଼ି ପ୍ରଭାବିତ ଆମ ଚାଷୀଙ୍କୁ କ୍ଷତିପୂରଣ ଦେବା ପାଇଁ ଟଙ୍କା ନାହିଁ, କିନ୍ତୁ ମୁଖ୍ୟମନ୍ତ୍ରୀଙ୍କୁ ଉଡାଇବା ପାଇଁ ଟଙ୍କା ଅଛି'।

ଡିସେମ୍ୱର ୨୮ରେ କଂଗ୍ରେସ ନିଜ ପ୍ରତିଷ୍ଠାର ୧୩୮ ବର୍ଷ ପୂରଣ କରିବ । ଏହା ପୂର୍ବରୁ ନିକଟରେ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କ୍ରାଉଡଫଣ୍ଡିଂ ଅଭିଯାନ ଡୋନେଟ୍ ଫର୍ ଦେଶ ଅଭିଯାନ ଆରମ୍ଭ କରିଛି ।

Also read: ତାମିଲନାଡ଼ୁ ବନ୍ୟା, ମୁହାଁମୁହିଁ କେନ୍ଦ୍ର-ରାଜ୍ୟ; ନିର୍ମଳା କହିଲେ ଭିତ୍ତିଭୂମି ସୁଧାରୁନାହାନ୍ତି ଡିଏମକେ ସରକାର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.