ପରାଜୟର ବିଭିନ୍ନ ଦିଗକୁ ନେଇ ତର୍ଜମା କରିଛି ବିଜେପି କୋର୍ କମିଟି : ଦଳୀୟ ଲୋକଙ୍କ ଅନ୍ତର୍ଘାତୀ କାର୍ଯ୍ୟ ହିଁ ପରାଜୟର କାରଣ ବୋଲି କହିଲେ ରାଧାରାଣୀ ପଣ୍ଡା

Published By : Prameya-News7 Bureau | June 09, 2019 IST

ପରାଜୟର ପୋଷ୍ଟମର୍ଟମ । ରାଜ୍ୟ ବିଜେପିରେ ଏବେ ମାନସମନ୍ଥନର ସମୟ । ଦଳ କୋର୍ କମିଟି ସହ ଜିଲ୍ଲା ସଭାପତିମାନଙ୍କ ବୈଠକ ବସିଛି । ନିର୍ବାଚନୀ ନିରାଶାର କାରଣ ଖୋଜିଛି ଦଳ । ଏ ନେଇ ଅନେକ ଦିଗ ସାମ୍ନାକୁ ଆସିଛି । ସେପଟେ ପୂର୍ବତନ ବିଧାୟକ ରାଧାରାଣୀ ପଣ୍ଡା ଦେଇଛନ୍ତି ବିସ୍ଫୋରକ ବୟାନ । ରାଧାରାଣୀ କହିଛନ୍ତି, ଦଳୀୟ ଲୋକଙ୍କ ଅନ୍ତର୍ଘାତୀ କାର୍ଯ୍ୟ ହିଁ ପରାଜୟର କାରଣ ।

{"id":121482}

କେଉଁଠି ଭୁଲ୍ ହେଲା?  କାହିଁକି ମିଶନ ୱାନ୍-ଟ୍ୱେଣ୍ଟିକୁ ମିସ୍‌ କଲା ବିଜେପି। ଅଟକି ଗଲା ମାତ୍ର ୨୩ରେ? କାରଣ ଖୋଜିବାକୁ ବସିଥିଲା ରାଜ୍ୟ ବିଜେପିର ବୈଠକ । ପ୍ରଥମେ ଦଳର କୋର୍ କମିଟି ସଦସ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରଭାରୀ ଅରୁଣ ସିଂ, ସଭାପତି ବସନ୍ତ ପଣ୍ଡା, ବୈଜୟନ୍ତ ପଣ୍ଡା, କେଭି ସିଂହଦେଓ, ବିଜୟ ମହାପାତ୍ର ପ୍ରମୁଖ ବସି ମାନସ ମନ୍ଥନ କରିଥିଲେ ।

{"id":121483}

ପରେ ରାଜ୍ୟ ପଦାଧିକାରୀ ଓ ଜିଲ୍ଲା ସଭାପତିମାନଙ୍କ ସହ ବୈଠକ ବସିଥିଲା । ପରାଜୟର ବିଭିନ୍ନ ଦିଗକୁ ନେଇ ତର୍ଜମା ହୋଇଥିଲା । କିଏ କହିଥିଲା, ବିଜେଡି-କଂଗ୍ରେସ ଭୋଟ୍ ତୃଣମୂଳ ସ୍ତରରେ ଏକାଠି ହୋଇଗଲା । ଆଉ କିଏ ଉଠାଇଥିଲା ଦଳର ସାଂଗଠନିକ ଦୁର୍ବଳତା କଥା । ଏତିକିବେଳେ ପୂର୍ବତନ ବିଧାୟକ ରାଧାରାଣୀ ପଣ୍ଡାଙ୍କ ବିସ୍ଫୋରକ ବୟାନ ସାମ୍ନାକୁ ଆଣିଥିଲେ । ଦଳୀୟ ଲୋକଙ୍କ ଅନ୍ତର୍ଘାତୀ କାର୍ଯ୍ୟ ହିଁ ପରାଜୟର କାରଣ ବୋଲି ସେ ସଫା ସଫା ଶୁଣାଇଥିଲେ ।

{"id":121484}

ପରାଜୟର ପୋଷ୍ଟମର୍ଟମ ସହ ଅନ୍ୟ ପ୍ରସଙ୍ଗକୁ ନେଇ ମଧ୍ୟ ଆଲୋଚନା ହୋଇଥିଲା । ରାଜ୍ୟ ସରକାରଙ୍କୁ ଘେରିବାକୁ ଆଗକୁ କଣ ରଣନୀତି ରହିବ ସେ କଥା ବି ଉଠିଥିଲା । ଏହା ସହ ପାଟକୁରା-ବିଜେପୁର ନିର୍ବାଚନ, ଦଳର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ସଂପର୍କରେ ମଧ୍ୟ ବିଚାରବିମର୍ଶ ହୋଇଥିଲା ।

{"id":121485}

ତେବେ ରାଜ୍ୟ ପଦାଧିକାରୀ ଓ ଜିଲ୍ଲା ସଭାପତିଙ୍କ ସହ ବୈଠକରେ କୋର୍ କମିଟିର ସବୁ ସଦସ୍ୟ ଉପସ୍ଥିତ ଥିବା ବେଳେ ବାହାରକୁ ଚାଲି ଆସିଥିଲେ ପାଟକୁରା ପ୍ରାର୍ଥୀ ବିଜୟ ମହାପାତ୍ର ।

{"id":121486}

ନିର୍ବାଚନର ନିରାଶା ପରେ ଏହାଥିଲା ଦଳର ପ୍ରଥମ ବୈଠକ । ଆଗକୁ ବିଭିନ୍ନ ପର୍ଯ୍ୟାୟରେ ଏଭଳି ବୈଠକ ବସିବ ।  ସେପଟେ ବସନ୍ତ ପଣ୍ଡାଙ୍କ କାର୍ଯ୍ୟକାଳ ସରିଥିବାରୁ ତାଙ୍କୁ ପୁଣି ସଭାପତି ଦାୟିତ୍ୱ ଦିଆଯିବ ନା ନୂଆ ଚେହେରାକୁ ନେଇ ଦଳ ଆଗକୁ ବଢିବ ସେ ନେଇ ମଧ୍ୟ କାର୍ଯ୍ୟକର୍ତ୍ତାଙ୍କ ମତ ଲୋଡ଼ିଥିଲେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ।….

{"id":121487}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.