ରାଜ୍ୟ ସରକାରଙ୍କ ବିରୋଧରେ ବିଜେପିର ଚାର୍ଜସିଟ୍, ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ

Published By : Prameya-News7 Bureau | April 24, 2024 IST

ଭୁବନେଶ୍ବର ୨୪।୪: ରାଜ୍ୟ ସରକାରଙ୍କ ବିରୋଧରେ ବିଜେପି ଆଣିଲା ଚାର୍ଜସିଟ୍‌ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜେପିର ଏହି ଚାର୍ଜସିଟ୍‌କୁ ଆଜି ଉନ୍ମୋଚନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ୨୫ବର୍ଷ ବିଜେଡି ଶାସନ କାଳରେ ବିଭିନ୍ନ କ୍ଷେତ୍ରରେ ତଳମୁହାଁ ଗ୍ରାଫ୍‌ ଦେଖିବାକୁ ମିଳୁଛି । ରାଜ୍ୟ ସରକାର କହିଥିଲେ ୩୫ ପ୍ରତିଶତ ଜମିକୁ ଜଳସେଚିତ କରାଯିବ । କିନ୍ତୁ ୨୫ବର୍ଷ ପରେ ବି ସରକାର ଏହି ଲକ୍ଷ୍ୟ ପୂରଣ କରିପାରି ନାହାନ୍ତି । ୩୧୪ ବ୍ଲକରେ ଶୀତଳ ଭଣ୍ଡାର ଖୋଲାଯିବ । ହେଲେ ଏବେ ବି ଏହା କାର୍ଯ୍ୟକାରୀ ହୋଇନାହିଁ । କୃଷକଙ୍କ ପାଇଁ ରାଜ୍ୟ ସରକାର କାଳିଆ ସ୍କିମ୍‌ ଆଣିଥିଲେ । ହେଲେ ସେଥିରେ ହିତାଧିକାରୀଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି । ଦେଶରେ ଯେଉଁଠି ଚାଷୀଙ୍କ ରୋଜଗାର ବଢ଼ୁଛି ସେଠି ଓଡ଼ିଶାର ନମ୍ବର କମୁଛି ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ । 

ଓଡ଼ିଶାରେ ମହିଳାଙ୍କ ବିରୋଧରେ ଅପରାଧ ବଢ଼ୁଛି । ଏହି ମାମଲାରେ ଦେଶର ପ୍ରଥମ ୫ଟି ରାଜ୍ୟ ଭିତରେ ରହିଛି ଓଡ଼ିଶା । ଓଡ଼ିଶାରେ ନିଯୁକ୍ତି ସୁଯୋଗ ନାହିଁ । ପ୍ରତିବର୍ଷ ହଜାର ହଜାର ଦାଦନ ରାଜ୍ୟ ବାହାରକୁ ଯାଉଛନ୍ତି । ଜଳ ଜୀବନ ମିଶନ କେନ୍ଦ୍ର ସରକାରଙ୍କ ସବୁଠୁ ବଡ଼ ଯୋଜନା । ଏହା ମାଧ୍ୟମରେ  କୋଟି କୋଟି ଲୋକଙ୍କ ଘରେ ପାଇପରେ ପାଣି ପହଞ୍ଚୁଛି । କିନ୍ତୁ ଓଡ଼ିଶା ଏ କ୍ଷେତ୍ରରେ ପଛରେ ପଡ଼ିଛି । ବିଜେଡି ଯୁବବର୍ଗଙ୍କୁ ରୋଜଗାର ଦେଇପାରୁନି । ଓଡ଼ିଶାର ବେରୋଜଗାରି ୨୦୧୫-୧୬ରେ ୩.୮ ପ୍ରତିଶତ ଥିବା ବେଳେ ଏବେ ଏହା ୬ ପ୍ରତିଶତରେ ପହଞ୍ଚିଛି । ବିଜେଡି ଯୁବବର୍ଗଙ୍କ ସ୍ବପ୍ନ ପୂରଣ କରିବାରେ ବିଫଳ ହୋଇଛି ବୋଲି ଚାର୍ଜସିଟ୍‌ରେ ଅଭିଯୋଗ କରିଛି ବିଜେପି ।

 You Can Read :

ଶବ ରଖି ଏସ୍‌ପିଙ୍କ ଅଫିସ ଘେରାଉ, ପୋଲିସ ଅବହେଳାକୁ ଦାୟୀ କଲେ ପରିବାର

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.