ବିଜେପିର ନିଆରା ପ୍ରତିବାଦ: ବ୍ଲକ୍ ଅଫିସ୍ ଆଗରେ ପାଳିଲା ଷଣ୍ଢର ଜନ୍ମଦିନ
2/12/2022 at 5:16 PM

ଚାନ୍ଦବାଲି ୦୨/୧୨: ଶୁକ୍ରବାର ବ୍ଲକ ଅଫିସ ଆଗରେ ବିଜେପିର ନିଆରା ପ୍ରତିବାଦ କରାଯାଇଛି। ଗୋଟିଏ ଷଣ୍ଢକୁ ଶୋଭାଯାତ୍ରାରେ ଆଣି ଚାନ୍ଦବାଲି ସହର ପରିକ୍ରମା କରାଯାଇଥିଲା। ଏହାପରେ ବ୍ଲକ ଅଫିସ ଆଗରେ ତାର ଜନ୍ମଦିନ ପାଳନ କରିଥିଲା ବିଜେପି ଯୁବ ମୋର୍ଚ୍ଚା। ଏପରି ଘଟଣା ବିଜପି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ ଦେଖିହବାକୁ ମିଳିଛି।
ଖବର ଅନୁସାରେ ସପ୍ତାହେ ପୂର୍ବରୁ ବ୍ଲକ ଅଫିସରେ ଡ୍ୟୁଟି ବେଳେ ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର ଷ୍ଟାଲିନ ନାୟକ ତାଙ୍କ ଜନ୍ମଦିନ ପାଳିଥିଲେ। ଫଳରେ ବିଜେପି ପକ୍ଷରୁ ଏପରି ନିଆରା ପ୍ରତିବାଜ କରାଯାଇଥିଲା। ଅନ୍ଯପଟେ ୭ ଦିନ ମଧ୍ୟରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ବିଡିଓ ସମସ୍ତଙ୍କୁ କହିଥିଲେ। ଏନେଇ ୭ ଦିନ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଏପରି ପ୍ରତିବାଦ କରାଯାଇଛି।
Related Posts
ଏୟାରଲିଫ୍ଟ ହେଲେ ନବ ଦାସ, ଛାତିରେ ବାଜିଛି ଗୁଳି
29 January 2023
ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼, ଛାତିରେ ବାଜିଛି ଗୁଳି
29 January 2023