ଚାଷୀ ସମସ୍ୟା ନେଇ ବିଜେପିର ଆନ୍ଦୋଳନ ଡାକରା : ଆସନ୍ତା ୧ ଓ ୨ରେ ରାଜ୍ୟବ୍ୟାପୀ ଚାଷୀ ମଣ୍ଡି ଓ ସିଏସଓ ଅଫିସ କରିବ ଘେରାଓ

Published By : Prameya-News7 Bureau | June 29, 2021 IST

ଭୁବନେଶ୍ବର ।୬: ଆବାସ ଯୋଜନା ଦୁର୍ନୀତି ଅଭିଯୋଗରେ ପୁଣି ଆନ୍ଦୋଳନ କରିବ ବିଜେପି । କେନ୍ଦ୍ରରୁ ପଞ୍ଚଦଶ ଅର୍ଥ କମିଶନ ମଞ୍ଜୁରୀରେ ବହୁ ଅର୍ଥ ଆସୁଛି । ହେଲେ ଠିକରେ ଲୋକଙ୍କୁ ଆବସ ଘର ମିଳୁନି । ଏଥିରେ ସ୍ବଚ୍ଛତା ରହୁ । ଯେଉଁ ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ପ୍ରକୃତ ହିତାଧିକାରୀ ଘର ପାଉ । ୯ ଜିଲ୍ଲାରେ କୌଣସି ଗୋଟିଏ ଘର ଆଲଟମେଣ୍ଟ ହୋଇନି କାହିଁକି । ସେ ଜିଲ୍ଲା ଲୋକ କେବେ ଘର ପାଇବେ ସରକାର ସ୍ପଷ୍ଟ କରନ୍ତୁ ବୋଲି ପ୍ରେସମିଟ୍ ରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି । ଆବସ ପ୍ରସଙ୍ଗ ନେଇ ବିଜେପି ସାରା ରାଜ୍ୟରେ ଆନ୍ଦୋଳନ କରିବ। ଜୁଲାଇ ୭, ୮ ଓ ୯ ତାରିଖ ବ୍ଲକ୍ ଆଗରେ ପ୍ରତିବାଦ ହେବ ।  ୩୧୪ ବ୍ଲକ ଆଗରେ ପ୍ରତିବାଦ ହେବ ।

ମୋଦି ସରକାର ତାଙ୍କ ବିକାଶ ଏଜେଣ୍ଡାରେ ଓଡିଶାକୁ ଫୋକସ୍ କରିଛନ୍ତି । କିନ୍ତୁ ଯେଉଁ କେନ୍ଦ୍ରୀୟ ଅର୍ଥ ଅନୁଦାନ ଆସୁଛି ତାହା ତଳସ୍ତରରେ ପହଞ୍ଚିପାରୁନି। ଚାଷୀଙ୍କ ଏଠି ଅବହେଳିତ। ପ୍ରତିବର୍ଷ ଫସଲର ସହାୟକ ମୂଲ୍ୟ ବଢୁଛି । କିନ୍ତୁ ଚାଷୀ ପାଇପାରୁନି । ଧାନ ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ଜାରି ରହିଛି । ସମବାୟ ବିଭାଗ ଓ ଯୋଗାଣ ବିଭାଗ ସମସ୍ୟାର ସମାଧାନ କରୁନାହାନ୍ତି । ସାରଠାରୁ କୀଟନାଶକ ପର୍ଯ୍ୟନ୍ତ କିଛି ଚାଷୀ ପାଖରେ ପହଞ୍ଚୁନି । ଟୋକନ ବ୍ୟବସ୍ଥାକୁ ନେଇ ଅନେକ ଅଭିଯୋଗ ଆସୁଛି । ବିଜେପି ଅଭିଯୋଗ କରିବା ପରେ କେନ୍ଦ୍ରୀୟ ଟିମ୍ ଓଡିଶା ଆସି ଅନୁଧ୍ୟାନ କରିଥିଲେ ଓ ରିପୋର୍ଟ ଦେଇଥିଲେ । ସେଥିରେ ବ୍ୟାପକ ଅନିୟମିତତା ହେଉଥିବା ଦର୍ଶାଯାଇଥିଲା ।  ବିଜେପି ଏହାକୁ ନେଇ ଧାରଣା ଦେଇଥିଲା । ତେଣୁ ଆଗାମୀ ଜୁଲାଇ ୧ ଓ ୨ରେ ସାରା ଓଡିଶା ଚାଷୀ ମଣ୍ଡି ଓ ସିଏସଓ ଅଫିସ ଘେରାଓ କରିବ ।

ଭାରତ ସରକାରଙ୍କ ଆବାସ ଯୋଜନା ଅନୁସାରେ ଦେଶରେ କୌଣସି କଚ୍ଚା ଘର ରହିବ ନାହିଁ ବୋଲି କେନ୍ଦ୍ର ନିଷ୍ପତ୍ତି ନେଇଛି । ସେଥିପାଇଁ ରାଜ୍ୟକୁ ଅନେକ ଅନୁଦାନ ମିଳିଛି ।ଫନି କ୍ଷତିଗ୍ରସ୍ତଙ୍କ ପାଇଁ ମଧ୍ୟ ୮ଲକ୍ଷ ୧୭ହଜାର ୪ଶହ ଆବାସ ଗୃହ ରାଜ୍ୟକୁ ମିଳିଛି । ଏଥିରେ ସ୍ବଚ୍ଛତା ରହିବା କଥା ।  କିନ୍ତୁ କେନ୍ଦ୍ରୀୟ ଦଳ ଆସି ଅନିୟମିତତା ଦର୍ଶାଇଥିବା ବେଳେ ରାଜ୍ୟ ସରକାର ତାଙ୍କ ଉତ୍ତରଦାୟିତ୍ବକୁ ଗ୍ରହଣ କରିନାହାଁନ୍ତି । ଜଣେ ବି ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ବଞ୍ଚିତ ହେବନାହିଁ । ସମସ୍ତଙ୍କ ଘରକୁ ବିଜୁଳିବତୀ, ପାଇଖାନା, ଗ୍ୟାସ୍ ସିଲିଣ୍ଡର ଦେବାକୁ କେନ୍ଦ୍ର ସରକାର ମଧ୍ୟ ପ୍ରଚୁର ଅନୁଦାନ ପ୍ରଦାନ କରିଛନ୍ତି । ୨୦୨୨ ପରେ ଯଦି ରାଜ୍ୟରେ ଗୋଟେ ବି କଚ୍ଚାଘର ରହିବ ସେଥିପାଇଁ ସମ୍ପୂର୍ଣ୍ଣ ରୂପେ ରାଜ୍ୟ ସରକାରଙ୍କ ଅପାରଗତା ଦାୟୀ ରହିବ । ୯ଟି ଜିଲ୍ଲାରେ ଗୋଟିଏ ହେଲେ ମଧ୍ୟ ଆବାସ ଘର ଆଲଟମେଣ୍ଟ ହୋଇନି । ଯୋଗ୍ୟ ହିତାଧିକାରୀ ତୁରନ୍ତ ଘର ପାଇବା ଦାବିରେ  ଜୁଲାଇ ୭, ୮ ଓ ୯ ତାରିଖରେ ସମଗ୍ର ରାଜ୍ୟରେ ବ୍ଲକ୍ ଅଫିସ ସାମ୍ନାରେ ବିଜେପି ପ୍ରତିବାଦ କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.