କୃଷକଙ୍କୁ କ୍ଷତିପୂରଣ ଓ ଋଣ ଛାଡ ଦାବିରେ ୬ଘଣ୍ଟିଆ କେନ୍ଦ୍ରାପଡା ବନ୍ଦ
26/09/2018 at 10:01 AM

କେନ୍ଦ୍ରାପଡା ୨୬|୯: ଆଜି କେନ୍ଦ୍ରାପଡ଼ା ବନ୍ଦ ଡାକରା ଦିଆଯାଇଛି । ୬ଘଣ୍ଟିଆ ବନ୍ଦ ଡାକରା ଦେଇଛି ଜିଲ୍ଲା ବିଜେପି । କୃଷକଙ୍କୁ କ୍ଷତିପୂରଣ ପ୍ରଦାନ ଓ ଋଣ ଛାଡ ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଛି । ବିଭିନ୍ନ ସ୍ଥାନରେ ବିଜେପି କର୍ମୀଙ୍କ ପକ୍ଷରୁ ପିକେଟିଂ କରି ବନ୍ଦ କରୁଛନ୍ତି । ଟାୟାର ଜାଳି କେତେକ ସ୍ଥାନରେ ରାସ୍ତା ଅବରୋଧ କରୁଛନ୍ତି ଆନ୍ଦୋଳନକାରୀ । ଆନ୍ଦୋଳନ ଫଳରେ ଦୋକାନ ବଜାର ବନ୍ଦ ରହିଛି । ଗାଡି ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି।
Related Posts
କୋରାପୁଟ ପୋଲିସକୁ ସଫଳତା, ବନ୍ଧା ହେଲା ମୋବାଇଲ୍ ଲୁଟେରା, ୫୧ଟି ଫୋନ୍ ଜବତ
27 January 2023