ଜଣାପଡ଼ିଲା ଚାଷୀଙ୍କ 'BJP ବହିଷ୍କାର' ନୀତି, ଏବେ ଖୋଲାଖୋଲି ଘୋଷଣା କଲେ ନରେଶ ଟିକାୟତ

Published By : Prameya-News7 Bureau | February 19, 2021 IST

ସିସୌଲୀ ୧୯।୨: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ନେଇ ଚାଷୀଙ୍କ ଆନ୍ଦୋଳନ ପରିପ୍ରେକ୍ଷୀରେ ପଞ୍ଜାବ, ହରିୟାଣା  ଓ ୟୁପିରେ ଏବେ ଭାରତୀୟ ଜନତା ପାର୍ଟି (ବିଜେପି)କୁ ସାମାଜିକ ବହିଷ୍କାର କରାଯାଉଛି। ଲୋକେ ବିଜେପି କର୍ମୀ, ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ଏବେ ସମାଜରେ ଗ୍ରହଣ କରୁ ନାହାନ୍ତି। ତେବେ ବିଜେପି ପ୍ରତି ଚାଷୀଙ୍କ ଅସୂୟା ପ୍ରଥମ ଥର ଶୁକ୍ରବାର ଜଣାପଡିଛି। ଭାରତୀୟ କିଷାନ ୟୁନିୟନ (ବିକେୟୁ) ନେତା ନରେଶ ଟିକାୟତ ୟୁପି ସିସୌଲୀ ମହାପଞ୍ଚାୟତରେ ବହିଷ୍କାର ନେଇ ଖୋଲାଖୋଲି ଘୋଷଣା କରିଛନ୍ତି।

ଯଦି ଘରେ, ଗାଁରେ କୌଣସି କାର୍ଯ୍ୟକ୍ରମକୁ ବିଜେପି, କର୍ମୀ, ନେତା ଅଥବା ମନ୍ତ୍ରୀଙ୍କୁ ଆମନ୍ତ୍ରିତ କରିବେ ତେବେ ଦିଲ୍ଲୀ ସୀମାରେ ଆନ୍ଦୋଳନରତ ୧୦୦ ଚାଷୀଙ୍କ ଭୋଜନ ପଠାଇବାକୁ ପଡିବ ବୋଲି ଟିକାୟତ ଚାଷୀଙ୍କୁ ସତର୍କ କରାଇଦେଇଛନ୍ତି। ହୁଏତ ଏହାକୁ ଉପସ୍ଥିତ ଲୋକେ ଚାଷୀ ସଙ୍ଗଠନଙ୍କ ଆଦେଶ ଭାବି ପାରନ୍ତି ଅଥବା ଉପଦେଶ ବୋଲି କହିଛନ୍ତି ଟିକାୟତ।

ଗତ ୧୭ ତାରିଖ ଦିନ ସିସୌଲୀରେ ଏହି ମହାପଞ୍ଚାୟତ ହୋଇଥିଲା।  ନରେଶ ଟିକାୟତଙ୍କ ବୟାନ କଥା ଶୁକ୍ରବାର ଜଣାପଡିଛି। ଯାହା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏ ନେଇ ଗଣମାଧ୍ୟମ ନରେଶ ଟିକାୟତଙ୍କୁ ଭେଟିଥିବା ବେଳେ ଦେଶରେ କୃଷି ଆଇନକୁ ନେଇ ଚାଷୀ ଅସନ୍ତୁଷ୍ଟ ଥିବା ସେ କହିଛନ୍ତି। ଏଥିରେ ଯଦି ଗାଁ ଗାଣ୍ଡାରେ କୌଣସି ଉତ୍ସବ ଅଥବା ପର୍ବପର୍ବାଣୀକୁ ବିଜେପି ନେତା, ମନ୍ତ୍ରୀ ଆମନ୍ତ୍ରିତ ହୁଅନ୍ତି ହୁଏତ ସେଠି ସେମାନଙ୍କର ଅପମାନ ବି ହୋଇପାରେ ଓ ଏଥିଲାଗି ସେମାନେ କୃଷକ ସଙ୍ଗଠନଙ୍କ ଉପରେ ଦୋଷାରୋପଣ କରିପାରନ୍ତି। ଏଣୁ ସେମାନଙ୍କୁ ଗାଁ ଗହଳିରେ କାର୍ଯ୍ୟକ୍ରମରେ ସାମିଲ ନ କରିବାକୁ ସେ ଲୋକଙ୍କୁ ଏପରି କହିଥିବା ଟିକାୟତ କହିଛନ୍ତି।

{"id":411570,"width":580,"height":296,"sizeSlug":"large","linkDestination":"none"}

ଦିଲ୍ଲୀ ପୋଲିସର ବାଟ ଓଗାଳିଲା ଚଢୁନୀଙ୍କ ଭିଡିଓ
କେବଳ ନରେଶ ଟିକାୟତ ନୁହନ୍ତି କୃଷକ ନେତା ଗୁରନାମ ସିଂହ ଚଢୁନୀ ଚାଷୀଙ୍କ ଲାଗି ଏକ ଭିଡିଓ ଜାରି କରିଛନ୍ତି। ଯେଉଁଥିରେ ସେ ଚାଷୀଙ୍କୁ ଦିଲ୍ଲୀ ପୋଲିସର ନୋଟିସ୍‌ ରେ ହାଜର ନ ହେବାକୁ କହିଛନ୍ତି। ପୋଲିସ ଦିଲ୍ଲୀ ଟ୍ରାକ୍ଟର ପରେଡ ବାହାନାରେ ପଚରା ଉଚରା ଲାଗି ନୋଟିସ୍‌ ପଠାଇ ଲୋକଙ୍କୁ ଗିରଫ କରୁଥିବା ସେ ସତର୍କ କରାଇଛନ୍ତି।

ସେହିପରି ପୋଲିସ ଗାଁରେ ଚଢଉ କରି ଲୋକଙ୍କୁ ଗିରଫ କରୁଥିବାର ମଧ୍ୟ ଜଣାପଡିଛି। ଏଣୁ ଯଦି ଘରକୁ ପୋଲିସ ଯାଏ ତେବେ ସେମାନଙ୍କୁ ଘରେ ବସାନ୍ତୁ ଓ ଗାଁରେ ଡକା ପକାନ୍ତୁ। ସାରା ଗାଁ ଏକାଠି ହୋଇ ପୋଲିସକୁ ଘେରାଉ କରନ୍ତୁ ଯେଉଁ ପର୍ଯ୍ୟନ୍ତ ପୋଲିସକୁ ଛଡାଇବାକୁ ଜିଲ୍ଲା ପ୍ରଶାସନ ନ ଆସିଛି। ପ୍ରଶାସନ ସମ୍ମୁଖରେ ପୋଲିସତାଙ୍କୁ ଜେଲକୁ ପଠାଇବନି ବୋଲି ପ୍ରତିଶ୍ରୁତି ନ ଦେବା ପର୍ଯ୍ୟନ୍ତ ଲୋକକୁ ପୋଲିସ ହାତରେ ନ ଦେବାକୁ ଚଢୁନୀ ପରାମର୍ଶ ଦେଇଛନ୍ତି।

ଚଢୁନୀ କହିଲେ ଦିଲ୍ଲୀ ପୋଲିସର ଆଉ ଉପଚାର ନାହିଁ
ତେବେ ଲୋକଙ୍କୁ ପୋଲିସକୁ ଘେରାଉ କରିବାକୁ କହିଥିଲେ ହେଁ ଚଢୁନୀ ସେମାନଙ୍କ ପ୍ରତି ନିଷ୍ଠୁର ଆଚରଣ ନ କରିବାକୁ ନିବେଦନ କରିଛନ୍ତି। ପୋଲିସ କର୍ମଚାରୀଙ୍କୁ ଖୁଆଇ, ପିଆଇ ଆରାମରେ ବସାଇ ପ୍ରଶାସନକୁ ଅପେକ୍ଷା କରିବାକୁ କହିଛନ୍ତି। ତେବେ ସେ ପର୍ଯ୍ୟନ୍ତ ପୋଲିସକୁ ଛାଡିବେନି ଯେଉଁ ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ଗ୍ରାମବାସୀଙ୍କଠୁ ସେମାନଙ୍କୁ ମୁକ୍ତ ନ କରିବାକୁ ଆସିଛନ୍ତି ବୋଲି କହିଛନ୍ତି। ପ୍ରଶାସନ ପ୍ରତିଶ୍ରୁତିରେ ହିଁ ବ୍ୟକ୍ତିକୁ ପୋଲିସ ଜିମା କରନ୍ତୁ ବୋଲି କହିଛନ୍ତି। ଦିଲ୍ଲୀ ପୋଲିସ ଯେଉଁଭଳି ଅମାନବୀୟ ଆଚରଣ କରୁଛି ଏଥିଲାଗି ଆଉ କୌଣସି ଉପଚାର ନାହିଁ ବୋଲି ସେ କହିଛନ୍ତି। ସବୁଠି ସବୁସ୍ଥାନରେ ଦିଲ୍ଲୀ ପୋଲିସକୁ ଘେରାଉ କରିବାକୁ ସେ ଭିଡିଓରେ ଆହ୍ୱାନ ଦେଇଛନ୍ତି।

{"id":411571,"sizeSlug":"large","linkDestination":"none"}

ଦିଲ୍ଲୀ ପୋଲିସ କମିଶନର କହିଲେ ଚଳିବନି ଚାଷୀଙ୍କ ଇଛା
ତେବେ ଚଢୁନୀଙ୍କ ଭିଡିଓ ପରେ ଦିଲ୍ଲୀ ପୋଲିସ କମିଶନରଙ୍କ ବୟାନ ଆସିଛି। ଏଥିରେ ଟ୍ରାକ୍ଟର ପରେଡ ଘଟଣାରେ ପୋଲିସ ଏପର୍ଯ୍ୟନ୍ତ ୧୫୨ ଜଣଙ୍କୁ ଗିରଫ କରିଥିବା କମିଶନର ଏସ.ଏନ୍.ଶ୍ରୀବାସ୍ତବ କହିଛନ୍ତି। ଅନେକ ଚାଷୀ ଗିରଫ ଡରରେ ନୋଟିସ ପାଇ ମଧ୍ୟ ଆସୁ ନାହାନ୍ତି। ତେବେ ଏହା ତାଙ୍କ ଇଛା ଅନିଛାର କଥା ନୁହେଁ ବୋଲି ସେ ସତର୍କ କରାଇଦେଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.