ଦୁର୍ନିତି ଓ ଭ୍ରଷ୍ଟାଚାର ପ୍ରସଂଗରେ ବିଭିନ୍ନ ବ୍ଲକ ଘେରିଛି ବିଜେପି ,କିଛି ପ୍ରଭାବ ପଡ଼ିବନି ବୋଲି କହିଲେ ଉଭୟ ବିଜେଡ଼ି ଓ କଂଗ୍ରେସ
27/10/2018 at 4:10 PM

ଭୁବନେଶ୍ଵର ; ୨୭/୧୦- ଦୁର୍ନିତି ଓ ଭ୍ରଷ୍ଟାଚାର ପ୍ରସଂଗରେ ବିଭିନ୍ନ ବ୍ଲକ ଘେରିଛି ବିଜେପି । ରାଜ୍ୟରେ ଦିନକୁ ଦିନ ଦୁର୍ନିତି ଓ ଭ୍ରଷ୍ଟାଚାର ବଢ଼ିବାରେ ଲାଗିଛି । ରାଜ୍ୟରେ ତିନି ଦିନ ଧରି ବିକ୍ଷୋଭ କରିବ ବିଜେପି । ବ୍ଲକ ଘେରାଓ ନେଇ ପ୍ରତିକ୍ରୟା ରଖିଛି ଉଭୟ ବିଜେଡ଼ି ଓ କଂଗ୍ରେସ । ଭାରତୀୟ ଜନତା ପାର୍ଟି ଓ ବିଜୁ ଜନତା ଦଳ ଭିତରେ କଂପିଟେସନ ଚାଲିଛି ,କିଏ କେତେ ଭୂଆଁ ବୁଲେଇପାରିବ ୨୦୧୯ ଇଲେକସନରେ ବୋଲି ମତ ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ନବ ଦାସ । ବିଭିନ୍ନ ବ୍ଲକରେ ଯେଉଁ ଆକ୍ଟିଭିଟି କାର୍ଯ୍ୟକ୍ରମ ବିଜେଡ଼ିର ଚାଲିଛି ,ତାକୁ ହରିଲୁଟ କରିବାକୁ ଏହି କାର୍ଯ୍ୟକ୍ରମ ବିଜେପି ଚାଲୁ ରଖିଛି । ୨୦୧୯ରେ ଲୋକେ ଉଚିତ୍ ଜବାବ ଦେବେ ବୋଲି କହିଛନ୍ତି ବରିଷ୍ଠ ବିଜେଡ଼ି ନେତା ତଥା ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ।
Related Posts
ପୂଜା ଭୋଗ ଖାଇ ୨୦ ଛାତ୍ରୀ ଅସୁସ୍ଥ, ଭୀମସାରରେ ଭର୍ତ୍ତି
28 January 2023