ଓଡିଶାରେ ସରିଲା ଭୋଟ: କାହାକୁ ମିଳିବ କେତେ ଆସନ ଜାଣନ୍ତୁ, କଂଗ୍ରେସ ଓହରିଲା ରେସରୁ

Published By : Prameya-News7 Bureau | April 30, 2019 IST

ଭୁବନେଶ୍ବର୩୦|୪: ନିର୍ବାଚନ ତାତି ଥମୁଥମୁ ଏବେ ସରକାର କିଏ ଗଢିବ ତାଉପରେ ନଜର । ଏଥର ଭୋଟର ବହୁ ମାତ୍ରାରେ ସାଇଲେଣ୍ଟ ଥିବାରୁ ସବୁଦଳର ଉତ୍କଣ୍ଠା ଯେ କାଳେ ସେମାନେ ବହୁମତ ପାଇ ସରକାର ଗଢିବେ ।

{"id":109195}

ସରିଲା ନିର୍ବାଚନ । ଇଭିଏମ୍ ରେ ସିଲ୍ ହୋଇଛି ଭୋଟ୍ । ମେ ୨୩ର ଫଳାଫଳ  କହିବ କାହାର କେତେ ବିଧାନସଭା ଓ ଲୋକସଭା ପ୍ରାର୍ଥୀ ଜିତିବେ । କିନ୍ତୁ ସବୁଦଳ ଏବେଠୁ ହିସାବ କିତାବରେ ମାତିଗଲେଣି । ବୁଥସ୍ତରରୁ ରିପୋର୍ଟ ମଗାଇ କେଉଁ ପ୍ରାର୍ଥୀ କେତେ ଭୋଟ ପାଇଲେ ତାର ଆକଳନ କରି ସରକାର ଗଢିବାକୁ ଦାବି ଆରମ୍ଭ କରିଛନ୍ତି ।

{"id":109190}

 ବିଜେପିର ଦାବି ଦଳ ବିଧାନସଭାରେ ୧୦୦ରୁ ଅଧିକ ଆସନ ନେବ । ଲୋକସଭା ସିଟ୍ ସଂଖ୍ୟା ୧୬ରେ ପହଁଚାଇବ । ବିଜେଡି କହୁଛି ସେମାନେ ୧୧୫ ବିଧାନସଭା ଆସନ ଆଣିବେ ।  ଲୋକସଭା ସିଟ ସଂଖ୍ୟା ୧୮ ଛୁଇଁବ । ଅର୍ଥାତ ରାଜ୍ୟରେ ସରକାର ଓ କେନ୍ଦ୍ରରେ ସରକାର ଗଠନରେ ପ୍ରମୁଖ ଭୁମିକାର ଦାବି ।

{"id":109191}

 ମୁଖ୍ୟ ବିରୋଧିଦଳ କଂଗ୍ରେସ ଏଥର କିନ୍ତୁ ସରକାର ଗଠନ ନେଇ ଦାବି କରିବାକୁ ପଛଘୁଞ୍ଚା ଦେଇଚି । ଦଳ ମୁଖିଆ ନିରଞ୍ଜନ ପଟନାୟକ ସ୍ପଷ୍ଟ ଭାବେ କହିଛନ୍ତି ଯେ ସରକାର ଗଢିବୁ ବୋଲି ଦାବି କରିବାକୁ ଆତ୍ମବିଶ୍ବାସ ପାଉନି । କିନ୍ତୁ ୨୦୧୪ ଅପେକ୍ଷା ଦଳ ଭଲ ପ୍ରଦର୍ଶନ କରିବ ବୋଲି ପିସିସି ସଭାପତି ଦୃଢତା ପ୍ରକାଶ କରିଛନ୍ତି । 

{"id":109192}

ଠିକ୍‌ ଏତିକିବେଳେ ଦିଲ୍ଲୀ ବିମାନବନ୍ଦରରେ ହରିହର ଭେଟ ହୋଇଛି । ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମୁଲାକାତ ହୋଇଥିଲା । ୪ ପର୍ଯ୍ୟାୟ ନିର୍ବାଚନ ବେଳେ ପରସ୍ପରକୁ ଖୁବ ଆକ୍ଷେପ କରିଥିଲେ। ଲଲ୍‌କାରି ଥିଲେ।  ଅବଶ୍ୟ ଆଜି ଦେଖାସାକ୍ଷାତରେ ସୌଜନ୍ୟ ଦୃଷ୍ଟିରୁ ପରସ୍ପର ସହିତ ହାତ ମିଳାଇଥିଲେ ଉଭୟ।

{"id":109193}

ଏଥର କିନ୍ତୁ ସବୁ ଦଳର ନେତାଙ୍କ କନଫିଡେନସ ଦୋହଲିଛି । କାରଣ ଭୋଟର ସଚେତନ ହୋଇଛନ୍ତି ଏବଂ ପ୍ରସଙ୍ଗ ସାମ୍ନାକୁ ଆସିଛି ।  ଯେହେତୁ ଚଳିତ ନିର୍ବାଚନରେ ବହୁ ଟଙ୍କା  ଖର୍ଚ୍ଚ କରି  ବି ନେତା ଭୋଟରଙ୍କ ମନ କିଣି ପାରିନାହାଁନ୍ତି ସେଥିପାଇଁ ସମସ୍ତେ ସସପେନ୍ସରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.