ବେକାରୀ ପ୍ରସଂଗରେ ଆସନ୍ତା କାଲି ବିଜେପ-ବିଜେଡି ହେବେ ମୁହାଁମୁହିଁ : ବିଜେପି ଘେରିବ ନିୟୋଜନ କାର୍ଯ୍ୟାଳୟ ଆଉ ବିଜେଡି ଘେରିବ କେନ୍ଦ୍ରୀୟ ପିଏସୟୁ
4/11/2018 at 7:29 PM

ଭୁବନେଶ୍ବର ୪|୧୧: ବେକାରୀ ସମସ୍ୟାକୁ ନେଇ ଆରମ୍ଭ ହେଲା ରାଜନୈତି ଲଢ଼େଇ । ଆସନ୍ତା କାଲି ରାଜରାସ୍ତାକୁ ଓହ୍ଲାଇବେ ବିଜେଡି ବିଜେପି। ନିଯୁକ୍ତି ନେଇ ରାଜ୍ୟ ସରାକରଙ୍କ ଉପରେ ବିଜେପି ଦୋଷ ଲଦୁଥିବା ବେଳେ କେନ୍ଦ୍ର ସରାକରଙ୍କ ଉପରେ ଦୋଷ ଲଦିଛି ବିଜେଡି। ୧୮ ବର୍ଷ ଭିତରେ ବିଜେଡି ସରାକର ନିଯୁକ୍ତି ଦେବାରେ ଫେଲ ମରିଥିବା ବିଜେପି ଅଭିଯୋଗ କରିଛି। ବିଜେଡି କହିଛି ଦକ୍ଷତା ବିକାଶ ଜରିଆାରେ ଯୁବକଙ୍କୁ ନିଯୁକ୍ତ ଦେଇଛୁ ଯେଉଁଥିପାଇଁ କେନ୍ଦ୍ର ସରକାର ପୁରସ୍କାର ଦେଇଛନ୍ତି ।
୧୪ ର ପ୍ରତିଶ୍ରୁତି ପୂରଣ ପାଇଁ ୪ ବର୍ଷ ଗଲାଣି। ୧୯ ନିର୍ବାଚନ ଆସୁଛି। ଏବେ ହିସାବ ଦେବାର ବେଳ। ଯେଉଁଥିପାଇଁ କାଲି ମୁହାଁମୁହିଁ ହେଉଛି ବିଜେଡି ଓ ବିଜେପି। କିଏ କେତେ ନିଯୁକ୍ତି ଦେଇଛି ପରସ୍ପରକୁ ଚ୍ୟାଲେଞ୍ଜ କରିଛନ୍ତି । ଏମ୍ପଲୟମେଣ୍ଟ ଏକ୍ସଜେଞ୍ଜ ଆଗରେ ତାଲା ପକାଇବାକୁ ଡାକରା ଦେଇଛି ବିଜେପି। ସେହିପରି କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଆଗରେ ବିଜେଡି ଯୁବ ଓ ଛାତ୍ର ବିକ୍ଷୋଭ କରିବ। ୨୦୧୪ରେ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରେ ୨ ଲକ୍ଷ ୨୮ ହଜାର ଯୁବକ ଯୁବତୀ ପଞ୍ଜୀକରଣ କରିଥିଲେ । ସେମାନଙ୍କ ଭିତରୁ ମାତ୍ର ୧୧୪୪ଜଣଙ୍କୁ ନିଯୁକ୍ତି ପାଇଛନ୍ତି । ନିଯୁକ୍ତି ମେଳା ନାଁରେ ୪୦ ହଜାର ଯୁବକ ଯୁବତୀଙ୍କଠାରୁ ୧୦୦ ଟଙ୍କା ଲେଖାଏଁ ଆଦାୟ ହୋଇଥିବା ରାଶି କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛି ବିଜେପି।
ବିଜେଡି ଓଲଟା ବିଜେପି କୋର୍ଟକୁ ବଲ ଫିଙ୍ଗିଛି। ୨୦୧୭-୧୮ରେ ୯୬ହଜାର ଯୁବକଯୁବତୀଙ୍କୁ ଦକ୍ଷତା ବିକାଶ ମାଧ୍ୟମରେ ନିଯୁକ୍ତି ଦିଆଯାଇଛି। ୯ଲକ୍ଷ ଯୁବକ ଯୁବତୀ ଦକ୍ଷତା ବିକାଶର ଲାଭ ଉଠାଇଛନ୍ତି। ଏଥିପାଇଁ କେନ୍ଦ୍ର ସରକାର ଦୁଇଥର ରାଜ୍ୟକୁ ପୁରସ୍କୃତ କରିଛନ୍ତି। ତେଣୁ କେନ୍ଦ୍ର ସରକାର ଠିକ୍ ନାଁ ରାଜ୍ୟ ବିଜେପି ଠିକ୍ ପ୍ରଥମେ ସ୍ପଷ୍ଟ କରନ୍ତୁ ବୋଲି ବିଜେଡି ପ୍ରଶ୍ନ କରିଛି। ବିଜେପି ବର୍ଷକୁ ୨କୋଟି ଯୁବକ ଯୁବତୀଙ୍କୁ ନିଯୁକ୍ତ ଦେବା ନେଇ ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା କୁଆଡ଼େ ଗଲା ବୋଲି ଓଲଟା ପ୍ରଶ୍ନ ବାଣ ମାରିଛି ବିଜେଡି।
ବଢ଼ି ଚାଲିଛି ବେକାରୀ ସମସ୍ୟା । କେତେ କିଏ ଚାକିରୀ ପାଇଲେ ବିଜେଡି ବିଜେପି ପାଖରେ ସଚଠିକ ତଥ୍ୟ ନାହିଁ। କିନ୍ତୁ ୨୦୧୯ ସାଧରଣ ନିର୍ବାଚନରେ ବେକାରୀ ସମସ୍ୟା ପ୍ରସଙ୍ଗ ହେବ.