ପୁଣି ଝୁଲିଲା ଓକିଲ ଆନ୍ଦୋଳନ ସମ୍ପର୍କିତ ନିଷ୍ପତ୍ତି : ବିଜେଡି ବିଜେପି କାଦୁଅ ପିଙ୍ଗା ଫିଙ୍ଗି
2/11/2018 at 6:48 PM

ଭୁବନେଶ୍ବର ୨|୧୧: ବୈଠକ ପରେ ବୈଠକ। ସମସ୍ତଙ୍କ ନଜର ଅଲ ଓଡିଶା ବାର ଆସୋସିଏସନ ବୈଠକରୁ କଣ ବାହାରିବ ନିଷ୍କର୍ସ । ଆଲୋଚନା ସିନା ଜୋରଦାର ହେଲା କିନ୍ତୁ ଓକିଲମାନେ ଆସନ୍ତାକାଲିକୁ ପୁଣି ଜେନେରାଲ ବଡି ବୈଠକ ଡାକିଲେ। । ସେପଟେ ହାଇକୋର୍ଟରେ ମାମଲା ବିଚାରଧୀନ ଥିବାରୁ ପରବର୍ତ୍ତୀ ଶୂଣାଣି ପାଇଁ ବୋଧହୁଏ ସମସ୍ତେ ଅପେକ୍ଷା କରିଛନ୍ତି। ଏହି ପ୍ରସଙ୍ଗନେଇ ଜୋର ଧରିଛି ରାଜନୀତି।
ତାରିଖ ପେ ତାରିଖ ତାରିଖ ପେ ତାରିଖ। ଗଡ଼ି ଚାଲିଛି। କିନ୍ତୁ ଆଇନଜୀବୀଙ୍କ ଆନ୍ଦୋଳନର ସମାଧାନ ବାହାରୁନି । ଆନ୍ଦୋଳନ ଶେଷ କରିବା ଲାଗି ପୁଣି ଏକ ବୈଠକର ତାରିଖ ମିଳିଲା । ହାଇକୋର୍ଟ ବାର ଆସୋସିଏସନ ତରଫରୁ ଆଜି ଆଲ ଓଡିଶା ବାର ଆସୋସିଏସନକୁ ଡାକି ଘନ ଘନ ବୈଠକ ଓ ଆଲୋଚନା ହୋଇଥିଲେ ବି ନିଷ୍କର୍ସରେ ପହଞ୍ଚିପାରିଲାନି ଆସୋସିଏସନ। ବୋଧ ହୁଏ ଏ ପ୍ରସଙ୍ଗରେ ହାଇକୋର୍ଟରେ ଯେଉଁ ପରବର୍ତ୍ତୀ ଶୁଣାଣି ରହିଛି ତାକୁ ଅପେକ୍ଷା କରିଛନ୍ତି ଓକିଲମାନେ । ତେବେ ବିଜେଡି ଲିଗାଲ ସେଲ ଏହି ବୈଠକରେ ଯୋଗ ଦେଇନି । ତେଣୁ ଆଜିର ବୈଠକରେ କିଛି ନିଷ୍କର୍ସ ବାହାରିବ ବୋଲି ଯେଉଁ ଆଶା କରାଯାଉଥିଲା ତାହା ପୁଣି ଆଗାମୀ ବୈଠକ ଯାଏଁ ଝୁଲିକି ରହିଲା।
ଦୁଇ ମାସରୁ ଅଧିକ ସମୟ ହେଲା। ହାଇକୋର୍ଟ ସମେତ ଅନ୍ୟ କୋର୍ଟର କାମ ଅଚଳ କରି ରଖିଛନ୍ତି ଓକିଲମାନେ । ଓକିଲଙ୍କୁ ପୋଲିସ ମାଡମାରିବା ପ୍ରତିବାଦରେ ଏହି ଆନ୍ଦୋଳନ ଡାକରା ଦିଆଯାଇଛି । ତେବେ ବିଜେଡି ଆଜି ଓକିଲ ଆନ୍ଦୋଳନ ପଛରେ ବିଜେପି ହାତ ରହିଛି କହି ଏହାକୁ ପୂରାପୂରି ରାଜନୀତି ବିବାଦକୁ ଭିଡିଛି। ଦଳ ମୁଖପାତ୍ର ଦେବାଶିଷ ସମାନ୍ତରାୟ କହିଛନ୍ତି ବିଜେପି ଆନ୍ଦୋଳନକୁ ବଞ୍ଚାଇ ରଖିବା ପାଇଁ ଆର୍ଥିକ ସହାୟତା ଯୋଗାଉଛି। ଯାହାକୁ ନେଇ ବିଜେପି ବର୍ଷିଛି। ଓକିଲ ଆନ୍ଦୋଳନକୁ ଦୁଇ ମାସ ପୂରିଥିଲେ ବି ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ ନକରିବା ସରକାରଙ୍କ ଅପାରଗତାକୁ ପଦାରେ ପକାଇଛି ବୋଲି ବିଜେପି କହିଛି ।
ଝିମିଟି ଖେଳରୁ ମହାଭାରତ । ଟ୍ରାଫିକ୍ ନିୟନ ଉଲ୍ଲଂଘନ, ତାହା ପୁଣି ବ୍ୟକ୍ତିଗତ କାମରେ ଯାଉଥିବା ବେଳେ, ଆଇନଜୀବୀ ଦେବୀ ପଟ୍ଟନାୟକ ପୋଲିସ ମାଡ଼ରେ ଆହତ ହୋଇଥିଲେ । ସେଇ ଘଟଣାରେ ତିନିଜଣ କନଷ୍ଟେବଳ ସସପେଣ୍ତ ହୋଇଥିଲାବେଳେ ଜଣେ ହୋମଗାର୍ଡ ଓ ସେଠାରେ ଉପସ୍ଥିତ ଜଣେ ସାଧରଣ ଲୋକ ଗିରଫ ମଧ୍ୟ ହୋଇଛନ୍ତି। କିନ୍ତୁ କନଷ୍ଟେବଳଙ୍କୁ ଗିରଫ ଦାବିରେ ଓକିଲମାନେ ଆନ୍ଦୋଳନ ଜାରି ରଖିଛନ୍ତି ଓ ୨ ମାସ କୋର୍ଟ ବନ୍ଦ ରହିଛି। ସେପଟେ କିନ୍ତୁ ପୋଲିସ-ଓକିଲ ଗଣ୍ଡଗୋଳର ଆମେ କାହିଁକି ହଇରାଣ ହେବୁ ବୋଲି ପ୍ରଶ୍ନ କଲେଣି ପବ୍ଲିକ୍। ଡୋଣ୍ଟ ଅଣ୍ଡର ଏଷ୍ଟିମେଟ କମନମ୍ୟାନ ଏ ମେସେଜ ଦେଲେଣି। ରାସ୍ତାକୁ ଓହ୍ଲାଇଛନ୍ତି କଟକର ବୁଦ୍ଧିଜୀବୀ। ଶାନ୍ତି ଶୋଭାଯାତ୍ରା କରିଛନ୍ତି।
ଫେବ୍ରୁଆରି ମାସରେ କୋଲକାତା ହାଇକୋର୍ଟରେ ଆଇନଜୀବୀମାନେ ୭୧ ଦିନ ଆନ୍ଦୋଳନ କରିଥିଲେ। ଯାହାକି ଦେଶରେ ସବୁଠାରୁ ଲମ୍ବା ଓକିଲ ଧର୍ମଘଟ ଥିଲା। ରାଜ୍ୟରେ ଓକିଲମାନଙ୍କ ଆନ୍ଦୋଳନ ୬୩ ଦିନ ହୋଇଛି।