oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ଅଗ୍ନିହୋତ୍ର ହୋମ କଲେ ବିଜେପି ବିଧାୟକ, କହିଲେ- ‘ଏହାଦ୍ୱାରା କରୋନା ପଳାଇବ’

26/05/2021 at 12:01 PM

ବେଙ୍ଗାଲୁରୁ,୨୬/୦୫  :  କର୍ଣ୍ଣାଟକ ବିଜେପି ବିଧାୟକ ଅଭୟ ପାଚିଲ ମଙ୍ଗଳବାର ଅଗ୍ନିହୋତ୍ର ହୋମ କରିଛନ୍ତି । ଏପରିକି ଏକ ଶୋଭାଯାତ୍ରା ମଧ୍ୟ ବାହାର କରିଛନ୍ତି । ଆହୁରି ମଧ୍ୟ ହୋମ ଧୂଆଁରେ କରୋନା ପଳାଇବ ବୋଲି ମଧ୍ୟ କହିଛନ୍ତି । ବେଲଗାବୀ ସହରରେ ଆରମ୍ଭ ହୋଇଥିବା ଏହି ଶୋଭାଯାତ୍ରାରେ ନିଜେ ବିଧା.କ ଉପସ୍ଥିତ ରହିଥିଲେ । ରାଜ୍ୟରେ ଲକଡାଉନ୍ ଥିଲେ ମଧ୍ୟ ସେ ଏହାକୁ ଖାତିର ନକରି ଶୋଭାଯାତ୍ରା ବାହାର କରିଥିଲେ ।

ରାସ୍ତାରେ ଚାଲିଥିବା ଏହି ଶୋଭାଯାତ୍ରାରେ ବିଧାୟକଙ୍କ ସହ ଆହୁରି ଅନେକ ଲୋକ ସାମିଲ ହୋଇଥିଲେ । କିଛି ଲୋକ ହୋମ ନିଆଁରେ ଗୋବର, ନିମ୍ବ ପତ୍ର ଓ ଧୂପ ପକାଉଥିଲେ । ଦକ୍ଷିଣ ବେଲଗାବୀରୁ ୩ ଥର ବିଧାୟକ ହୋଇଥିବା ଅଭୟ କହିଛନ୍ତି ଯେ, ସେ ଆୟୁର୍ବେଦରେ ବିଶ୍ୱାସ କରନ୍ତି । ହୋମ କରିବା ଦ୍ୱାରା ଘାତକ କରୋନା ଭାଇରସ ଶେଷ ହୋଇଯିବ । ଲୋକଙ୍କ ସ୍ୱାସ୍ଥ୍ୟ ଠିକ୍ ରଖିବାକୁ ହେଲେ ଏପରି ହୋମ କରିବା ଆବଶ୍ୟକ ।

କେବଳ ଅକ୍ଭୟ ନୁହେଁ, ତାଙ୍କ ବିଧାନସଭା କ୍ଷେତ୍ରରେ ପ୍ରାୟ ୫୦ ଲୋକ ଘର ଆଗରେ ହୋମ କରିଛନ୍ତି । ତେବେ ସେ କୌଣସି ଲକଡାଉନ୍ ନିୟମ ଉଲଙ୍ଘନ କରିନଥିବା କହିଛନ୍ତି । ସେ ଲୋକଙ୍କ ପାଇଁ ଏପରି କରିଥିବା କହିଛନ୍ତି । ଜୁନ ୧୫ ଯାଏଁ ଏହି ପ୍ରକ୍ରିୟା ଜାରି ରହିବ ବୋଲି ସେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହା ଏକ ବୈଜ୍ଞାନିକ ପ୍ରକ୍ରିୟା । ହିନ୍ଦୁଙ୍କ ପାଇଁ ହୋମ ଏକ ବିଜ୍ଞାନ ଅଟେ । ଆସ୍ଥା ଉପରେ ପ୍ରଶ୍ନ କରିବା ଭୁଲ । ସୂଚନାଯୋଗ୍ୟ, କେବଳ ଅଭୟ ନୁହେଁ, ଦେଶର ଅନେକ ସ୍ଥାନରେ ବିଜେପି ନେତା ଏପରି ହୋମ ଆୟୋଜନ କରୁଛନ୍ତି । ଅନେକ ଏହାକୁ ଅନ୍ଧ ବିଶ୍ୱାସ ମଧ୍ୟ କହୁଛନ୍ତି । ଏପରି କରିବା ଦ୍ୱାରା କେବେ କରୋନା ମାମଲା କମିଥିବାର ପ୍ରମାଣ ମଧ୍ୟ ନାହିଁ ।

କେବଳ ବେଲଗାବିରେ ସୋମବାର ୭୪୭ ମାମଲା ସାମ୍ନାକୁ ଆସିଥିଲା । ଏହାସହ ୧୭ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡିଥିଲା ।

   Related Posts