ଖୋର୍ଦ୍ଧାରେ କଣ କହିବେ ମୋଦି ? ଗରମ ହେବେ ନା ନରମ ହେବେ, ଜାଣନ୍ତୁ କଣ କହୁଛନ୍ତି ବିଜେପି ଓ ବିରୋଧୀ

Published By : Prameya-News7 Bureau | December 21, 2018 IST

ମୁଣ୍ଡ ଉପରେ ସାଧରଣ ନିର୍ବାଚନ ଆଉ ୧୨୦ ପ୍ଲସ ମିଶନର ଟାର୍ଗେଟ । ଏତିକି ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୋର୍ଦ୍ଧା ଆସୁଛନ୍ତି । ଖୋର୍ଦ୍ଧା ଗୋଶାଳା ପଡିଆାରେ ଅନୁଷ୍ଠିତ ହେଉଥିବା ସାଧାରଣ ସଭାରେ ମୋଦି କଣ କହିବେ । ନବୀନଙ୍କୁ ଟାର୍ଗେଟ କରି ବର୍ଷିବେ ନା ଖାଲି ବିକାଶ କଥା କହି ଚାଲି ଯିବେ।  ଏସବୁକୁ ନେଇ ଜୋର ଚର୍ଚ୍ଚା । ବିଜେଡି ଓ କଂଗ୍ରେସ କହୁଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଖରେ କହିବାକୁ କିଛି ନାହିଁ।  ଛତିଶଗଡ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ବିକାଶ ବାସ୍କେଟ କଣା ହୋଇଯାଇଛି…

{"id":66025}

ଖୋର୍ଦ୍ଧାରେ କଣ କହିବେ ମୋଦି। ନବୀନଙ୍କ ବିରୋଧରେ ଗରମ ହେବେ ନା ନରମ ହେବେ। କାରଣ ନିର୍ବାଚନ ୪ମାସ ରହିଲା । ଏବେ ମୋଦିଙ୍କ ବଡି ଲାଙ୍ଗୁଏଜକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । କାରଣ ପୂର୍ବରୁ ମୋଦି ଝାରସୁଗୁଡା ଆସି ରାଜ୍ୟ ସରକାରଙ୍କ ଉପରେ  ବର୍ଷିଥିଲେ । ପିସି କଥା ଉଠାଇ ସିଧା ଟର୍ଗେଟ କରିଥିଲେ। କିନ୍ତୁ ଏଥର ସ୍ଥିତି ବଦଳିଛି।  ହିନ୍ଦ ହାର୍ଟ ଲ୍ୟାଣ୍ଡରେ ବିଜେପି ହାରିଛି । କଂଗ୍ରେସ ନେତୃତ୍ବରେ ଅନ୍ୟ ଅଞ୍ଚଳିକ ଦଳସବୁ ଏକାଠି ହେଉଛନ୍ତି । ଅଧିକାଂଶ ଦଳଙ୍କ ଟାର୍ଗେଟରେ କେବଳ ମୋଦି। ପୂର୍ବରୁ ଓଡିଶାକୁ ଟାର୍ଗେଟ ରଖିଥିବା ମୋଦି ଏବେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବେ ନା ନାହଁ। ତାକୁ ନେଇ ପ୍ରଶ୍ନବାଚୀ ରହିଛି।  କିନ୍ତୁ ବିଜେପି ସଭାପତି କହୁଛନ୍ତି  କର୍ମୀଙ୍କୁ ଉତ୍ସାହିତ କରିବେ ମୋଦି। ରାଜ୍ୟସରକାରଙ୍କ  ସ୍ଥାଣୁତା ଅପରାଗତାକୁ ନେଇ ବିଜେପି ଲଢ଼େଇ କରୁଛି।  ତେଣୁ  ପ୍ରଧାନମନ୍ତ୍ରୀ ନିଶ୍ଚିତ ଏପ୍ରସଙ୍ଗରେ କହିବେ ବୋଲି କହିଛନ୍ତି ବସନ୍ତ ପଣ୍ଡା

{"id":66023}

ହିନ୍ଦି ହାର୍ଟ ଲ୍ୟାଣ୍ଡରେ ବିଜେପି ହାରିବା ପରେ ବିଜେଡିର ଆଶ୍ବସ୍ତି ବଢ଼ିଛି। ମୋଦିଙ୍କ ଗସ୍ତକୁ ନେଇ ବିଜେଡି ଆଦୌ ବିଚଳିତ ନୁହଁ ବୋଲି କହିଛି। ବିଜେଡି କହିଛି ମୋଦିଙ୍କ ବିକାଶ ବାସ୍କେଟ ରାଜସ୍ଥାନ, ଛତିଶଗଡ ଓ ମଧ୍ୟପ୍ରଦେଶରେ କଣା ହୋଇଯାଇଛି । କଂଗ୍ରେସ କହିଛ ସାଢ଼େ ୪ବର୍ଷ ଧରି ଜନ ସାଧରଣଙ୍କୁ  ମିଛ କହି ଆସୁଛନ୍ତି ମୋଦି । ତାଙ୍କ ପାଖରେ ଆଉ କିଛି କହିବାକୁ ନାହିଁ। କଂଗ୍ରେସ ସଭାପତି ନିରଂଜନ ମଧ୍ୟ କହିଛନ୍ତି ସମାନ କଥା ।

{"id":66026}

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ନେଇ ବି​‌ଜେପି ଉତ୍ସାହିତ ଅଛି । ଆଜି ଗୋଶାଳା ପଡିଆ ଯାଇ ଭୂମିପୂଜନ କରିଛି ବିଜେପି। ୧୨୦ ପ୍ଲସ ମିଶନ ଧରି ବୁଲୁଥିବା ରାଜ୍ୟ ବିଜେପି ପାଇଁ ମୋଦି ସାହାରା ପଲଟିଛନ୍ତି । ଯେଉଁଥିପାଇଁ ମୋଦି ଗସ୍ତକୁ ସଫଳ କରିବାରେ ଲାଗି ପଡିଛି ବିଜେପି

{"id":66027}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.