ନ୍ୟୁୟର୍କ ଟାଇମ୍ସ ଓ ଖଲିଜ୍ ଟାଇମ୍ସରେ ଦିଲ୍ଲୀ ଶିକ୍ଷା ମଡେଲ୍ର ପ୍ରଶଂସା: ଭିଡିଓ ଟ୍ୱିଟ୍ କରି ବିଜେପି କହିଲା, ଟଙ୍କା ଦେଇ ବିଜ୍ଞାପନ ଦିଆଯାଇଛି
19/08/2022 at 5:35 PM

ନୂଆଦିଲ୍ଲୀ: ଆମେରିକାର ପ୍ରତିଷ୍ଠିତ ଖବର କାଗଜ ନ୍ୟୁୟର୍କ ଟାଇମ୍ସ ଓ ୟୁଏଇର ପ୍ରତିଷ୍ଠିତ ଖବର କାଗଜ ଖଲିଜ୍ ଟାଇମ୍ସରେ ଦିଲ୍ଲୀ ସରକାରଙ୍କର ଶିକ୍ଷା ମଡେଲ୍ରେ ବିଷୟରେ ଖବର ପ୍ରକାଶ ପାଇଥିଲା। ଯାହାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ଖୁସୀ ପ୍ରକାଶ କରିବା ସହ ସୋସିଆଲ୍ ମିଡିଆରେ ଏନେଇ ସୂଚନା ଦେଇଥିଲେ। ହେଲେ ବିଜେପି ଏବେ ଘଟଣାକୁ ନେଇ ଆପ୍କୁ ଟାର୍ଗେଟ୍ କରିଛି। ଏହା କୌଣସି ରିପୋର୍ଟ ନୁହେଁ, ବରଂ ଟଙ୍କା ଦେଇ ବିଜ୍ଞାପନ ଛପାଯାଇଛି ବୋଲି ବିଜେପି ଅଭିଯୋଗ କରିଛି।
ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲଭ୍ୟ ଏନେଇ ଟ୍ୱିଟ୍ କରି କହିଛନ୍ତି “ କିପରି ନ୍ୟୁୟ ୟର୍କ ଟାଇମ୍ସ ଓ ଖଲିଜ୍ ଟାଇମ୍ସ ଗୋଟିଏ ଖବରକୁ ସମାନ ଢଙ୍ଗରେ ପ୍ରକାଶ କଲେ। ଖବରର ପ୍ରତ୍ୟେକଟି ଶବ୍ଦ ପୂରା କପି। ଫଟୋ ସମାନ ଓ ଅଥର ବି ସମାନ। ତେବେ ଫଟୋଟି ଏକ ଘରୋଇ ସ୍କୁଲ୍ର। ଦୁଇଟି ପେପର କିପରି ଏମିତ କଲେ? ” ଏହା କୌଣସି ରିପୋର୍ଟ ନୁହେଁ ବରଂ ଟଙ୍କା ଦେଇ ବିଜ୍ଞାପନ କରାଯାଇଛି। ଅମତି ମାଲବ୍ୟ ଟ୍ୱିଟ୍ କରିଛନ୍ତି।
How is it that New York Times and Khaleej Times carry exactly the same article, word by word, authored by the same person, same pictures (that too of a private school) on Delhi’s non existent education model?
— Amit Malviya (@amitmalviya) August 19, 2022
Arvind Kejriwal’s best defence is nothing but paid promotion… pic.twitter.com/M3z3ZpmsKX
ତା ସହ କେଜରିୱାଲ୍ଙ୍କର ଏକ ଭିଡିଓ ମଧ୍ୟ ଟ୍ୱିଟ୍ କରିଛନ୍ତି। ଯେଉଁଥିରେ ସେ ନ୍ୟୁୟର୍କ ଟାଇମ୍ସରେ ଖବର ଛପିବା ଓ ଛପାଇବା ବହୁତ କଷ୍ଟ ବୋଲି କହୁଛନ୍ତି। ଭିଡିଓରେ ବାରମ୍ବାର ତାଙ୍କର ଖବର ଛପାଇବା ଶବ୍ଦକୁ ଗୁରୁତ୍ୱ ଦିଆଯାଇଛି। ସେହିପରି ଦିଲ୍ଲୀର ଶାଖାର ଆଇଟି ସେଲ୍ ଦେଖୁଥିବା ପୁନୀତ ଅଗରୱାଲ ମଧ୍ୟ ଏହାକୁ ପେଡ୍ ଆଡ୍ଭାର୍ଟାଇସ୍ମେଣ୍ଟକ ବୋଲି କହିଛନ୍ତି।
ଦୁର୍ନୀତି ଅଭିଯୋଗରେ ଆଜି ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ସିବିଆଇ ଚଢ଼ାଉ କରିବା ପରେ ଆପ୍ ସଂସ୍ଥାପକ କେଜରିୱାଲ୍ ଦୁଇ ବିଦେଶ ଖବରକାଗଜରେ ଦିଲ୍ଲୀର ଶିକ୍ଷାନୀତିକୁ ପ୍ରଶଂସା କରାଯାଇଥିବା କହିଥିଲେ। ଦିଲ୍ଲୀରେ ମନୀଷ ଭଲ କାମ କରିଛନ୍ତି ହେଲେ ମିଛଟାରେ ତାଙ୍କୁ ଫସା ଯାଉଛି ବୋଲି ସିସୋଦିଆ କହିଥିଲେ।