ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା ବିଜେପି

Published By : Prameya-News7 Bureau | November 16, 2023 IST

ଭୁବନେଶ୍ବର ୧୬।୧୧: ରାଜ୍ୟରେ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା ବିଜେପି । ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ୬ ଦଫା ଦାବି ସମ୍ବଳିତ ଦାବିପତ୍ର ପ୍ରଦାନ କରିଛି ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା । ୨୩ ବର୍ଷ ଭିତରେ ବିଜେଡ଼ି ସରକାର ଚାଷ ଜମିକୁ ଜଳସେଚିତ କରିବାରେ ବିଫଳ ହୋଇଛନ୍ତି । ଅନାବୃଷ୍ଟି ଯୋଗୁଁ ମରୁଡ଼ି ଭଳି ବିପତ୍ତିର ସମ୍ମୁଖୀନ ହେଉଛନ୍ତି ଓଡ଼ିଶାର ଚାଷୀ । ଫସଲ ହାନୀ ପାଇଁ ଋଣ ନସୁଝି ପାରିବା କାରଣରୁ ଚାଷୀ ଆତ୍ମହତ୍ୟା କରୁଛନ୍ତି । ମାସେ ଭିତରେ ୩ ଜଣ ଚାଷୀ ଆତ୍ମହତ୍ୟା କରିସାରିଲେଣି । ରାଜ୍ୟର ଅନେକ ସ୍ଥାନରେ ମାସକ ଆଗରୁ ଧାନ ଅମଳ ହେବା ସତ୍ତ୍ବେ ସରକାର ମଣ୍ଡି ଖୋଲିଥିବାରୁ ଅଭାବୀ ବିକ୍ରି କରିବାକୁ ବାଧ୍ୟ ହେଉଛି ଚାଷୀ । ଧାନ କିଣାବିକାରେ କଟନି ଛଟନି କରି ଚାଷୀଙ୍କୁ ଶୋଷଣ କରାଯାଉଛି ।

ଚିନି କଳ, ଝୋଟ କଳ ଓ ସୂତା କଳ ଭଳି କୃଷି ଭିତ୍ତିକ ଶିଳ୍ପ ବନ୍ଦ ହୋଇଯାଇଛି । ରାଜ୍ୟ ସରକାରଙ୍କ ସବୁ ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଶ୍ରୁତି କୁଆଡେ ଗଲା ? ୧୧୨ଟି ଶୀତଳ ଭଣ୍ଡାରରୁ ମାତ୍ର ୮ଟି କାର୍ଯ୍ୟକ୍ଷମ ଅଛି । ରାଜ୍ୟ ସରକାର କେନ୍ଦ୍ରକୁ ସମସ୍ତ କୃଷକଙ୍କ ନାମ ତାଲିକା ଦେଉନଥିବାରୁ ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାରେ ଓଡ଼ିଶାର ୩୦ ଲକ୍ଷ ଚାଷୀ ସହାୟତା ପାଇବାରୁ ବଞ୍ଚିତ ହେଉଛନ୍ତି । ରାଜ୍ୟ ସରକାର ଓ ବୀମା କମ୍ପାନୀମାନଙ୍କ ସହ ମିଶି ଅନୈତିକ ଭାବେ ଚାଷୀଙ୍କ ଟଙ୍କା ହଡ଼ପ କରୁଛନ୍ତି । ଯେଉଁଥି ପାଇଁ ଫସଲ ବୀମା ଟଙ୍କା ପାଉନାହାନ୍ତି ଓଡ଼ିଶା ଚାଷୀ । ଏହିସବୁ ସମସ୍ୟାର ସମାଧାନ ଏବଂ କୃଷକଙ୍କୁ ନ୍ୟାୟ ପ୍ରଦାନ ଦାବିରେ ରାଜ୍ୟପାଳଙ୍କୁ ବିଜେପି କୃଷକ ମୋର୍ଚ୍ଚା ପ୍ରତିନିଧି ଦଳ ଭେଟିଛି ।

You Can Read:

wp:embed {"url":"https://www.prameyanews7.com/woman-was-seriously-burnt-by-the-generator-in-anandapur/","type":"wp-embed","providerNameSlug":"prameya-news-7"}
https://www.prameyanews7.com/woman-was-seriously-burnt-by-the-generator-in-anandapur/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.