ବାରଣାସୀରୁ ଲଢ଼ିବେ ପ୍ରଧାନମନ୍ତ୍ରୀ, ବିଜେପିର ୧୯୫ ଜଣିଆ ତାଲିକାରେ ୩୪ କେନ୍ଦ୍ର ମନ୍ତ୍ରୀ

Published By : Prameya-News7 Bureau | March 02, 2024 IST

ନୂଆଦିଲ୍ଲୀ: ଲୋକସଭା ପାଇଁ ଭାରତୀୟ ଜନତା ପାର୍ଟିର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୧୬ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳର ୧୯୫ ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହି ତାଲିକାରେ ୩୪ କେନ୍ଦ୍ରମନ୍ତ୍ରୀ ଅଛନ୍ତି। ତାଲିକାରେ ୨୮ ମହିଳା ପ୍ରାର୍ଥୀ ଅଛନ୍ତି। ସେହିପରି ପ୍ରାର୍ଥୀଙ୍କ ମଧ୍ୟରେ ୨୭ ଏସସି , ୧୮ ଏସ୍‌ଟି ଓ ୫୭ ଓବିସି ଅଛନ୍ତି।

wp:html /wp:html

ବିଜେପିର ପ୍ରଥମ ତାଲିକାରେ ଉତ୍ତରପ୍ରଦେଶରୁ ୫୧, ପଶ୍ଚିମବଙ୍ଗରୁ ୨୦, ମଧ୍ୟପ୍ରଦେଶରୁ ୨୪, ଗୁଜୁରାଟରୁ ୧୫, ରାଜସ୍ଥାନରୁ ୧୫, କେରଳରୁ ୧୨, ତେଲେଙ୍ଗାନାରୁ ୯, ଆସାମରୁ ୧୧, ଝାଡ଼ଖଣ୍ଡରୁ୧୧, ଦିଲ୍ଲୀରୁ ୧୧ ଜଣ ଅଛନ୍ତି। ଜାମ୍ମୁ କାଶ୍ମୀରର ୨ଟି ଆସନ, ଉତ୍ତରାଖଣ୍ଡର ୩, ଅରୁଣାଚଳର ୨, ଗୋଆର ୧, ତ୍ରିପୁରାର ୧, ଆଣ୍ଡାମାନର ୧, ଦାମନ ଏବଂ ଡିଉଙ୍କ ପାଇଁ ପ୍ରାର୍ଥୀଙ୍କ ନାମ ସାମିଲ ରହିଛି।

wp:html /wp:html

ତେବେ ପିଏମ୍‌ ମୋଦୀ ବାରଣାସୀ ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ। ସେହିପରି ପଶ୍ଚିମ ଅରୁଣାଚଳରୁ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜ୍ଜୁ,  ଆଣ୍ଡାମାନ ଓ ନିକୋବରରୁ ସାଂସଦ ବିଷ୍ଣୁପାଦ ରାଏ, ପୂର୍ବ ଅରୁଣାଚଳରୁ ତପିର ଗାଓ ଲଢିବେ। ଏନେଇ ସୂଚନା ଦେଇଛନ୍ତି ବିଜେପି ଜାତୀୟ ସାଧାରଣ ସମ୍ପାଦକ ବିନୋ ତାଓ୍ୱଡେ କହିଛନ୍ତି।

ସେହିପରି ଦିଲ୍ଲୀର ୫ଟି ସିଟ୍‌ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଚାନ୍ଦୀନିଚୌକରୁ ପ୍ରବୀଣ ଖଣ୍ଡେଲଓ୍ୱାଲ, ଉତ୍ତର-ପୂର୍ବ ମନୋଜ ତିଓ୍ୱାରୀ, ମଧ୍ୟ ଦିଲ୍ଲୀରୁ  ବାଂସୁରୀ ସ୍ୱରାଜ, ପଶ୍ଚିମ ଦିଲ୍ଲୀରୁ କମଲାକିତ ସହରାଓ୍ୱତ, ଦକ୍ଷିଣ ଦିଲ୍ଲୀରୁ ରାମବୀର ବିଦୁରୀ ଲଢ଼ିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.