ମହାରାଷ୍ଟ୍ରରେ ବିଜେପି ଓ ଶିବସେନା ମଧ୍ୟରେ ଆସନ ବୁଝମଣା- ଏତିକି ଆସନରେ ଲଢିବେ ଶିବସେନା ଓ ବିଜେପି

Published By : Prameya-News7 Bureau | September 26, 2019 IST

ମୁମ୍ବଇ - ବିଜେପି ଓ ଶିବସେନା ମଧ୍ୟରେ ବିଧାନସଭା ନିର୍ବାଚନ ପାଇଁ ଆସନ ବୁଝାମଣା ହୋଇଛି । ବିଜେପି ୧୪୪ ଆସନରେ ଓ ଶିବସେନା ୧୨୬ ଆସନରେ ପ୍ରାର୍ଥୀ ଦେବ । ବିଜେପି ଅନ୍ୟ ସହଯୋଗୀ ଦଳ ସହ ମିଶକରି ନିର୍ବାଚନ ଲଢିବ । ଶିବସେନାର ଉପମୁଖ୍ୟମନ୍ତ୍ରୀ ପଦକୁ ବି ବିଜେପି ସ୍ୱୀକାର କରି ନେଇଛି ।

ଏ ବିଷୟରେ ଉଭୟ ଦଳ ପକ୍ଷରୁ ଖୁବଶୀଘ୍ର ଔପଚାରିକ ଭାବେ ଘୋଷଣା କରାଯିବ । ଶିବସେନା ଓ ବିଜେପିର ଅନ୍ୟ ସହଯୋଗୀ ଦଳ ୧୮ଟି ଆସନରେ ନିଜର ପ୍ରାର୍ଥୀ ଦେବେ ।

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ୨୧ ଅକ୍ଟୋବରରେ ମତଦାନ ଅନୁଷ୍ଠିତ ହେବ , ୨୪ ଅକ୍ଟୋବରରେ ମତଗଣନା ହେବା ସହ ଫଳା ଫଳ ପ୍ରକାଶ ପାଇବ ।
୨୦୧୪ ନିର୍ବାଚନରେ ଶିବସେନା ଓ ବିଜେପି ଅଲଗା ଅଲଗା ନିର୍ବାଚନ ଲଢିଥିଲେ । ୨୮୮ ଟି ଆସନରୁ ବିଜେପି ୧୨୨ଟି ଆସନରେ ବିଜୟ ଲାଭ କରିଥିଲା । ବିଜେପି ଶିବସେନାର ସମର୍ଥନରେ ସରକାର ଗଠନ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.