ବେଙ୍ଗାଲୁରୁ ୪।୭: ମହାରାଷ୍ଟ୍ରରେ ଜାରି ରାଜନୈତିକ ଘଟଣାକ୍ରମକୁ ନେଇ କର୍ଣ୍ଣାଟକରେ ବିଜେପି ଓ ଜେଡିଏସ୍ ବୟାନବାଜୀ ଆରମ୍ଭ କରିଦେଇଛନ୍ତି। ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍.ଡି.କୁମାର ସ୍ୱାମୀ ତାଙ୍କ ବୟାନରେ ରାଜନୈତିକ ମହଲରେ ଝଡ ସୃଷ୍ଟି କରିଥିବା ବେଳେ ତାଙ୍କ ଶ୍ୱର ସହ ଶ୍ୱର ମିଳାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍.ୟଦିୟୁରପ୍ପା। ରାଜ୍ୟ ଦୁଇ ଦିଗ୍ଗଜ ନେତାଙ୍କ ଟିପ୍ପଣୀ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହା ଛଡା ଆଗାମୀ ୨୦୨୪ ଲୋକସଭା ନିର୍ବାଚନ ଲାଗି ଉଭୟ ପାର୍ଟି ମେଣ୍ଟ ମଧ୍ୟ କରିପାରନ୍ତି ବୋଲି ଏହି ବୟାନରୁ ଜଣାପଡୁଛି।
{"id":812625,"sizeSlug":"full","linkDestination":"none"}ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ.ୟଦିୟୁରପ୍ପା ମଙ୍ଗଳବାର କହିଛନ୍ତି ଯେ ଏଚ.ଡି.କୁମାର ସ୍ୱାମୀ ଯାହା କହୁଛନ୍ତି ତାହା ଭୁଲ ନୁହେଁ ଓ ମୁଁ ତାଙ୍କ ବୟାନକୁ ସମର୍ଥନ କରୁଛି। ଭବିଷ୍ୟତରେ କୁମାରସ୍ୱାମୀଙ୍କ ପାର୍ଟି ଓ ଆମେ ମିଳିମିଶି ନିର୍ବାଚନ ଲଢିବୁ। ତେବେ ଏହା ପୂର୍ବରୁ ଜେଡିଏସ୍ ନେତା ଏଚ.ଡି. କୁମାର ସ୍ୱାମୀ ସୋମବାର କହିଥିଲେ ଯେ ମହାରାଷ୍ଟ୍ରରେ ଚମକାଇବା ଭଳି ଘଟଣାକ୍ରମ ପରେ ମୁଁ ଆଶଙ୍କା କରୁଛି କର୍ଣ୍ଣାଟକରେ ମଧ୍ୟ କେହି ଅଜିତ ପାୱାର ହୋଇ ଉଭା ହୋଇପାରନ୍ତି।
{"id":812626,"width":842,"height":474,"sizeSlug":"full","linkDestination":"none"}କୁମାରସ୍ୱାମୀଙ୍କ ଇଶାରା କଂଗ୍ରେସର ଦିଗ୍ଗଜ ନେତାଙ୍କ ପ୍ରତି ଥିଲା। କାରଣ କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ହେବା ପାଇଁ ସିଦ୍ଦାରମୈୟାଙ୍କ ବ୍ୟତୀତ ଉପମୁଖ୍ୟମନ୍ତ୍ରୀ ଡି.କେ.ଶିବକୁମାର ମଧ୍ୟ ବେଶ୍ ଜୋର ଲଗାଇଥିଲେ। ଏହା ସତ୍ତ୍ୱେ ଶିବକୁମାର ଖାଲି ହତାରେ ରହିଯାଇଛନ୍ତିଓ ମୁଖ୍ୟମନ୍ତ୍ରୀ ଚୌକି ସିଦ୍ଦାରମୈୟାଙ୍କୁ ମିଳି ଯାଇଛି। ଉଲ୍ଲେଖଯୋଗ୍ୟ ଯେ ଆଗାମୀ ଲୋକସଭା ନିର୍ବାଚନ ଲାଗି ୧ ବର୍ଷରୁ ବି କମ ସମୟ ବାକି ଅଛି। ଏଣୁ ସବୁ ରାଜନୈତିକ ଦଳ ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହି କ୍ରମରେ କେନ୍ଦ୍ରରେ ଶାସକ ବିଜେପି କେତେକ ରାଜ୍ୟରେ ନୂଆ ମେଣ୍ଟ କରିବା ଆରମ୍ଭ କରିଦେଇଛି।