ବିଜେଡିରେ ଯୋଗଦେଲେ ୭୦ରୁ ଅଧିକ ବିଜେପି ଓ କଂଗ୍ରେସ କର୍ମୀ

Published By : Prameya-News7 Bureau | July 11, 2022 IST

ମାହାଙ୍ଗା ୧୧।୭: ମାହାଙ୍ଗା ବ୍ଲକ୍ କଇଥା ପଞ୍ଚାୟତରେ ମିଶ୍ରଣ ପର୍ବ । ୭୦ରୁ ଅଧିକ ବିଜେପି ଓ କଂଗ୍ରେସ ପୁରୁଷ ଓ ମହିଳା କର୍ମୀମାନେ ନିଜ ନିଜ ଦଳର କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇ ବିଜେଡିରେ ଯୋଗ ଦେଇଛନ୍ତି । ବିଧାୟକ ପ୍ରତାପ ଜେନାଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ଯୋଗଦେଇଛନ୍ତି । ମାହାଙ୍ଗାରେ ହେଉଥିବା ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଇଥିବା କର୍ମୀମାନେ କହିଥିଲେ । ସମସ୍ତ କର୍ମୀମାନଙ୍କୁ ବିଧାୟକ ପ୍ରତାପ ଜେନା ସ୍ବାଗତ କରିବା ସହ ପଞ୍ଚାୟତର ସମସ୍ତ କାର୍ଯ୍ୟ ମିଳିମିଶି କରିବା ପାଇଁ ଆହ୍ବାନ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.