ପରୀ ରାଜନୀତି ସରଗରମ: ପରୀ ବାପାମା'ଙ୍କୁ ଭେଟିଲେ ବିଜେପି-କଂଗ୍ରେସ, କୃଷିମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଡି ରହିଛନ୍ତି ବିରୋଧୀ

Published By : Prameya-News7 Bureau | December 05, 2020 IST

ନୟାଗଡ଼ ୦୫/୧୨ : ପରୀ ମୃତ୍ୟୁ ମାମଲାକୁ ନେଇ ଥମୁନି ରାଜନୀତି । ଆଜି ନୟାଗଡ଼ ଯଦୁପୁର ଯାଇ ପରୀ ବାପାମାଆଙ୍କୁ ଭେଟିଛନ୍ତି ଉଭୟ ବିଜେପି ଆଉ କଂଗ୍ରେସ । ପରୀକୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ବିରୋଧୀ । ସେପଟେ ପରୀ ମୃତ୍ୟୁ ଘଟଣାର ତଦନ୍ତ କରୁଥିବା ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା କହିଛନ୍ତି ଆଉ ୨ସପ୍ତାହ ଭିତରେ ସବୁ କିଛି ସ୍ପଷ୍ଟ ହୋଇଯିବ ।

{"id":373153,"sizeSlug":"large"}


ରାଜନୀତିର ସେଣ୍ଟରରେ ଏବେ ଯଦୁପୁର । ପରୀ ମୃତ୍ୟୁ ମାମଲାରେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଅଡ଼ି ବସିଛନ୍ତି ବିରୋଧୀ । ଆଜି ଗୋଟିଏ ଦିନରେ ନୟାଗଡ଼ ଯଦୁପୁର ଯାଇ ପରୀର ବାପା ମାଆଙ୍କୁ ଭେଟିଛନ୍ତି ଉଭୟ ବିଜେପି ଓ କଂଗ୍ରେସ ନେତା । ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ୍ ପାତ୍ରଙ୍କ ନେତୃତ୍ବରେ ନୟାଗଡ଼ରେ ପହଞ୍ଚିଥିବା ବିଜେପି ଟିମ୍ କୃଷିମନ୍ତ୍ରୀଙ୍କ ଇସ୍ତଫା ସହ ଘଟଣାର ସିବିଆଇ ତଦନ୍ତ ଦାବି କରିଛି । ସେପଟେ କଂଗ୍ରେସ ରାଜ୍ୟ ପ୍ରଭାରୀ ଚେଲ୍ଲାକୁମାର, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସହ ଦଳୀୟ ନେତା ଏସଆଇଟି ତଦନ୍ତକୁ ସ୍ବାଗତ କରିଛି । ପରୀକୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ ବୋଲି କହିଛନ୍ତି ଉଭୟ ବିଜେପି ଓ କଂଗ୍ରେସ । ତେବେ ଏସଆଇଟି ତଦନ୍ତ ଦ୍ବାରା ପରୀକୁ ନିଶ୍ଚିତ ନ୍ୟାୟ ମିଳିବ ଏବଂ ଏହି ଘଟଣାକୁ ନେଇ ବିରୋଧୀ ଅଯଥା ରାଜନୀତି ନକରନ୍ତୁ ବୋଲି କହିଛନ୍ତି ବଜେଡି ମୁଖପାତ୍ର ଲେନିନ୍ ମହାନ୍ତି ।

{"id":373154,"sizeSlug":"large"}


ପରୀ ମୃତ୍ୟୁ ମାମଲାକୁ ନେଇ ଗ୍ରାଉଣ୍ଡ ଜିରୋରେ ରାଜନୈତିକ ହଲଚଲ ଜୋର୍ ଧରିଥିବା ବେଳେ ଘଟଣାର ତଦନ୍ତ କରୁଥିବା ଏସଆଇଟି ପୂରା ରହସ୍ୟ ଉପରୁ ପରଦା ହଟାଇବାକୁ ଜୋର୍ ଲଗାଇଛି । ହତ୍ୟାକାରୀଙ୍କ ସମ୍ପର୍କରେ ସୂଚନା ଦେଲେ ୧ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ତଦନ୍ତକୁ ମାତ୍ର ୪-୫ଦିନ ହୋଇଥିବାରୁ ଆସନ୍ତା ୨ସପ୍ତାହ ଭିତରେ ଏସଆଇଟ ପୂରା ଘଟଣା ଉପରୁ ପରଦା ହଟାଇବାରେ ସକ୍ଷକ ହେବ ବୋଲି ଭରସା ଦେଇଛନ୍ତି ଅରୁଣ ବୋଥ୍ରା ।

{"id":373155,"sizeSlug":"large"}

ଗୋଟେ ପଟେ ପରୀ ମୃତ୍ୟୁ ପଛର ରହସ୍ୟ ଖୋଜିବାରେ ଲାଗିଛି ଏସଆଇଟି । ଘଟଣାର ବିଭିନ୍ନ ଦିଗକୁ ନେଇ ଯାଂଚ କରୁଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ସେପଟେ ପରୀକୁ ନ୍ୟାୟ ଦାବିରେ ରାଜନୀତି ବି ଖୁବ୍ ଚାଲିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.