ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା

Published By : Prameya-News7 Bureau | November 30, 2020 IST

ବ୍ରହ୍ମପୁର ୩୦।୧୧: ଟାଟା କମ୍ପାନୀରେ ଚାକିରୀ ଦେବା ନାଁରେ କୋଟି କୋଟି ଟଙ୍କା ଆଦାୟ ଏବଂ ନକଲି ନିଯୁକ୍ତି ପତ୍ର ପ୍ରଦାନ ଅଭିଯୋଗ ଘଟଣାର ତଦନ୍ତ ଓ ଅଭିଯୁକ୍ତକୁ ଗିରଫ କରିବା ଦାବିରେ କଂଗ୍ରେସ ଓ ବିଜେପି ପକ୍ଷରୁ ପୃଥକ ପୃଥକ ଭାବେ ଏତଲା ଦାୟର । ଟାଟା କମ୍ପାନୀରେ ନିଯୁକ୍ତି କରାଇଦେବା ନାଁରେ କୋଟି କୋଟି ଟଙ୍କା ଠକେଇ ଅଭିଯୋଗରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ସହଯୋଗୀଙ୍କୁ ତୁରନ୍ତ ଗିରଫ ଦାବି କରି କଂଗ୍ରେସ ପକ୍ଷରୁ ଗୋପାଳପୁର ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଅଭିଯୋଗ ପତ୍ର ପ୍ରଦାନ କରାଯାଇଛି ।

ଅନ୍ୟପଟେ ବିଜେପି ପକ୍ଷରୁ ମଧ୍ୟ ମାମଲା ରୁଜୁ କରାଯାଇଛି । ଗତକାଲି ଏସପିଙ୍କ ଅଫିସରେ ବିଜେପି ଅଭିଯୋଗ କରିଥିଲା ।

ଅଭିଯୋଗକୁ ନେଇ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ପ୍ରତିକ୍ରିୟା ରଖିଛନ୍ତି । ସମସ୍ତ ଅଭିଯୋଗ ପତ୍ର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯିବ ବୋଲି ଡିଆଇଜି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.