ବିଧାନସଭା ଶୂନ୍ୟକାଳରେ ନାଥୁରାମ ଗଡସେ ଝଡ, ମୁହାଁମୁହିଁ ହେଲେ ବିଜେପି ଓ କଂଗ୍ରେସ

Published By : Prameya-News7 Bureau | July 30, 2019 IST

ଭୁବନେଶ୍ବର ୩୦|୭: ବିଧାନସଭାରେ ପୁଣି ନାଥୁରାମ ଗଡସେ ଝଡ । ଶୂନ୍ୟ କାଳରେ ନାଥୁରାମ ଗଡସେଙ୍କୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ କଂଗ୍ରେସ । ପୂର୍ବରୁ ଗତକାଲି ବିଧାନସଭାରେ ନାଥୁରାମ ଗଡସେଙ୍କ ଚିନ୍ତାଧାରା ରଖିଥିବା ଲୋକେ ଏବେ କେନ୍ଦ୍ରରେ ସରକାର ଚଳାଉଛନ୍ତି କହି ବିଜେପିକୁ ଆକ୍ଷେପ କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

ସେପଟେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଏହାକୁ କାଉଣ୍ଟର କରି ମଣିଶଙ୍କର ଆୟାର ଓ ସିଦ୍ଧୁଙ୍କ ପ୍ରସଙ୍ଗ ଉଠାଇ କଂଗ୍ରେସକୁ ଟାର୍ଗେଟ୍ କରିଥିଲେ । ଏହାକୁ ନେଇ ଗୃହରେ ଝଡ ବହିଥିବା ବେଳେ ଆଜି ମଧ୍ୟ କଥା କଟାକଟି ହୋଇଛି । ତେବେ ବିଧାନସଭାର ପ୍ରାକ୍ଟିସ ଅନୁସାରେ ବାଚସ୍ପତି ରୁଲିଂ ଦେବେ ବୋଲି କହିବା ପରେ ଏବେ ଗୃହ ସ୍ବାଭାବିକ ହୋଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.