ଯୁବ, ଛାତ୍ର ରାଜନୀତିକୁ ନେଇ ଦୁଇ ଦଳ ବିଜେପି ଓ ବିଜେଡି ମୁହାଁମୁହିଁ

Published By : Prameya-News7 Bureau | December 02, 2023 IST

ବ୍ରହ୍ମପୁର ୨।୧୨: ଯୁବ, ଛାତ୍ର ରାଜନୀତିକୁ ନେଇ ଏବେ ଦୁଇ ରାଜନୈତିକ ଦଳ ମୁହାଁମୁହିଁ ହୋଇଛନ୍ତି । ବିଜେଡ଼ିର କ୍ୟାମ୍ପସ ରାଜନୀତିକୁ ନେଇ ବିଜେପି ଯୁବ ମୋର୍ଚ୍ଚା ନାପସନ୍ଦ କରିବା ସହ ଅସନ୍ତୋଷ ଜାହିର କରିଛି । ବିଜେଡ଼ି ଛାତ୍ର ଓ ଯୁବ ଗୋଷ୍ଠୀକୁ ପଥଭ୍ରଷ୍ଟ କରିଛି ବୋଲି ବ୍ରହ୍ମପୁର ରାଜସ୍ୱ ବଙ୍ଗଳା ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ଅଭିଯୋଗ କରିଛି । ସାଧାରଣ ନିର୍ବାଚନରେ ଯୁବ, ଛାତ୍ରଙ୍କୁ ପ୍ରତିଦ୍ବନ୍ଦିତା କରିବାରେ ବିଜେଡ଼ି ସୁଯୋଗ ଦେଉନଥିବା ଯୁବ ମୋର୍ଚ୍ଚା ଅଭିଯୋଗ କରିଛି ।

{"id":877681,"sizeSlug":"full","linkDestination":"none"}

ସେପଟେ ଯୁବ ବିଜେଡ଼ି ପ୍ରତିକ୍ରିୟା ରଖିଛି । ଯୁବ ଓ ଛାତ୍ର ବିଜେଡ଼ି ସବୁବେଳେ ସାମାଜିକ ସେବା କ୍ଷେତ୍ରରେ ବ୍ରତୀ ରହୁଛନ୍ତି । ରକ୍ତଦାନ ଶିବିର ଠାରୁ ଆରମ୍ଭ କରି ସ୍ଵଚ୍ଛ ନିର୍ମଳ, ସ୍ୱାସ୍ଥ୍ୟ ସେବା, ନବୀନ ଓଡିଶା, ମୋ ପରିବାର ଭଳି ପ୍ରମୁଖ କାର୍ଯ୍ୟରେ ଛାତ୍ର, ଯୁବ ବିଜେଡ଼ି ସବୁବେଳେ କାର୍ଯ୍ୟ କରୁଛନ୍ତି । ଯେଉଁ ଛାତ୍ରମାନଙ୍କର ଭୋଟ ଦେବା ବୟସ ଯୋଗ୍ୟତା ଅର୍ଜନ କରିଛନ୍ତି ସେମାନଙ୍କୁ ଚିହ୍ନଟ କରି ଭୋଟର ତାଲିକାରେ ସେମାନଙ୍କ ନାମକୁ ପଞ୍ଜିକୃତ କରି ଭୋଟ ଦେବା ଅଧିକାରକୁ ସାବ୍ୟସ୍ତ କରିବା ପାଇଁ କ୍ୟାମ୍ପସରେ ଛାତ୍ର ବିଜେଡ଼ି ପକ୍ଷରୁ ପ୍ରୟାସ କରାଯାଉଛି । ସାଧାରଣ ନିର୍ବାଚନରେ ଦଳ ଯୁବ ଓ ଛାତ୍ରଙ୍କୁ ଗୁରୁତ୍ୱ ଦେଇ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାର ସୁଯୋଗ ଦେଇ ନେତା ସୃଷ୍ଟି କରିପାରୁଛି ବୋଲି ଯୁବ ବିଜେଡ଼ି ଦୃଢ଼ ପ୍ରତିକ୍ରିୟା ରଖିଛି । ଯୁବ ମୋର୍ଚ୍ଚା କେତେଜଣ ଯୁବ ଓ ଛାତ୍ରଙ୍କୁ ପ୍ରତିଦ୍ବନ୍ଦିତା କରିବାର ସୁଯୋଗ ଦେଇଛି ବୋଲି ଯୁବ ବିଜେଡ଼ି ପ୍ରଶ୍ନ କରିଛି  ।

You Can Read :

wp:embed {"url":"https://www.prameyanews7.com/leaves-of-field-officials-cancelled-for-5-days-in-5-district/","type":"wp-embed","providerNameSlug":"prameya-news-7"}
https://www.prameyanews7.com/leaves-of-field-officials-cancelled-for-5-days-in-5-district/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.