oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ଭଞ୍ଜବିହାର କ୍ୟାମ୍ପସ୍‌ରେ ବାଘ ! ଭୟଭୀତ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକେ, ବନ ବିଭାଗର ପାଟ୍ରୋଲିଂ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୨୨ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଉଗ୍ରରୂପ ରୂପ ନେଲା ପାରିବାରିକ କଳହ, ଜୀବନ ହାରିଦେଲେ ଜିଲ୍ଲା ପରିଷଦ ସଭ୍ୟ
  • ||
  • ୫ ଦୋକାନ ଉପରେ ଚଢିଗଲା ସାର ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ୧୪ କର୍ମଚାରୀ
  • ||
  • ପୂଜାରେ ଭିଜିବ ପାର୍ବଣ, ଲଘୁଚାପ ପ୍ରଭାବରେ ୨୬ରୁ ୨୯ ଯାଏ ନିର୍ଦ୍ଧୁମ ଛେଚିବ
  • ||

ପରାଜୟ ଭୟରେ ବିଜେଡି ମିଥ୍ୟା ବିଜ୍ଞାପନର ସାହାରା ନେଉଛି : ବିଜେପି

25/04/2019 at 4:52 PM

ଭୁବନେଶ୍ୱର, ୨୫/୦୪: ପରାଜୟ ଭୟରେ ବିଜେଡି ଏବେ ମିଥ୍ୟା ବିଜ୍ଞାପନର ସାହାରା ନେଉଛି । କୋଟି କୋଟି ଟଙ୍କା ଖର୍ଚ୍ଚ କରି ମିଥ୍ୟା ବିଜ୍ଞାପନ ଦେଇ ଓଡିଆ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ବିଜେଡି କରୁଥିବା ପ୍ରୟାସ କେବେ ସଫଳ ହେବ ନାହିଁ । ମିଛ କୁ ଯେତେ ବଡ ପାଟିରେ ଚିକ୍ରାର କରି କହିଲେ ମଧ୍ୟ ମିଥ୍ୟା କେବେ ସତ ହେବ ନାହିଁ କି ଓଡିଶାର ଲୋକେ ଏହାକୁ ବିଶ୍ୱାସ କରିବେ ନାହିଁ । ବାରିପଦା ମେଡିକାଲ କଲେଜରେ ନାମ ଲେଖାରେ କେନ୍ଦ୍ର ସରକାର ବାଧକ ସାଜୁଥିଲେ ବୋଲି ବିଜେଡି ଆଜି ଅନେକ ଖବର କାଗଜର ପ୍ରଥମ ପୃଷ୍ଠାରେ ବିଜ୍ଞାପନ ଦେଇଛି । ହେଲେ ବାସ୍ତବରେ କେନ୍ଦ୍ର ସରକାରଙ୍କର ଅନୁଦାନରେ ହିଁ ବାରିପଦା ସମେତ ବାଲେଶ୍ୱର, କୋରାପୁଟ, ପୁରୀ ଓ ବଲାଙ୍ଗୀରରେ ମେଡିକାଲ କଲେଜ ସ୍ଥାପନା ହୋଇପାରିଛି । ମେଡିକାଲ କାଉନସିଲ ଅଫ ଇଣ୍ଡିଆର ଏକ ଅଧା ଚିଠିକୁ ବିଜେଡି ଦେଖାଇ ନିଜର ଅପାରଗତା ଓ ବିଫଳତାକୁ ଲୁଚାଇବାର ପ୍ରୟାସ କରିଛି । ନବିନ ବାବୁ ତାଙ୍କ ଅପାରଗତା ଓ ବିଫଳତା କୁ ଲୁଚାଇବାର ଯେତେ ପ୍ରୟାସ କଲେ ବି ଓଡିଶା ଲୋକ ସବୁ ବୁଝି ସାରିଲେଣି, ଏହାର ଜବାବ ଲୋକେ ଏବେ ଭୋଟ ମାଧ୍ୟମରେ ଦେଉଛନ୍ତି ବୋଲି ବିଜେପିର ବରିଷ୍ଠ ନେତା ପ୍ରକାଶ ମିଶ୍ର ଏକ ସାମ୍ବାଦିକ ସମ୍ମିଳନିରେ କହିଛନ୍ତି ।

ପ୍ରକାଶ ମିଶ୍ର କହିଛନ୍ତି ଶାସକ ବିଜେଡି ତାର ବିଜ୍ଞାପନରେ ଏକ ସରକାରୀ ଚିଠିକୁ ଅଧା ଦେଖାଇ ନିର୍ବାଚନ ଆଦର୍ଶ
ଆଚରଣ ବିଧିକୁ ଉଲଘଂନ କରୁଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରି ଏହା ଉପରେ ବିଜୁ ଜନତା ଦଳ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଦରକାର ।

LIVE : Press conference by Shri Prakash Mishra at BJP State Office, Bhubaneswar.https://t.co/7wfDDsoEeH— BJP Odisha (@BJP4Odisha) April 25, 2019


ପ୍ରକାଶ ମିଶ୍ର କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କର ୬୦% ଅନୁଦାନରେ ରାଜ୍ୟରେ ୫ ଟି ମେଡିକାଲ କଲେଜ ନିର୍ମାଣ
ହୋଇଛି । ଏହା ସହିତ କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗ ଦ୍ୱାରା ଆଉ ୨ ଟି ମେଡିକାଲ କଲେଜ ନିର୍ମାଣ ହୋଇଛି । ମୋଦି ସରକାର ୫ ବର୍ଷରେ ୭ଟି ମେଡିକାଲ କଲେଜ ଓଡିଶାକୁ ଦେଇଛନ୍ତି ଯାହା ଆଗରୁ କେଉଁ ସରକାର ସମୟରେ ହୋଇନଥିଲା । ଓଡିଶାରେ ମେଡିକାଲ କଲେଜ ହେଉ ଏଥିପାଇଁ କେନ୍ଦ୍ର ସରକାର ହାତଖୋଲା ଅନୁଦାନ ଦେଇଛନ୍ତି । ରାଷ୍ଟ୍ରାୟତ ଉଦ୍ୟୋଗ ଏମସିଏଲ ଦ୍ୱାରା ତାଳଚେରରେ ନିର୍ମିତ ମେଡିକାଲ କଲେଜ ନିର୍ମାଣ ସରିଛି । ହେଲେ ସମ୍ପୃର୍ଣ୍ଣ ଇନଫ୍ରାଷ୍ଟ୍ରକଚର ଥାଇ ବି ରାଜ୍ୟ ସରକାର ସେଥିରେ ନାମଲେଖା ପାଇଁ ଉଦ୍ୟମ ଆରମ୍ଭ କରୁନାହାନ୍ତି କାହିଁକି ତାହା ସବୁଠାରୁ ବଡ ପ୍ରଶ୍ନ ।

ଓଡିଶାରେ ବିଜେପି ସରକାର ଆସିଲେ ମେଡିକାଲ କଲେଜ ନଥିବା ସମସ୍ତ ଜିଲ୍ଲାରେ ମେଡିକାଲ କଲେଜ ନିର୍ମାଣ
ହେବ । ଏକଥା ବିଜେପି ତାର ସଙ୍କଳ୍ପ ପତ୍ରରେ ଘୋଷଣା କରିଛି । ବିଜେପି ରାଜ୍ୟରେ ମେଡିକାଲ କଲେଜ ନଥିବା ୨୦ଟି ଜିଲ୍ଲାରେ ନିଶ୍ଚିନ୍ତ ମେଡିକାଲ କଲେଜ ନିର୍ମାଣ କରିବ ବୋଲି ଶ୍ରୀ ମିଶ୍ର କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନିରେ ରାଜ୍ୟ ଉପସଭାପତି ସମୀର ମହାନ୍ତି, ରାଜ୍ୟ ପ୍ରବକ୍ତା ଗୋବିନ୍ଦ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ ।

   Related Posts