oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ଭଞ୍ଜବିହାର କ୍ୟାମ୍ପସ୍‌ରେ ବାଘ ! ଭୟଭୀତ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକେ, ବନ ବିଭାଗର ପାଟ୍ରୋଲିଂ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୨୨ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଉଗ୍ରରୂପ ରୂପ ନେଲା ପାରିବାରିକ କଳହ, ଜୀବନ ହାରିଦେଲେ ଜିଲ୍ଲା ପରିଷଦ ସଭ୍ୟ
  • ||
  • ୫ ଦୋକାନ ଉପରେ ଚଢିଗଲା ସାର ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ୧୪ କର୍ମଚାରୀ
  • ||
  • ପୂଜାରେ ଭିଜିବ ପାର୍ବଣ, ଲଘୁଚାପ ପ୍ରଭାବରେ ୨୬ରୁ ୨୯ ଯାଏ ନିର୍ଦ୍ଧୁମ ଛେଚିବ
  • ||

ଅଚ୍ୟୁତ ସାମନ୍ତଙ୍କ ପାଇଁ ସୋସିଆଲ୍ ମିଡିଆରେ ଭୋଟ୍ ଭିକ୍ଷାକରି ବିବାଦରେ ପଡିଲେ ଦୂତି ଚାନ୍ଦ, ସିଇଓଙ୍କ ପାଖରେ ଫେରାଦ ହେଲା ବିଜେପି

17/04/2019 at 5:41 PM

ଭୁବନେଶ୍ବର ୧୭|୪: ଓଡ଼ିଆ ଦୌଡ଼ରାଣୀ ଦୂତି ଚାନ୍ଦଙ୍କ ନାଁରେ ବିଜେପିର ଅଭିଯୋଗ । ଦୂତିଙ୍କ ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହୋଇଛି ବିଜେପି । ଦୂତି ନିର୍ବାଚନ କମିଶନଙ୍କ ବ୍ରାଣ୍ଡ ଆମ୍ବାସଡର ଥିବାବେଳେ କନ୍ଧମାଳ ଲୋକସଭା ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ଭିକ୍ଷା କରିବା ବେଆଇନ୍‌ ବୋଲି ସିଇଓଙ୍କୁ ଜଣାଇଛି ବିଜେପି ।

ନୂଆ ବିବାଦରେ ଦୌଡରାଣୀ ଦୂତି ଚାନ୍ଦ । କନ୍ଧମାଳ ଲୋକସଭା ବିଜେଡି ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ପାଇଁ ସୋସିଆଲ୍‌ ମିଡିଆରେ ଭୋଟ୍‌ ଭିକ୍ଷାକରି ବିବାଦରେ ପଡିଛନ୍ତି ଦୂତି । ଦେଖନ୍ତୁ ଦୂତିଙ୍କର ଏହି ଅଫିସିଆଲ୍‌ ଫେସବୁକ୍ ଆକାଉଣ୍ଟକୁ । ଏଥିରେ ଦୂତି ଅଚ୍ୟୁତସାମନ୍ତଙ୍କ ପାଇଁ ଭୋଟ୍‌ ଦେବାକୁ ନିବେଦନ କରିଛନ୍ତି । ତେବେ ଯେ କୌଣସି ବ୍ୟକ୍ତି ଜଣେ ପ୍ରାର୍ଥୀଙ୍କ ପାଇଁ ସୋସିଆଲ୍ ମିଡିଆରେ ଭୋଟ୍‌ ମାଗିପାରିବ । ହେଲେ ଦୂତି ହେଉଛନ୍ତି ନିର୍ବାଚନ କମିଶନଙ୍କର ଆମ୍ବାସଡର । ଏହି ଦାୟିତ୍ବରେ ଥିବା ବ୍ୟକ୍ତି କୌଣସି ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ମାଗିବା ନିର୍ବାଚନ ଆଚରଣ ବିଧିର ଖିଲାପ । ଯେଉଁଥିପାଇଁ ବିଜେପି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଛି ।

ବିଜେପିର ଅଭିଯୋଗ ପରେ ସିଇଓ ଏହାକୁ ଅନୁଧ୍ୟାନ କରିବେ ବୋଲି କହିଛନ୍ତି । ତେବେ ଏ ସଂପର୍କରେ ବିଜେଡି କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହିଁ । କାଲି ଦ୍ବିତୀୟ ପର୍ଯ୍ୟାୟ ମତଦାନ ପରେ ହିଁ ଦଳ କୌଣସି ମତ ରଖିବ ବୋଲି କହିଛି । ସେପଟେ ଦୂତୀ ଏନେଇ ଫେସ୍‌ବୁକ୍‌ରେ ପୁଣି ଏକ ପ୍ରତିକ୍ରିୟା ରଖିଛନ୍ତି । ମୁଁ ବ୍ୟକ୍ତିଗତ ହିସାବରେ ଡକ୍ଟର ଅଚ୍ୟୁତ ସାମନ୍ତସାର୍ ଙ୍କୁ ଶୁଭେଚ୍ଛା ବାର୍ତ୍ତା ଜଣାଇଛି । ନିର୍ବାଚନ ପାଇଁ ମୁଁ ଭୋଟ୍ ମାଗିନାହିଁ । ଏହାକୁ ନେଇ ରାଜନୀତି କରିବା ଠିକ୍ ନୁହେଁ ବୋଲି ଦୂତି ଲେଖିଛନ୍ତି ।ଏହି ଘଟଣାକୁ ନେଇ ଏବେ ରାଜ୍ୟବ୍ୟାପୀ ଚର୍ଚ୍ଚା ଚାଲିଛି ।…

   Related Posts