oroinfra
maganna
EVOS_WebBanner_728X90
oroinfra
ChampionMaganna_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋହନା: ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ଅଳ୍ପକେ ବର୍ତ୍ତିଲେ ପରିବାରର ୪ ସଦସ୍ୟ
  • ||
  • କେନ୍ଦ୍ର ଉପରେ ବର୍ଷିଲେ ସତ୍ୟପାଲ ମଲିକ୍, କହିଲେ ମୁଁ ଏବେ ସ୍ୱାଧୀନ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୩ କୋଭିଡ୍ ପଜିଟିଭ୍
  • ||
  • ମୁମ୍ୱାଇ: ଜଣାଶୁଣା ଅଭିନେତା ଅରୁଣ ବାଲୀଙ୍କ ନିଧନ, ୭୯ ବର୍ଷ ବୟସରେ ପରଲୋକ
  • ||
  • ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା, ଆସୁଛି ଘୁର୍ଣ୍ଣିବଳୟ
  • ||
  • ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାରଠୁ ନାମାଙ୍କନ ଦାଖଲ, ୧୫ରେ ଯାଞ୍ଚ
  • ||
  • ଚାନ୍ଦବାଲୀ: ପଦ୍ମାବତୀ ଟ୍ରଲରରେ ଅଗ୍ନିକାଣ୍ଡ ଘଟଣା, ୧୦ ଘଣ୍ଟା ପରେ ଉଦ୍ଧାର ହେଲେ ୧୦ ଧୀବର
  • ||

ନିର୍ବାଚନ ଆଚରଣ ବିଧି ଉଲଂଘନ ଅଭିଯୋଗ, ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେପି

19/01/2022 at 5:10 PM

ଭୁବନେଶ୍ବର ୧୯।୧: ନିର୍ବାଚନ ଆଚରଣ ବିଧି ଉଲଂଘନ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେପି। ସାଧାରଣ ସମ୍ପାଦିକା ଲେଖଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ବରେ ୬ ଜଣିଆ ଟିମ୍ ଫେରାଦ ହୋଇଛି। ଚାନ୍ଦବାଲି ଗୋପୀନାଥପୁର ପଂଚାୟତ କାର୍ଯ୍ୟାଳୟରେ ବିଜେଡିର ମିଶ୍ରଣ ପର୍ବ ହୋଇଥିବା ଅଭିଯୋଗ ଆଣିଲା ବିଜେପି। ସରକାରୀ ଅଧିକାରୀ ଉପସ୍ଥିତ ଥାଇ ବି  ଅଫିସରେ ରାଜନୈତିକ କାର୍ଯ୍ୟକ୍ରମ ହେବା ଆଚରଣ ବିଧି ଉଲଂଘନ କରୁଛି। ଯେଉଁମାନେ ଏଥିରେ ସମ୍ପୃକ୍ତ ତାଙ୍କ ବିରୋଧରେ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ କରନ୍ତୁ।

ରାଜ୍ୟର ବିଭିନ୍ନ ସ୍ଥାନରେ ଗାଁ ଗଣ୍ଡାରେ  ମୁଖ୍ୟମନ୍ତ୍ରୀ ହୋର୍ଡିଂ ଲାଗିଛି। ଜାଗା ମିଶନ ସହ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ହୋର୍ଡିଂ ଲାଗିଛି। କିଛି ସ୍କୁଲରେ ବି ଲାଗିଛି। ନିର୍ବାଚନ କମିଶନ କାଢ଼ିବା ପାଇଁ ପଦକ୍ଷେପ ନ ନେଲେ ବିଜେପି କର୍ମକର୍ତ୍ତା ଏହାକୁ କାଢ଼ିବା ସହ ପୋଷ୍ଟରରେ କାଳି ବୋଳିବାକୁ ବାଧ୍ୟ ହେବେ। ରାଜ୍ୟ ନିର୍ବାଚନ ଆୟୋଗ ପ୍ରସ୍ତୁତ କରିଥିବା ଭୋଟର ତାଲିକାରେ ବିଜେପିର ଆଶାୟୀ ପ୍ରାର୍ଥୀଙ୍କ ନାଁ ନାହିଁ। ଏ ଘଟଣାର ନିର୍ବାଚନ କମିଶନ ହସ୍ତକ୍ଷେପ କରି ତୁରନ୍ତ ସମାଧାନ କରନ୍ତୁ। ନଚେତ ନିର୍ବାଚନ କମିଶନ ଅଫିସ ଆଗରେ ଧାରଣା ଦେବ ବିଜେପି।

   Related Posts