ସ୍ମିତାରାଣୀଙ୍କର ଗଣଦୁଷ୍କର୍ମ ଓ ହତ୍ୟା ହୋଇଥିବା ଅଭିଯୋଗ କଲା ବିଜେପି-ପୁଲିସ ଅଭିଯୁକ୍ତକୁ ଘଣ୍ଟ ଘୋଡାଇବାକୁ ଚେଷ୍ଟା କରୁଛି: ଲେଖାଶ୍ରୀ ସାମନ୍ତ ସିଂହାର, ଆସନ୍ତା କାଲି ଯାଜପୁର ବନ୍ଦ ଡାକରା

Published By : Prameya-News7 Bureau | October 19, 2019 IST

ଭୁବନେଶ୍ୱର୧୯/୧୦: ଧର୍ମଶାଳା ବ୍ଲକ ହରିଦାସପୁର ପଂଚାୟତ ନିର୍ବାହୀ ଅଧିକାରୀ ସ୍ମିତାରାଣୀ ବିଶ୍ୱାଳଙ୍କ ହତ୍ୟା ପ୍ରସଙ୍ଗରେ ଯାଜପୁର ଏସପି ଚରଣଜିତ ସିଂହ ମୀନାଙ୍କର ବୟାନ ହେଉଛି ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ର ଓରଫ କୁ ସହଯୋଗ କରୁଥିବା ବିଜେପି ଅଭିଯୋଗ କରିଛି । ପୋଲିସ ଅଧିକାରୀ ମୃତ ସ୍ମିତାରାଣୀଙ୍କର ଚରିତ୍ର ସଂହାର କରିବାକୁ ବି ପଛେଇଲେ ନାହିଁ,ହତ୍ୟା ଓ ଗଣଦୁର୍ଷ୍କମକୁ ଲୁଚାଇବା ପାଇଁ ସ୍ମିତା ଆତ୍ମହତ୍ୟା କରିଛନ୍ତି ବୋଲି ଆଜି ପୋଲିସ କହିଲା ଯାହା ୨ ଦିନ ହେଲା ଅଭିଯୁକ୍ତ ରୂପେଶ କହୁଥିଲା। ଯାଜପୁର ଏସପି କ’ଣ ଅଭିଯୁକ୍ତ ରୂପେଶ ଓରଫ ନାଣ୍ଡୁ ଭଦ୍ରର ପ୍ରବକ୍ତା ବୋଲି କି ରାଜ୍ୟ ବିଜେପି ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି।
ଅଧପନ୍ତରିଆ ତଦନ୍ତ କରି ଏସପି ମୀନାଙ୍କର ଏ ଘଟଣାରେ ବୟାନବାଜି ଅତ୍ୟନ୍ତ ନିନ୍ଦନୀୟ ଏବଂ ତଦନ୍ତକୁ ପ୍ରଭାବିତ କରିବା ପାଇଁ ଅପଚେଷ୍ଟା। ଯଦି ଏସପି ମୀନା ଗଣମାଧ୍ୟମକୁ ସମ୍ବୋଧିତ କଲେ ତେବେ ଆମ ମୌଳିକ ପ୍ରଶ୍ନର ଉତର କଣ ପାଇଁ ଦେଲେ ନାହିଁ? ଗେଷ୍ଟହାଉସ ସିସିଟିଭି ଫୁଟେଜ କୁଆଡେ ଗଲା? ଗଣଦୁଷ୍କର୍ମ ଏବଂ ହତ୍ୟା ହୋଇଥିବା ଘଟଣାସ୍ଥଳ ଏବଂ ଗେଷ୍ଟହାଉସ କଣ ପାଇଁ ପୋଲିସ ସିଲ କଲା ନାହିଁ। ଯେଉଁ ସ୍କୋପିଓରେ ମୃତକ ସ୍ମିତାରାଣୀଙ୍କୁ ଡାକ୍ତରଖାନା ନିଆଗଲା ସେ ଗାଡି କାହାର ଏବଂ ସେଗାଡିକୁ ପୋଲିସ କଣ ପାଇଁ ସିଜ କରିନାହିଁ ? ଘଟଣା ସମୟରେ ଗେଷ୍ଟହାଉସରେ ଥିବା ବାକି ୪ ଜଣ ଅଭିଯୁକ୍ତ ଯେଉଁଥିରେ ୨ ଜଣ ଶାସକ ଦଳର ସମିତିସଭ୍ୟ, ଜଣେ ଜିଲ୍ଲା ପରିଷଦ ସଦସ୍ୟ ଏବଂ ଜଣେ ରାମକୋର ଉଚ୍ଚସ୍ତରୀୟ ଅଧିକାରୀ ଥିଲେ ସେମାନେ କିଏ ଏବଂ ଏହି ହତ୍ୟାକାଣ୍ଡରେ ତାଙ୍କର ଭୂମିକା କଣ ଥିଲା। ଏହା କ’ଣ ‘ମୋସରକାର’ର ୫-ଟି। କେବଳ ଗୋଟିଏ ଜିନିଷ ଜଳ ଜଳ ହୋଇ ଦେଖାଯାଉଛି ଯେ, ଯାଜପୁର ପୋଲିସ ଶାସକ ବିଜେଡିର ପ୍ରଭାବଶାଳୀ ଅପରାଧିକ ନେତାମାନଙ୍କୁ ଖସାଇଦେବା ପାଇଁ ଏବଂ ଏହି ଜଘନ୍ୟ ହତ୍ୟାକାଣ୍ଡରେ ତଥ୍ୟପ୍ରମାଣ ନଷ୍ଟ କରିବା ପାଇଁ ଅଂଟା ଭିଡିଛି। ଓଡିଶାର ମହିଳାମାନଙ୍କୁ ବଂଚିଥିବାବେଳେ କିଭଳି ଅସମ୍ମାନ କରାଯାଉଛି ସବୁଦିନ ଏହାର ଦୃଷ୍ଟାନ୍ତ ମିଳୁଛି। କିନ୍ତୁ ମରିସାରିବାପରେ ମଧ୍ୟ ଜଣେ ଓଡିଆ ସଧବା ମହିଳାର ଚରିତ୍ର ହନନ କରିବାକୁ ପଛ ଘୁଞ୍ଚା ଦେଲେ ନାହିଁ ବୋଲି ଲେଖାଶ୍ରୀ ଅଭିଯୋଗ କରିଛନ୍ତି ।
ଆସନ୍ତା କାଲି ବିଜେପି ପକ୍ଷରୁ ଯାଜପୁର ବନ୍ଦ ଡାକରା ଦିଆଯାଇଛି ।

ସୂଚନା ଯୋଗ୍ୟ ଏହି ଘଟଣାରେ ପୁଲିସ ରୂପେଶ ଭଦ୍ରାକୁ ଗିରଫ କରିଛି । ରୂପେଶର ଜାମିନ ନାମଞ୍ଜୁର ହେବା ପରେ ତାକୁ ଜେଲ୍‌ ପଠାଇ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.