ଦୁଇ ଦିନ-ତିନି ନିର୍ବାଚନୀ ପରିଣାମ ଏବଂ ସଭିଙ୍କ ପାଇଁ ଖୁସି, ବିଜେପି-କଂଗ୍ରେସ-ଆପକୁ ଉତ୍ସବ ପାଳିବାର ସୁଯୋଗ ଦେଲେ ମତଦାତା

Published By : Prameya-News7 Bureau | December 08, 2022 IST

ନୂଆଦିଲ୍ଲୀ: ବିଜେପି, କଂଗ୍ରେସ ଏବଂ ଆମ ଆଦମୀ ପାର୍ଟି, ଏହି ତିନି ଦଳ ଦିଲ୍ଲୀ ନଗର ନିଗମ, ଗୁଜରାଟ ଏବଂ ହିମାଚଳ ପ୍ରଦେଶର ନିର୍ବାଚନୀ ମୈଦାନରେ ଥିଲେ । ବୁଧବାର ସକାଳେ ଏମସିଡି ନିର୍ବାଚନର ପରିଣାମ ଆସିବା ସହ ଆମ ଆଦମୀ ପାର୍ଟି ବିଜେପି ଠାରୁ ବିଜୟ ଛଡାଇ ନେଲା । କଂଗ୍ରେସ ତୃତୀୟ ସ୍ଥାନରେ ରହିଲା । କୁହାଯାଉଥିଲା ଆମ ଆଦମୀ ପାର୍ଟି ଗୁଜରାଟରେ ମଧ୍ୟ ବିଜେପିର ଖେଳ ବିଗାଡିପାରେ ଏବଂ କଂଗ୍ରେସ ହାତରୁ ସବୁ ଆସନ ଯାଇପାରେ, କିନ୍ତୁ ଏପରି କିଛି ହେଲା ନାହିଁ।

ଗୁଜରାଟରେ ବିଜେପି

ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପି ରେକର୍ଡ ୧୫୬ ଆସନରେ ବିଜୟୀ ହେଉଥିବା ଦେଖିବାକୁ ମିଳୁଛି । ୧୯୬୦ ମସିହାରେ ଗୁଜରାଟ ରାଜ୍ୟର ଗଠନ ହୋଇଥିଲା ଏବଂ ଏହା ପରଠୁ ଆଜି ଯାଏଁ କେହି ମଧ୍ୟ ଏତେ ସଂଖ୍ୟାରେ ଆସନ ହାସଲ କରି ନଥିଲେ ।  ୧୯୮୫ରେ କଂଗ୍ରେସର ମାଧବ ସିଂ ସୋଲଙ୍କୀଙ୍କ ନେତୃତ୍ୱରେ କଂଗ୍ରେସ ୧୪୯ ଆସନରେ ବିଜୟୀ ହୋଇଥିଲେ । ବିଜେପିର ଚଳିତ ବିଜୟକୁ ରେକର୍ଡ କୁହାଯାଉଛି । ବିଜେପିର ଏହି ବିଜୟ ଦଳ ପାଇଁ ଏକ ବଡ଼ ଉପହାର । ଏହାସହ ଦଳ ରାଜ୍ୟରେ ସପ୍ତମ ଥର ପାଇଁ କ୍ଷମତାକୁ ଫେରିଛି ।  

ହିମାଚଳ ପ୍ରଦେଶରେ କଂଗ୍ରେସ

ହିମାଚଳ ପ୍ରଦେଶ କଂଗ୍ରେସକୁ ସେଲିବ୍ରେସନର ସୁଯୋଗ ଦେଇଛି । ପ୍ରିୟଙ୍କା ଗାନ୍ଧୀଙ୍କ ନେତୃତ୍ୱରେ ଏଠାରେ କଂଗ୍ରେସ ପ୍ରଚାର କରିଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂଙ୍କ ନିଧନ ପରେ ତାଙ୍କ ପତ୍ନୀ ପ୍ରତିଭା ସିଂ ପୂରା ସକ୍ରିୟ ରହିଥିଲେ । ପ୍ରାରମ୍ଭିକ ଟ୍ରେଣ୍ଡିଂରେ ବିଜେପି ଏବଂ କଂଗ୍ରେସ ବରାବର ଥିଲେ । କିନ୍ତୁ ୨୦୧୭ରେ ମାତ୍ର ୨୧ ଆସନ ଜିତିଥିବା କଂଗ୍ରେସ ଚଳିତ ଥର ୪୦ ଆସନ ଜିତି ନେଇଛି । ବିଜେପି ୨୫ ଆସନରେ ସୀମିତ ରହିଛି।

ଉତ୍ତର ପ୍ରଦେଶ

ଉତ୍ତର ପ୍ରଦେଶର ଜନତା ନିର୍ବାଚନରେ ଲଢୁଥିବା ଉଭୟ ଦଳକୁ ଉତ୍ସବ ପାଳନର ସୁଯୋଗ ଦେଇଛି । ଏସପି ମେନପୁରୀରେ ବିଜୟ ହାସଲ କରିବାରେ ସଫଳ ହୋଇଛି । ଶଶୁରଙ୍କ ଆସନ ରକ୍ଷା କରିବାରେ ବୋହୂ ଡିମ୍ପଲ ସଫଳ ହୋଇଛନ୍ତି । ଅନ୍ୟପଟେ ରାମପୁରୁ ବିଜେପି ପାଇଁ ଆସିଛି ଖୁସି ଖବର। ପ୍ରଥମ ଥର ପାଇଁ ଏହି ଆସନରେ ବିଜେପି ବିଜୟୀ ହୋଇଛି ।

ମସିଡିରେ ଆପ୍

ଏହା ପୂର୍ବରୁ ବୁଧବାର ଏମସିଡି ନିର୍ବାଚନରେ ଆପ ଆଦମୀ ପାର୍ଟି ବିଜେପିକୁ ମାତ ଦେବାରେ ସଫଳ ହୋଇଥିଲା । ୧୩୪ ଆନସରେ ବିଜୟୀ ହେବା ସହ ଆମ ଆଦମୀ ପାର୍ଟି ବିଜେପିର ସେହି ମଜଭୁତ ଗଡକୁ ଭେଦିବାରେ ସଫଳ ହୋଇଥିଲା, ଯାହା ୧୫ ବର୍ଷ ଧରି ତା’ହାତରେ ଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.