ଝାରସୁଗୁଡାରେ ବିଜେପିର ବାଜିମାତ୍‌, ଜିତିଲେ ଟଙ୍କଧର,ହାରିଲେ ଦୀପାଳି

Published By : Prameya-News7 Bureau | June 04, 2024 IST

ଝାରସୁଗୁଡା ୪/୬: ଜିତିଲେ ଟଙ୍କଧର, ହାରିଲେ ଦୀପାଳି । ଝାରସୁଗୁଡ଼ାରେ ବିଜେପିର ବାଜିମାତ । ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ବିଜୟୀ ।  ୧୩୨୮ ଭୋଟ ବ୍ୟବଧାନରେ ଜିତିଛନ୍ତି ଟଙ୍କଧର । ତେବେ ଦୀପାଳି ୧୩୨୮ ଭୋଟରେ ହାରିଛନ୍ତି । ପ୍ରାରମ୍ଭିକ ପର୍ଯ୍ୟାୟରେ ଦୀପାଳି ଆଗଉଥିବାବେଳେ ପରବର୍ତ୍ତୀ ପର୍ଯ୍ୟାୟରେ କିନ୍ତୁ ପଛରେ ପଡିଥିଲେ । ଦୀପାଳିଙ୍କୁ ନେଇ ବିଜୟ ପାଇଁ ଆଶା ଥିଲେ ବି ସବୁ ଆଶା ମଳିନ ପଡିଛି ।୨୦୨୪ ନିର୍ବାଚନରେ ଝାରସୁଗୁଡ଼ା ବିଧାନସଭା ଆସନରେ ୮ ଜଣ ପ୍ରାର୍ଥୀ ମଇଦାନରେ ଥିଲେ । ହେଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଏବଂ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ଶେଷରେ ବାଜି ମାରିନେଇଛନ୍ତି ଟଙ୍କଧର ତ୍ରିପାଠୀ । ଯାହାକୁ ନେଇ ବିଜେପି କାର୍ଯ୍ୟାଳୟରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.