ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜୟନ୍ତୀ, ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ

Published By : Prameya-News7 Bureau | March 05, 2024 IST

ଭୁବନେଶ୍ୱର ୦୫।୦୩ : ମଙ୍ଗଳବାର ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୮ତମ ଜୟନ୍ତୀ । ବିଜୁ ବାବୁଙ୍କ ଜୟନ୍ତୀ ମହାସମାରୋହରେ ପାଳନ କରିବ ବିଜେଡି । ଏହାସହ ମୁଣ୍ଡ ଉପରେ ନିର୍ବାଚନ ଥିବାରୁ ବିଜୁ ବାବୁଙ୍କ ଜୟନ୍ତୀକୁ ପାଳନ ପାଇଁ ବିଜେଡି ଜୋରଦାର ପ୍ରସ୍ତୁତି କରିଛି । ଗାଁ ଠୁ ସହର ସବୁଠି ପାଳନ ହେବ ବିଜୁ ଜୟନ୍ତୀ ।

ମଙ୍ଗଳବାର ସକାଳେ ପଞ୍ଚାୟତ ଏବଂ ନିର୍ବାଚନ ମଣ୍ଡଳୀସ୍ତରରେ ପ୍ରଥମେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମଲ୍ୟାର୍ପଣ କରାଯିବ । ଏହାପରେ ଆନାଥ ଆଶ୍ରମ, ଜରାଶ୍ରମରେ ଫଳ ବଣ୍ଟନ କାର୍ଯ୍ୟକ୍ରମ କରିବ ଦଳ । ସେହିଭଳି ବିଜୁ ବାବୁଙ୍କ ସ୍ମୃତିରେ ସାଇକେଲ ରାଲି ଏବଂ ଗଣଦୌଡ କାର୍ଯ୍ୟକ୍ରମ ରହିଛି । ଏହାସହିତ ବିଜୁ ବାବୁଙ୍କ ଉପରେ ଆଲୋଚନା ସଭା କରାଯିବାକୁ ସ୍ଥିର ହୋଇଛି । ବିଜୁ ବାବୁ ଯେଉଁ ସବୁ କାମ କରିଛନ୍ତି ତା ଉପରେ ସ୍ମୃତିଚାରଣ କରାଯିବ । ଏହାସହିତ ନେତାଙ୍କ ଠାରୁ କର୍ମୀ ସମସ୍ତେ ସଶକ୍ତ ଓଡିଶା ଓ ସମୃଦ୍ଧ ଓଡିଶା ଗଠନ କରିବା ପାଇଁ ଶପଥ ନେବେ।

wp:embed {"url":"https://www.prameyanews7.com/dubai-millionaires-wife-takes-rs-2-5-crore-to-bear-his-child/","type":"wp-embed","providerNameSlug":"prameya-news-7"}
https://www.prameyanews7.com/dubai-millionaires-wife-takes-rs-2-5-crore-to-bear-his-child/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.