ଡୁଙ୍ଗୁରିପାଲି ବ୍ଲକ୍ରେ ବିଜେଡିର ଜନସମ୍ପର୍କ ପଦଯାତ୍ରା, ବିଭିନ୍ନ ଜନହିତକର ଯୋଜନା ସଂପର୍କରେ କରାଯାଉଛି ଅବଗତ
3/10/2023 at 3:57 PM

ବିନିକା ୩।୧୦: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଶୁଖା ଓ ଉଲୁଣ୍ଡା ଚଡେଇପଙ୍କ ଠାରେ ବିଜେଡ଼ି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଉଲୁଣ୍ଡା ଚଡେଇପଙ୍କ ଠାରେ ବିଧାୟକ ପଦ୍ମନାଭ ବେହେରା ଏକ ବିରାଟ ଶୋଭଯାତ୍ରା କରିବା ପରେ ଏକ ସଭା ଅନୁଷ୍ଠିତ ହୋଇଥିଲା l ଠିକ୍ ସେହିଭଳି ଡୁଙ୍ଗୁରିପାଲି ଶୁଖା ଶିବ ମନ୍ଦିରରୁ ବିରାଟ ଶୋଭାଯାତ୍ରାରେ ଆସି କଲ୍ୟାଣମଣ୍ଡପରେ ଦଳୀୟ ସଭା ଅନୁଷ୍ଠିତ ହେଉଛି l

ଏଥିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପାର ଠେଲା, ବ୍ଲକ୍ ଉପାଧ୍ୟକ୍ଷ ମକର୍ଦ୍ଦଜ ସାହୁ, ଜିଲ୍ଲା ବିଜୁ ଜନତା ଦଳ ଉପ ସଭାପତି ରମେଶ ପୂଜାରୀ ସହ ଦଳର କର୍ମକର୍ତ୍ତା ସାମିଲ ହୋଇଥିଲେ l ବିଜୁ ଜନତା ଦଳର ବିଭିନ୍ନ ଜନହିତକର ଯୋଜନା ସଂପର୍କରେ ପ୍ରତି ପଞ୍ଚାୟତ, ବ୍ଲକ୍ ଓ ଜିଲ୍ଲାରେ ଲୋକଙ୍କ ପାଖକୁ ଯାଇ ଅବଗତ କରାଇଥିଲେ l ଦୀର୍ଘ ଏକ ମାସ ଧରି ଏହି ପଦଯାତ୍ରା ଅନୁଷ୍ଠିତ ହେବ l
You Can Read :