ବିଜେଡିର ରୁଦ୍ଧଦ୍ଵାର ବୈଠକ, କର୍ମୀଙ୍କ କାନରେ ଗୁରୁମନ୍ତ୍ର ଫୁଙ୍କିଲେ ବରିଷ୍ଠ ନେତା
20/11/2023 at 8:27 PM

ବାଲିପାଟଣା: ଜୟଦେବ ନିର୍ବାଚନ ମଣ୍ଡଳି ବାଲିପାଟଣାରେ ବିଜେଡିର ରୁଦ୍ଧ ଦ୍ୱାର ବୈଠକ । ଆସନ୍ତା ନିର୍ବାଚନ ପାଇଁ କର୍ମୀ ମାନଙ୍କୁ ତିନି ଦିନ ଧରି କାନରେ ଗୁରୁମନ୍ତ୍ର ପୁଙ୍କିଲେ ବରିଷ୍ଠ ବିଜେଡ଼ି ନେତା। ବିଜେଡି ଦଳର ଗତ ୩ ଦିନ ଧରି ଚାଲିଥିବା ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଛି। ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ଵ ସକ୍ରିୟ କର୍ମୀ ଆଜିର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଦଳ କୁ ସୁଦୃଢ କରିବା ସହିତ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଜନସାଧାରଣଙ୍କ ନିକଟରେ ବାର୍ତ୍ତା ପହଞ୍ଚାଇବା ପାଇଁ ବରିଷ୍ଠ ନେତାମାନେ କର୍ମୀଙ୍କୁ ପଥ ପ୍ରଦର୍ଶନ କରିଥିଲେ।
ଜୟଦେବର ନେତୃତ୍ଵ ନେଇଥିବା ଟାଣୁଆ ନେତା କମଳ କୁମାର ପାତ୍ରଙ୍କ ଦିଗ୍ ଦର୍ଶନରେ ଦଳ ବର୍ତ୍ତମାନ ସ୍ଥିତିରେ ଆଗୁଆ ରହିଛି ।ଏହି ଧାରାକୁ ଆଗେଇ ନେବା ପାଇଁ ଆଜି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୁପଶ୍ରୀ ଗୁମାନ ସିଂହ,ଶ୍ରମ ବୋର୍ଡ ଅଧକ୍ଷା ଶ୍ରୀମୟୀ ମିଶ୍ର,ଦଳର ମୁଖପାତ୍ର ମଧୁସ୍ମିତା ନାୟକ,ଇପ୍ସିତା ସାହୁ,ଜିଲ୍ଲା କୋଷାଧ୍ୟକ୍ଷ କୈଳାଶ ଚନ୍ଦ୍ର ପାତ୍ର ପ୍ରମୁଖ ଦଳର ରାଜ୍ୟ ସ୍ତରୀୟ କର୍ମକର୍ତ୍ତା ବୃନ୍ଦ କର୍ମୀ ମାନଙ୍କୁ ଉତ୍ସାହିତ କରିଥିଲେ।

ବ୍ଲକ ବିଜେଡି ସଭାପତି କିଶୋର ଜେନା,ପ୍ରଦୀପ୍ତ ଜେନାମଣି,ସମିତି ଅଧ୍ୟକ୍ଷା ହରପ୍ରିୟା ଦାସ, ବାସନ୍ତୀ ଖଟୁଆ,ଉପାଧକ୍ଷା ଇତିଶ୍ରୀ ଜେନା,ରାଜଲକ୍ଷ୍ମୀ ଜେନା,ଜିଲ୍ଲା ପରିଷଦ ସଭ୍ୟ ପବିତ୍ର ପଟେଲ,ଗଙ୍ଗାଧର ମଲ୍ଲିକ, ସୁକନ୍ୟା ସେଠୀ, ମଙ୍ଗରାଜ ବେହେରା,ମହେଶ୍ୱର ଦାସ, କୁନମୁନ ଲେଙ୍କା ପ୍ରମୁଖ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନେତୃତ୍ଵ ରେ ଦଳ ଆଗାମୀ ନିର୍ବାଚନ ରେ ନିଶ୍ଚୟ ବିଜୟୀ ହେବା ପାଇଁ ସମସ୍ତ କର୍ମୀ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ।