ଇଷ୍ଟକୋଷ୍ଟ ରେଲୱେକୁ କେନ୍ଦ୍ର ସରକାର ଦୁଇ ଭାଗ କରିବା ଅଭିଯୋଗ ; ରାସ୍ତାକୁ ଓହ୍ଲାଇଲା ବିଜୁ ଛାତ୍ର ଓ ଯୁବ ସଂଗଠନ
2/03/2019 at 4:53 PM

ଭୁବନେଶ୍ବର ୨|୩: ଇଷ୍ଟକୋଷ୍ଟ ରେଲୱେକୁ କେନ୍ଦ୍ର ସରକାର ଦୁଇ ଭାଗ କରି ୱାଲଟିଅର ଡିଭିଜନ ଅଲଗା କରିନେବା ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛି ବିଜୁ ଛାତ୍ର୍ର ଓ ଯୁବ ସଂଗଠନ । ଇଷ୍ଟକୋଷ୍ଟ ରେଲୱେ ଭୁବନେଶ୍ବର ମୁଖ୍ୟାଳୟ ଆଗରେ ଧାରଣା । ରେଳବାଇକୁ ବାର୍ଷିକ ୨୦ ହଜାର କୋଟିର ରାଜସ୍ବ ଦେଉଥିବା ପୂର୍ବତଟ ରେଳବାଇ ବା ଇଷ୍ଟକୋଷ୍ଟ ରେଲୱେକୁ କେନ୍ଦ୍ର ସରକାର ରାଜନୈତିକ ସ୍ବାର୍ଥ ସାଧନ ପାଇଁ ଦୁଇ ଭାଗ କରି ଦେଇଥିବା ଅଭିଯୋଗ ହୋଇଛି । ନୂଆକରି ବିଶାଖାପଟ୍ଟନମରେ ଦକ୍ଷିଣତଟ ରେଳବାଇର ମୁଖ୍ୟାଳୟ ଖୋଲିଛି ଓ ଇଷ୍ଟକୋଷ୍ଟ ରେଲୱେର ୱାଲଟିୟର ଡିଭିଜନର ପ୍ରମୁଖ ଅଂଶକୁ ଦକ୍ଷିଣତଟ ରେଳବାଇ ସହ ମିଶାଇ କେନ୍ଦ୍ର ସରକାର ଇଷ୍ଟକୋଷ୍ଟ ରେଲୱେକୁ ଦୁର୍ବଳ କରିଦେବାକୁ ଚାହୁଁଥିବା ଅଭିଯୋଗ କରିଛି ବିଜେଡି ।
Related Posts
NMIMS ବିଶ୍ଵ ବିଦ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
7 December 2023