scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ବିଜେଡି କର୍ମୀ ସମ୍ମିଳନୀ ଅନୁଷ୍ଠିତ

17/06/2022 at 8:41 PM

ପୁରୁଷୋତ୍ତମପୁର ୧୭/: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ପୁରୁଷୋତ୍ତମପୁର ବ୍ଲକର ୧୧ଟି ପଞ୍ଚାୟତ ଓ କବିସୂର୍ଯ୍ୟନଗର ବ୍ଲକର ୯ ଟି ପଞ୍ଚାୟତର ବିଜେଡିକର୍ମୀକୁ ନେଇ ବଡ଼ ଖରିଡ଼ା କାଳେଶ୍ଵର ପୀଠରେ ଏକ କର୍ମୀସମ୍ମିଳନୀ ଅନୁଷ୍ଠିତ ହୋଇଛି l ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ପି ନାରାୟଣ ରାଓଙ୍କ ପୌରହିତରେ ଏହି ସମ୍ମିଳନୀ  ହୋଇଥିଲା।  ଏଥିରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେl ପଞ୍ଚାୟତ ଓ ଏନଏସି ନିର୍ବାଚନ ପରେ ଦୀର୍ଘ ୬ ମାସ ପରେ ଏକ କର୍ମୀସମ୍ମିଳନୀ ଅନୁଷ୍ଠିତ ହୋଇଥିବାରୁ ବିଜେଡି କର୍ମୀ ଉତ୍ସାହିତ ଥିଲେl

ନିଜ ନିଜ ଭିତରେ ପଞ୍ଚାୟତ ନିର୍ବାଚନରେ ଲଢେଇ ହୋଇ ଥିବା ବେଳେ ଜଣେ ଜିତେ ଆଉ ଜଣେ ହାରିଥାଏ । ତେଣୁ ଉଭୟଙ୍କ ଭିତରେ ଅଭିମାନ ଓ ରାଗରୁଷା କିମ୍ବା ହିଂସାତ୍ମକ ନରଖି ଆଗାମୀ ସାଧାରଣ ନିର୍ବାଚନ ପାଇଁ ଏବେ ଠାରୁ ସଂଗଠନକୁ ସୃଦୃଢ଼ କରିବା ପାଇଁ ବିଧାୟିକା କର୍ମୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେl ଏହି କାର୍ଯ୍ୟକ୍ରମରେ ପୁରୁଷୋତ୍ତମପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡା, ଜିଲ୍ଲାପରିଷଦ ସନ୍ତୋଷ କୁମାର ପାଢ଼ୀ, ପୂର୍ବତନ ସରପଞ୍ଚ ପବିତ୍ର ସାବତ ମୋହିନୀ ଗୌଡ଼, ଭୁତସରର୍ସିଙ୍ଗ ସରପଞ୍ଚ ମନୋଜ ଦାସ, ଗୋପାଳ ରାଓ, ଅଭିମନ୍ୟୁ ସେଠି, ସରପଞ୍ଚ ପ୍ରତିନିଧି ରମେଶ ଦଳେଇ ପ୍ରମୁଖ ଯୋଗ ଦେଇଥିଲେ l

   Related Posts