ବିଜେପିର ବାଚସ୍ପତି ପ୍ରାର୍ଥୀଙ୍କୁ ବିଜେଡିର ସମର୍ଥନ

Published By : Prameya-News7 Bureau | June 18, 2019 IST

ନୂଆଦିଲ୍ଲୀ ୧୮|୬: ବିଜେପିର ବାଚସ୍ପତି ପ୍ରାର୍ଥୀ ସାଂସଦ ଓମ୍ ବିର୍ଲାଙ୍କୁ ସମର୍ଥନ ଦେଲା ବିଜେଡି । ଏ ନେଇ ବିଜେଡି ସଂସଦୀୟ ଦଳ ବୈଠକରେ ନିଷ୍ପତ୍ତି ନିଆଯାଇଛି । ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ର ସୂଚନା ଦେଇଛନ୍ତି ।

ରାଜସ୍ଥାନ କୋଟାର ବିଜେପି ସାଂସଦ ଓମ୍ ବିର୍ଲା ସପ୍ତଦଶ ଲୋକସଭା ବାଚସ୍ପତି ଲାଗି ଆଜି ନାମାଙ୍କନ ଦାଖଲ କରିବେ । ଲୋକସଭା ବାଚସ୍ପତି ପାଇଁ ଅନେକ ବରିଷ୍ଠ ବିଜେପି ନେତାଙ୍କ ନାମ ଚର୍ଚ୍ଚାକୁ ଆସିଥିଲା | ବାଚସ୍ପତି ଦୋୖଡରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମାନେକା ଗାନ୍ଧୀ, ରାଧାମୋହନ ସିଂ, ରମାପତି ରାମ ତ୍ରିପାଠୀ, ଏସଏସ ଅଲୁୱାଲିଆ ଓ ଡ. ବୀରେନ୍ଦ୍ର କୁମାରଙ୍କ ନାମକୁ ନେଇ ଚର୍ଚ୍ଚା ଜୋର ଧରିଥିଲା |

ତେବେ ସପ୍ତଦଶ ଲୋକସଭା ବାଚସ୍ପତି ଭାବରେ ଓମ୍ ବିର୍ଲା ନିର୍ବାଚିତ ହେବେ । ଆସନ୍ତାକାଲି ବାଚସ୍ପତି ନିର୍ବାଚନ । ୧୭ ବୟସରୁ ଓମ ବିର୍ଲା ରାଜନୀତିରେ ସକ୍ରିୟ ଥିଲେ । ରାଜସ୍ଥାନ କୋଟାରୁ ସେ ୩ ଥର ବିଧାୟକ ଥିଲେ । ସେ ଦ୍ବିତୀୟ ଥର ପାଇଁ ସାଂସଦ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.