ଆଖଣ୍ଡଳମଣୀ ସେବାୟତଙ୍କୁ ଆକ୍ରମଣ ଘଟଣା : ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି

Published By : Prameya-News7 Bureau | April 12, 2024 IST

ଭୁବନେଶ୍ବର ୧୨।୪: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହେଲା ବିଜେଡି । ନିର୍ବାଚନୀ ହିଂସା ଓ ଭାରତୀୟ ଜନତା ପାର୍ଟି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ । ପୁଣି ଥରେ ବିଜେପିର ରକ୍ତମୁଖା ଚେହେରା ଆମେ ଦେଖିବାକୁ ପାଇଛେ । ତାହା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ଆରଡ଼ି ପଞ୍ଚାୟତରେ । ଶୁକ୍ରବାର ସକାଳ ୬ଟା ବେଳେ ମହାପ୍ରଭୁ ବାବା ଆଖଣ୍ଡଳମଣିଙ୍କର ସେବାୟତ ବାବାଜୀ ପାଢ଼ୀଙ୍କ ଉପରେ ଆରଡ଼ି ପଂଚାୟତର ଭାରତୀୟ ଜନତା ପାର୍ଟିର କାଳିଆ ପାଢ଼ୀ ଓ ତାଙ୍କ ସହିତ ଅନ୍ୟ ସହଯୋଗୀମାନେ ଦେବଦତ୍ତ ପାଢ଼ୀ ଶଙ୍କର୍ଷଣ ପାଢ଼ୀ ପଞ୍ଚାନନ ପାଢ଼ୀ ଯେଉଁମାନେ ଭାରତୀୟ ଜନତା ପାର୍ଟିର ଜଣେ ସଦସ୍ୟ ମରଣାନ୍ତକ ଆକ୍ରମଣ କରିଛନ୍ତି ଏବଂ ଧମକ ଦେଇଛନ୍ତି । ୨୦୨୪ ନିର୍ବାଚନରେ ତୁମେ ଭାରତୀୟ ଜନତା ପାର୍ଟି ପାଇଁ ସାହାଯ୍ୟ କରିବା ପାଇଁ ବାଧ୍ୟ । ଏହିଭଳି ହିଂସାତ୍ମକ କଥା କିଛି ଦିନ ପୂର୍ବରୁ ମଧ୍ୟ ସେହି ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ଦେଖି ଆସିଥିଲେ ଯାହା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରାଇଥିଲୁ । ପୁଣି ମଧ୍ୟ ଜଣାଇଛୁ ବୋଲି ବିଜେଡିର ଏକ ଟିମ୍ କହିଛନ୍ତି । ମୁକ୍ତ, ଅବାଧ, ସ୍ୱଚ୍ଛ, ନିରପେକ୍ଷ ନିର୍ବାଚନ ଉପରେ ବିଜୁ ଜନତା ଦଳ ଓ ଆମ ସଭାପତି ନବୀନ ପଟ୍ଟନାୟକ ସବୁବେଳେ ବିଶ୍ୱାସ କରନ୍ତି । ଓଡିଶା ଏକ ଶାନ୍ତି ପ୍ରିୟ ରାଜ୍ୟ ତେଣୁ ଭାରତୀୟ ଜନତା ପାର୍ଟି ଯେଉଁଭଳି ଭାବେ ହିଂସା ଆଚରଣ କରୁଛି । ବୋମା, ବନ୍ଧୁକ, ବାରୁଦର ବଳରେ ବିଶ୍ୱାସୀ ଭାରତୀୟ ଜନତା ପାର୍ଟି ସେଥିରୁ ନିବୃତ ରହିବାକୁ ଆମେ ଅନୁରୋଧ କରିଛୁ ଏବଂ ଏହା ମଧ୍ୟ କହିଛୁ ଆଗାମୀ ଦିନରେ ଏଭଳି କୌଣସି ପ୍ରକାର ହିଂସା ଆଚରଣ ହେବନାହିଁ ତାଉପରେ ସଠିକ୍ ପଦକ୍ଷେପ ନିଆଯିବା ଆବଶ୍ୟକ ରହିଛି ବୋଲି ବିଜେଡି ଟିମ୍ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଜଣାଇଛନ୍ତି ।

You Can Read:

CEOଙ୍କୁ ଭେଟିଲେ ବିଜେଡି ଟିମ୍ : ପୁରୀରେ ଘୋଡାଯାଇଥିବା ଶଙ୍ଖ ପ୍ରତିକୃତି ଏବଂ ଲକ୍ଷ୍ମୀ ବସ୍ର ଯୋଡି ଶଙ୍ଖ ଖୋଲି ଦେବାକୁ ଦାବି

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.