Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାଧିନତା ଦିବସ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା, ପ୍ରତିଟି ଭାରତୀୟ ପାଇଁ ଗୌରବର ମୁହୂର୍ତ୍ତ
  • ||
  • ‘ଦୁନିଆରେ ହଜାରେ ବାଘ, କିନ୍ତୁ ଦ୍ରାବିଡ…’ : ଟିମ୍ ଇଣ୍ଡିଆର କୋଚ୍‌ଙ୍କୁ ନେଇ ଟେଲରଙ୍କ ବଡ ବୟାନ
  • ||

କଂଗ୍ରେସ ବିଧାୟକ ରାଜନ ଏକ୍କାଙ୍କୁ ଭେଟିଲେ ବିଜେଡି ଟିମ୍, ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ନିବେଦନ

6/07/2022 at 12:39 PM

ଭୁବନେଶ୍ବର : କଂଗ୍ରେସ ବିଧାୟକ ସି.ଏସ୍. ରାଜନ ଏକ୍କାଙ୍କୁ ତାଙ୍କ ସରକାରୀ ବାସଭବନରେ ଭେଟିଲେ ବିଜେଡି ଟିମ୍ । ଟିମ୍‌ରେ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡ଼ାଇ, ମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଧାୟକ ସ୍ନେହାଙ୍ଗିନୀ ଛୁରିଆ ଓ ରାଜକିଶୋର ଦାସ ଅଛନ୍ତି । ସେମାନେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ରାଜନ ଏକ୍କା ନିବେଦନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ବିଜେଡି ଟିମ୍ ବାର୍ତ୍ତା ଦେଇଛନ୍ତି । ବିପୁଳ ଭୋଟ୍ ଦେଇ ମାଟିର ଝିଅଙ୍କୁ ରାଷ୍ଟ୍ରପତି କରିବାକୁ ସେମାନେ ରାଜନ ଏକ୍କାଙ୍କୁ ନିବେଦନ କରିଛନ୍ତି । ରାଜନ ଏକ୍କା ନିଜେ ଜଣେ ଆଦିବାସୀ ହୋଇଥିବାରୁ ଆଦିବାସୀ ଅଧିକାର ପାଇଁ ଭୋଟ୍ ଦେବାକୁ ସେମାନେ ଅନୁରୋଧ କଲେ ।

ସେପଟେ ରାଜନ ଏକ୍କା କହିଛନ୍ତି କଂଗ୍ରେସର ନୀତି, ଆଦର୍ଶ ବିଜେପିଠାରୁ ଅଲଗା । କଂଗ୍ରେସ ଗାନ୍ଧୀ ଆଦର୍ଶରେ ଚାଲିଛି । ଯଶଓ୍ବନ୍ତ ସିହ୍ନାଙ୍କୁ ଦଳ ବହୁ ଆଗରୁ ସମର୍ଥନ ଦେବ ବୋଲି କହିଛି । ତେଣୁ ଦ୍ରୌପଦୀଙ୍କୁ ସମର୍ଥନ ଦେବାର ପ୍ରଶ୍ନ ଉଠୁନାହିଁ ବୋଲି ରାଜନ ଏକ୍କା କହିଛନ୍ତି ।

   Related Posts