ମୋଦି ହିସାବ ଦେଇ ଚାଲିଗଲେ ହେଲେ ରାଜ୍ୟରେ ମହାନଦୀ ହିସାବକୁ ଗଡବଡ କରିଦେଲେ
28/05/2018 at 3:49 AM

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ହିସାବ ଦେଇ ଚାଲିଗଲେ ହେଲେ ରାଜ୍ୟରେ ମହାନଦୀ ହିସାବକୁ ଗଡବଡ କରିଦେଲେ। ଟ୍ରିବ୍ୟୁନାଲ ନେଇ ଦେଇଥିବା ମନ୍ତ୍ରବ୍ୟକୁ ଗଣ୍ତି କରି ଏବେ ବିଜେଡି ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ମୋଦି ଟ୍ରିବ୍ୟୁନାଲ ନେଇ ରାଜ୍ୟବାସୀଙ୍କୁ କନଫ୍ୟୁଜଡ କରିଛନ୍ତି। ଅସତ୍ୟ କହିଛନ୍ତି। ଏପଟେ ବିଜେଡି ତାଳତା ଦେଇ ବିଜେପିର ବରିଷ୍ଠ ନେତା ମଧ୍ୟ ତାଙ୍କ ରାଗ ସୁଝାଇଛନ୍ତି। ସେବି ବିଜେଡି କଥାର ହ୍ଁ ଭରିବା ସହ ଟ୍ରିବ୍ୟୁନାଲରେୀ ନ୍ୟାୟ ମିଳିବ ନାହିଁ ବୋଲି କହିଛନ୍ତି। ବିଜେପି ଏହାର କଡା ଜବାବ ଦେଇଛି। ମହାନଦୀ ନେଇ ରାଜ୍ୟସରାକର କାନ୍ଦୁଥିବା କୁମ୍ଭୀର କାନ୍ଦଣା ପାଇଁ ମୋଦି ଶକ୍ତ ଚାପୁଡା ମାରିଛନ୍ତି…
ସତ୍ୟର ବିପରୀତ କଥା କହିଛନ୍ତି । ଟ୍ରିବ୍ୟୁନାଲକୁ ରାଜ୍ୟସରକାର ନୁହେଁ କେନ୍ଦ୍ରସରାକର ପ୍ରତ୍ୟାଖାନ କରିଥିଲେ। ଟ୍ରିବ୍ୟୁନାଲ ନେଇ ଓଡିଶା ବାସୀଙ୍କୁ ବିଭ୍ରାନ୍ତି କରିଛନ୍ତି। ମୋଦି ସରକାର କନଫ୍ୟୁଜଇଡ ସରକାର। ଟ୍ରିବ୍ୟୁନାଲ ଗଠନ କରିବାକୁ ରାଜ୍ୟସରାକର ପ୍ରଥମେ ପ୍ରସ୍ତାବ ଦେଇଥିଲେ ଯାହାକୁ ଗ୍ରହଣ କରିନଥିଲେ କେନ୍ଦ୍ରସରକାର । ସୁପ୍ରିମ କୋର୍ଟ ନିର୍ଦେଶ ଦେବା ପରେ କେନ୍ଦ୍ର ସରାକର ଟ୍ରିବ୍ୟୁନାଲ ଗଠନ କଲେ। ବର୍ତମାନ ସୁଦ୍ଧା ବି ଟ୍ରିବ୍ୟୁନାଲକୁ କାର୍ଯ୍ୟକ୍ଷମ କରିନାହାନ୍ତି। ଜନସାଧରଣ ସତ କଣ ମିଛ କଣ ଜଣିଛନ୍ତି। ମୋଦଙ୍କ ଭାଷଣରେ ଜନତା ଭ୍ରମିତ ହେବେ ନାହିଁ ବୋଲି କହିଛନ୍ତି ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ।
ବିଜୟ ମହାପାତ୍ର ବି ଏହି ମୌକାରେ ବିଜେଡି ତାଳରେ ତାଳ ମିଳାଇ ସମାଲୋଚନା କରିଛନ୍ତି। ଟ୍ରିବ୍ୟନାଲ ନେଇ ଦେଇଥିବା ବକ୍ତବ୍ୟରେ ସତ୍ୟତା ନାହିଁ ବୋଲି କହିଛନ୍ତି।ଛତିଶଗଡ କରୁଥିବା ନିର୍ମାଣ ବିଷୟରେ କହିଥିଲେ ଭଲ ହୋଇଥାନ୍ତା। ରାଜ୍ୟ ସରାକର ହିଁ ପ୍ରଥମେ ଟ୍ରିବ୍ୟୁନାଲ ନେଇ ଦାବି କରିଥିଲେ ।କିନ୍ତୁ ଏହାକୁ କେନ୍ଦ୍ରସରକାର ଗ୍ରହଣ କରିନଥିଲେ ଏପରିକି ସୁପ୍ରିମକୋର୍ଟରେ ମଧ୍ୟ ତାଙ୍କ ଓକିଲ ବିରୋଧ କରିଥିଲେ। ଟ୍ରିବ୍ୟୁନାଲରେ ଓଡିଶାକୁ ନ୍ୟାୟ ମିଳିବ ନାହିଁ । ୬ମାସ ଭିତରେ କୌଣସି ନ୍ୟାୟ ମିଳିବା ଭଳି ଦେଖଯାଉନାହିଁ। କାରଣ ଦୁଇ ମାସ ବିତିଗଲା ଟ୍ରିବ୍ୟୁନାଲ ପୂର୍ଣ୍ଣକାର୍ଯ୍ୟକ୍ଷମ ହେଲା ନାହିଁ। ଛତିଶଗଡ ପାଇଁ ପାଇଁ ବିଳମ୍ବ ହେଉଛି। ରାଜ୍ୟସରକାର ଉଦ୍ୟମ ଜାରରଖନ୍ତୁ ।ଚାହିଲେ ସୁପ୍ରିମକୋର୍ଟରେ ଗୁହାରି କରିପାରିବେ।
ଟ୍ରିବ୍ୟୁନାଲ ନେଇ ବିଜେଡି କରିଥିବା ଆାଟକର ଜବାବ ରଖିଛି ବିଜେପି। ମୋଦି ତଥ୍ୟ ଉପରେ ଅଧିାରିତ କଥା କହିଛନ୍ତି। ଏକକ ଟ୍ରିବ୍ୟୁନାଲ କଥା କହିଛନ୍ତି। ୧୮ ବର୍ଷ ଧରି ରାଜ୍ୟସରାକରଙ୍କୁ କିଏ ମନା କରୁଥିଲା ବ୍ୟାରେଜ ନିର୍ମାଣ କରିବାକୁ।ପାଣି ଅଟକେଇବାକୁ। ରାଜ୍ୟସରାକର ମହାନଦୀ ନେଇ ରାଜ୍ୟବାସୀଙ୍କୁ ବିଭ୍ରାନ୍ତି କରି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ରାଜ୍ୟସରକାରଙ୍କୁ ମୋଦି ଶକ୍ତ ଚାପୁଡା ମାରିଛନ୍ତି ବୋଲି କହିଛନ୍ତି ବସନ୍ତ ପଣ୍ତା।