କାଲିଠୁ ବିଜେଡିକୁ ୨୫ ପୂରି ୨୬ ଚାଲିବ, ପ୍ରତିଷ୍ଠା ଦିବସରେ ଶ୍ରୀକ୍ଷେତ୍ରରୁ ୨୪ ପାଇଁ ଶଙ୍ଖନାଦ କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

Published By : Prameya-News7 Bureau | December 25, 2022 IST

ପୁରୀ/ଭୁବନେଶ୍ଵର: କାଲି ଶଙ୍ଖକ୍ଷେତ୍ରରୁ ହେବ ବିଜେଡ଼ିର ଶଙ୍ଖନାଦ। ରୌପ୍ୟ ଜୟନ୍ତୀ ସମାରୋହରେ ୨୪ ପାଇଁ ଶଂଖନାଦ କରିବ ବିଜେଡି ।  ପ୍ରତିଷ୍ଠା ଦିବସରେ ଦଳୀୟ ନେତା ଓ କର୍ମୀଙ୍କୁ ୨୪ ଗୁରୁମନ୍ତ୍ର ଦେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଦଳୀୟ କର୍ମକର୍ତ୍ତାଙ୍କୁ ସେବା, ସଫଳତା ଆଉ ସଙ୍ଗଠନର ବାର୍ତ୍ତା ଦେବେ। ୧୯୯୭ ଡିସେମ୍ବର ୨୬ରେ ପ୍ରତିଷ୍ଠା ହୋଇଥିଲା ବିଜୁ ଜନତା ଦଳକୁ କାଲି ୨୫ ପୂରି ୨୬ ଚାଲିବ ।

କାଲି ଶ୍ରୀକ୍ଷେତ୍ରରୁ ହେବ ଶଙ୍ଖନାଦ । ପ୍ରତିଷ୍ଠା ଦିବସରେ ଶ୍ରୀକ୍ଷେତ୍ରରୁ ୨୪ ପାଇଁ ଶଙ୍ଖନାଦ କରିବ ବିଜେଡି । ସେବା, ସଫଳତା ଆଉ ସଙ୍ଗଠନର ବାର୍ତ୍ତା ଦେବେ ନବୀନ । ପୁରୀରେ ସିଲଭର ଜୁବୁଲି ପାଳିବ ବିଜେଡି ।  କାଲିଠୁ ୨୫ ପୂରି ଦଳକୁ ୨୬ ଚାଲିବ ।  ୨୫ ବର୍ଷର ସଫଳତା ଉତ୍ସବକୁ ପାଳନ କରିବାକୁ ପୁରୀରେ ଗ୍ରାଣ୍ଡ ଆରେଞ୍ଜମେଣ୍ଟ । ୨୦୨୪ ସାଧାରଣ ନିର୍ବାଚନ ଆଗରୁ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିବେ । ଆଞ୍ଚଳିକ ଦଳଭାବେ କେନ୍ଦ୍ର ସରକାରଙ୍କ ସହ ଲଢି ରାଜ୍ୟର ବିକାଶ ଧାରାକୁ କିପରି ଆଗକୁ ନିଆଯଇଛି ସେନେଇ ଘରେ ଘରେ ବାର୍ତ୍ତା ପହଞ୍ଚାଇବାକୁ କର୍ମୀଙ୍କୁ ଆହ୍ବାନ ଦେବେ ନବୀନ । ପ୍ରତିଷ୍ଠା ଦିବସରେ ପଞ୍ଚାୟତରୁ ଆରମ୍ଭ କରି ବ୍ଲକ ଏବଂ ରାଜ୍ୟସ୍ତରର ସବୁ ନେତା ଏକାଠି ହେବେ ।  ମହିଳା,  ଯୁବ, ଛାତ୍ର ସଙ୍ଗଠନକୁ ମିଶାଇ ପ୍ରାୟ  ୫୦ ହଜାର  କର୍ମକର୍ତ୍ତା ସମାରୋହରେ ସାମିଲ ହେବେ ।

ଦିନ ୧୦ଟାରୁ ଆରମ୍ଭ ହେବ ସଭାକାର୍ଯ୍ୟ । ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନ ୧୧ଟା ୪୦ରେ ହେଲିକପ୍ଟର ଯୋଗେ ତାଳବଣିଆ ହେଲିପ୍ୟାଡରେ ଅବତରଣ କରିବେ। ସେଠାରୁ ସିଧା ସଭାସ୍ଥଳକୁ ଯାଇ ଆନୁଷ୍ଠାନିକ ଭାବେ ୨୫ତମ ପ୍ରତିଷ୍ଠା ଦିବସ ସମାରୋହକୁ ଉଦଘାଟନ କରିବେ। ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ଦଳ ଆଗାମୀ ଦିନରେ ଓଡ଼ିଶାବାସୀଙ୍କ ସ୍ବାର୍ଥ ପାଇଁ ଲଢେ଼ଇକୁ ଆହୁରି ଜୋରଦାର କରିବ ବୋଲି କୁହାଯାଇଛି।

ବିଜେଡି ପ୍ରତିଷ୍ଠା ଦିବସ ସମାରୋହକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୨୫ ପ୍ଲାଟୁନ ପୋଲିସ ଫୋର୍ସ ସହ ୧୦୦ ଜଣ ଦକ୍ଷ ଅଫିସର ଏବଂ ୩ଜଣ ଅତିରିକ୍ତ ଏସପି ସୁରକ୍ଷା ଦାୟିତ୍ବରେ ରହିବେ। ହେଲିପ୍ୟାଡ୍, ସଭାସ୍ଥଳରେ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯିବ। ଶୃଙ୍ଖଳିତ ଟ୍ରାଫିକ ବ୍ୟବସ୍ଥା ପାଇଁ ୭ ପ୍ଲାଟୁନ୍ ପୋଲିସ ଫୋର୍ସ ଓ ବରିଷ୍ଠ ଅଧିକାରୀ ଦାୟିତ୍ବରେ ରହିବେ। କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସୁଥିବା ଗାଡି ଗୁଡିକ ପାର୍କିଂ ପାଇଁ ତାଳବଣିଆ ପଡ଼ିଆରେ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ଆଗକୁ ନୂଆବର୍ଷ ଥିବାରୁ ପୁରୀକୁ ଆସୁଥିବା ପର୍ଯ୍ୟଟକଙ୍କ ଯେଭଳି କୌଣସି ଅସୁବିଧା ନହୁଏ ସେନେଇ ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ଏସପି ଡଃ କନୱର ବିଶାଳ ସିଂ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.