୩ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେଡି ସୁପ୍ରିମୋଙ୍କ ମରାଥନ ପ୍ରଚାର : ଆଜି ବିଭିନ୍ନ ସ୍ଥାନରେ ସଭା ଓ ଶୋଭାଯାତ୍ରା

Published By : Prameya-News7 Bureau | April 20, 2019 IST

ଭୁବନେଶ୍ବର ୨୦|୪:  ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ତୋଫାନି ପ୍ରଚାର କାର୍ଯ୍ୟକ୍ରମ । ଆଜି ମୁଖ୍ୟମନ୍ତ୍ରୀ ତାଳଚେର, ପାଲଲହଡ଼ା, ଛେଣ୍ଡିପଦା, ଆଠମଲ୍ଲିକ ସମେତ ନାକଟିଦେଉଳ ଓ ଦେବଗଡ଼ରେ ନିର୍ବାଚନୀ ସଭାରେ ଯୋଗଦେବା ସହିତ ସାଧାରଣ ଜନତାଙ୍କୁ ଉଦବୋଧନ ଦେବେ । ଏଥିସହିତ ରେଙ୍ଗାଲିରୁ ସମ୍ବଲପୁର ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରୋଡ ସୋ କରିବାର କାର୍ଯ୍ୟକ୍ରମ ରହିଛି। । ଏପରିକି ସମଲେଶ୍ବରୀଙ୍କ ଦର୍ଶନ କରିବା ସହ ବୁର୍ଲାରେ ରାତ୍ରିଯାପନ କରିବେ ନବୀନ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସ୍ଥାନୀୟ ବିଜେଡି ନେତା ଓ କର୍ମୀ ବେଶ୍ ଉତ୍ସାହିତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.