Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ପଶ୍ଚିମା ଝଡ଼ର ପ୍ରଭାବ, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା
  • ||

ତୈଳ ଦର ବୃଦ୍ଧି ପ୍ରତିବାଦରେ ଦ୍ୱିତୀୟ ଦିନରେ ବିଜେଡିର ଧାରଣା

29/05/2018 at 6:08 AM

ତୈଳ ଦର ବୃଦ୍ଧି ପ୍ରତିବାଦରେ ଦ୍ୱିତୀୟ ଦିନରେ ବିଜେଡିର ଧାରଣା । ଘଟଗାଁ ବ୍ଲକ ସମ୍ମୁଖରେ ବିଜେଡି କର୍ମୀମାନେ ଧାରଣାରେ ବସିଛନ୍ତି । ତୈଳଦର ବୃଦ୍ଧି ରୋକିବାରେ କେନ୍ଦ୍ର ସରକାର ବିଫଳ ହୋଇଛି । ତେଣୁ ବିଜେଡି ନେତା କର୍ମୀମାନେ କେନ୍ଦ୍ର ବିରୋଧରେ ନାରାବାଜି କରିଛନ୍ତି । ଗତକାଲିଠୁ ଆରମ୍ଭ ହୋଇଥିବା ଏହି ଧାରଣା ଆସନ୍ତାକାଲି ଶେଷ ହେବ । ରାଜ୍ୟର ସବୁ ବ୍ଲକରେ ଆନ୍ଦୋଳନ କରୁଛି ବିଜେଡି । ରାସ୍ତାକୁ ଓହ୍ଲାଇଛି ବିଜେଡି । ଗତକାଲି ରାଜଭବନ ଆଗରେ ନେତା ଓ କର୍ମୀ ବିକ୍ଷୋଭ କରିବା ସହ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛି ଦଳ । କେନ୍ଦ୍ର ସରକାର ତୈଳଦର ବୃଦ୍ଧି ରୋକିବାରେ ବିଫଳ ହୋଇଛି । ଅର୍ନ୍ତଜାତୀୟ ବଜାରରେ ଅସୋଧିତ ତୈଳ ଦର କମ ଥିଲେ ବି ପେଟ୍ରୋଲ ଓ ଡିଜେଲ ଦର କମୁନି । କେନ୍ଦ୍ର ଟାକ୍ସ ନକମାଇ ରାଜ୍ୟକୁ ଭାଟ ଛାଡ କରିବାକୁ ପ୍ରସ୍ତାବ ଦେଉଛି । ତେଣୁ ଏହାକୁ ପ୍ରତିବାଦ କରି ବିଜେଡି ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇଛି । ତେଲ ଦରବୃଦ୍ଧି ପାଇଁ କେନ୍ଦ୍ରକୁ ଦାୟୀ କରି ବିଜେଡି ଅଭିଯୋଗ କରିଛି, ସାଧାରଣ ଲୋକଙ୍କୁ କେନ୍ଦ୍ର ସରକାର ଟିକସ ଜାଲରେ ଫସାଇ ହନ୍ତସନ୍ତ କରୁଛନ୍ତି । କେନ୍ଦ୍ର ସରକାର ଏହି କ୍ଷେତ୍ରରୁ ଅତ୍ୟଧିକ ରାଜସ୍ବ ଆଦାୟ କରିବା ଦରବୃଦ୍ଧିର କାରଣ ବୋଲି ବିଜେଡି କହିଛି । ବିଜେଡିର ଏଭଳି ଆନ୍ଦୋଳନକୁ କଟାକ୍ଷ କରିଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପେଟ୍ରାଲ ଓ ଡିଜେଲକୁ ଜିଏସଟି ପରସର ଭୁକ୍ତ କରିବାକୁ ଆଲୋଚନା ଜାରି ରହିଥିବା କହିଛନ୍ତି ସେ । ସେପଟେ ବିଜେଡିର ଧାରଣା ଓ ବିକ୍ଷୋଭକୁ ନାଟକ ବୋଲି କହିଛି କଂଗ୍ରେସ । ସେପଟେ ତେଲ ଦର ବୃଦ୍ଧି ପ୍ରତିବାଦରେ ଆହୁରି ୨ ଦିନ ପ୍ରତି ବ୍ଲକରେ ଆନ୍ଦୋଳନ କରିବ ବିଜେଡି ।

Leave a Reply

   Related Posts